Posted inଖେଳ

ଅଲିମ୍ପିକ୍ସ ଭିଲେଜରେ କାର୍ଡବୋର୍ଡ ବେଡ୍‌

ଟୋକିଓ,୧୦।୧(ଏପି)- ଚଳିତବର୍ଷର ଟୋକିଓ ଅଲିମ୍ପିକ୍ସ ଆଥଲେଟ ଭିଲେଜରେ ମଜଭୁତ କାର୍ଡବୋର୍ଡରେ ନିର୍ମିତ ବେଡ ରଖାଯିବ। ଏହି ବେଡ ୪୪୦ ପାଉଣ୍ଡ (୨୦୦ କେଜି) ଓଭନ ସମ୍ଭାଳି ପାରିବ ବୋଲି ଆଥ୍‌ଲେଟିକ୍ସ ଭିଲେଜର ସାଧାରଣ ସମ୍ପାଦକ ଟାକାହାସି କିଟାଜିମା କହିଛନ୍ତି। ବେଡର ଦକ୍ଷତାଠାରୁ କୌଣସି ଅଲିମ୍ପିକ୍ସ ଆଥ୍‌ଲେଟଙ୍କ ଓଜନ ଅଧିକ ହେବେ ନାହିଁ। ଏହି ବେଡ ସାଧାରଣ କାଠ ଅପେକ୍ଷା ଅଧିକ ଶକ୍ତିଶାଳି ଓ ଓଜନ ସମ୍ଭାଳି ପାରିବ। କିନ୍ତୁ କାଠ ଭଳି କାର୍ଡବୋର୍ଡ ବେଡ ଉପରେ ଡେଇଁଲେ ଭାଙ୍ଗିବାର ସମ୍ଭାବନା ରହିଛି। ଅଲିମ୍ପିକ୍ସ ପରେ ସିଙ୍ଗଲ ବେଡକୁ ନବିକରଣ କରାଯାଇପାରିବ। ଏଥିରୁ କାଗଜ ଭଳି ଉତ୍ପାଦ ବାହାରିବ। ବେଡରେ ଥିବା ମ୍ୟାଟ୍ରେସକୁ ପ୍ଲାଷ୍ଟିକରେ ପରିବର୍ତ୍ତନ କରାଯିବ। ସମ୍ପୂର୍ଣ୍ଣ ନବିକରଣ ଯୋଗ୍ୟ ବସ୍ତୁ ଦ୍ୱାରା ହିଁ ବେଡ ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି। ଆୟୋଜକମାନେ ଗୁରୁବାର ମୁଖ୍ୟ କାର୍ଯ୍ୟଳୟରେ ବେଡ ସହ କିଛି ଫର୍ନିଚର ମଧ୍ୟ ପ୍ରଦର୍ଶିତ କରିଛନ୍ତି। ଅଲିମ୍ପିକ୍ସ ଭିଲେଜ ଆସନ୍ତା ଜୁଲାଇ ୨୪ ଓ ପାରାଅଲିମ୍ପିକ୍ସ ପାଇଁ ଅଗଷ୍ଟ ୨୫ ତାରିଖରେ ଖୋଲାଯିବ। ଅଲିମ୍ପିକ୍ସ ଆଥଲେଟ୍‌ଙ୍କ ପାଇଁ ବେଡ ନବିକରଣ ଯୋଗ୍ୟ ବସ୍ତୁରେ ପ୍ରସ୍ତୁତ କରାଯିବାର ଏହା ପ୍ରଥମ ଘଟଣା। ଟୋକିଓ ବେ ନିକଟରେ ଥିବା ୨୧ ଆପାର୍ଟମେଣ୍ଟ ଟାଓ୍ବର୍ସରେ ୧୮ ହଜାର ବେଡ୍ସ ପକାଯାଇଛି। ଇଭେଣ୍ଟ ପରେ ଆପାର୍ଟମେଣ୍ଟଗୁଡ଼ିକ ବିକ୍ରି ଓ ଭଡ଼ାରେ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

ହାରିଗଲେ ସିନ୍ଧୁ, ସାତ୍ତ୍ୱିକ-ଚିରାଗ ଯୋଡ଼ି ସେମିରେ

ସିଙ୍ଗାପୁର, ୨୯ା୫: ସ୍ଥିର ପ୍ରଦର୍ଶନ ଅଭାବରୁ ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ…

ପ୍ରଥମ ଟି୨୦ ମ୍ୟାଚ୍‌ ଜିତିଲା ଭାରତ

ଚେମ୍ସ ଫୋର୍ଡ, ୨୯ା୫: ଜେମିମା ରୋଡ୍ରିଗ୍ସ ଓ ୟାସ୍ତିକା ଭାଟିଆଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ନବାଗତ ପେସ୍‌ର ନନ୍ଦନୀ ଶର୍ମାଙ୍କ ଚମତ୍କାର ବୋଲିଂ ଦ୍ୱାରା ଭାରତ ଶୁକ୍ରବାର…

ଆଇପିଏଲ ମଝିରେ ଲକ୍ଷ୍ନୌ କଲା ବଡ଼ ଘୋଷଣା: ଅଧିନାୟକ ପଦ ଛାଡ଼ିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୨୯।୫: ୨୦୨୬ ଆଇପିଏଲ ମଝିରେ ରିଷଭ ପନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସର ଅଧିନାୟକ ପଦ ଛାଡି ଦେଇଛନ୍ତି। ଶୁକ୍ରବାର ଫ୍ରାଞ୍ଚାଇଜ ସୋସିଆଲ ମିଡିଆରେ ପନ୍ତଙ୍କୁ ଅଧିନାୟକ ପଦରୁ…

ଖେଳାଳିଙ୍କ ପାଇଁ ନୂଆ ନିର୍ଦ୍ଦେଶ ଜାରି କଲା BCCI, ନିଷିଦ୍ଧ ଅଞ୍ଚଳରେ ସ୍ମାର୍ଟ ଚଷମା ପିନ୍ଧିବା ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ,୨୯।୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ଅତ୍ୟାଧୁନିକ ଯୋଗାଯୋଗ ଉପକରଣର ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ ପାଇଁ ଏକ ନୂତନ ପରାମର୍ଶ ଜାରି କରାଯାଇଛି ।…

ଆଜି କ୍ୱାଲିଫାୟର-୨ ମହାମୁକାବିଲା

ମୁଲାନପୁର,୨୯।୫: ଶୁକ୍ରବାର ଖେଳାଯିବ ଆଇପିଏଲ୍‌ର କ୍ୱାଲିଫାୟର-୨ ମହାମୁକାବିଲା। ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ। ଏହାର ବିଜେତା ରବିବାର ଅହମଦାବାଦରେ ହେବାକୁ ଥିବା…

ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ ପାଦ ଛୁଇଁଲେ, କ’ଣ କହିଲେ ‘ଲିଟିଲ ମାଷ୍ଟର’? ତିନୋଟି ଶବ୍ଦରେ ଦେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୨୯।୫: ରାଜସ୍ଥାନ ରୟାଲ୍ସର ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ, IPL 2026 ର ସବୁଠାରୁ ଚର୍ଚ୍ଚିତ ଖେଳାଳିମାନଙ୍କ ମଧ୍ୟରୁ ଜଣେ ଭାବରେ ଉଭା ହୋଇଛନ୍ତି। ମାତ୍ର ୧୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri