Posted inଜାତୀୟ

‘ଅଭିଶାପରୁ ହୋଇଥିଲା କର୍‌କରେଙ୍କ ମୃତ୍ୟୁ’:୨୬/୧୧ ଶହୀଦଙ୍କ ପ୍ରତି ପ୍ରଜ୍ଞା ଠାକୁରଙ୍କ ବିବାଦୀୟ ମନ୍ତବ୍ୟ

ଭୋପାଳ,୧୯ା୪(ପି.ଟି.): ୨୬/୧୧ ଆକ୍ରମଣବେଳେ ଶହୀଦ ହୋଇଥିବା ମୁମ୍ବାଇ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ମୁଖ୍ୟ ହେମନ୍ତ କର୍‌କରେଙ୍କ ପ୍ରତି ଭୋପାଳର ଭାଜପା ପ୍ରାର୍ଥୀ ତଥା ମାଲେଗାଓଁ ବିସ୍ଫୋରଣ ମାମଲାର ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ତାଙ୍କ ଅଭିଶାପରୁ କର୍‌କରେଙ୍କ ମୃତ୍ୟୁ ହୋଇଥିଲା ବୋଲି ସେ କହିଛନ୍ତି। ତାଙ୍କର ଏଭଳି ମନ୍ତବ୍ୟକୁ ଆଇପିଏସ୍‌ ସଂଘ ପକ୍ଷରୁ ନିନ୍ଦା କରାଯାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମାମାଗନ୍ତୁ ବୋଲି କଂଗ୍ରେସ ଦାବି କରିଛି। ଅନ୍ୟପକ୍ଷରେ ଏହା ପ୍ରଜ୍ଞାଙ୍କ ବ୍ୟକ୍ତିଗତ ମତ ବୋଲି ଭାଜପା କହିଛି।
ଭୋପାଳରେ ପ୍ରଜ୍ଞା କହିଥିଲେ, ମାଲେଗାଓଁ ବିସ୍ଫୋରଣ ମାମଲାରେ ସେ ଜେଲ୍‌ରେ ଥିବାବେଳେ ତାଙ୍କୁ କର୍‌କରେ ନିର୍ଯାତନା ଦେଇଥିଲେ। ତାଙ୍କ ବିରୋଧରେ ଯଦି ପ୍ରମାଣ ନ ମିଳେ ତେବେ ବେଆଇନ ଭାବେ ଜେଲରେ ରଖାଯାଇପାରିବ ନାହିଁ ବୋଲି ତଦନ୍ତ କମିଶନ କର୍‌କରେଙ୍କୁ କହିଥିଲେ। କିନ୍ତୁ ତାଙ୍କୁ ଜେଲ୍‌ରୁ ଛଡାଯାଉ ବୋଲି କର୍‌କରେ ଚାହୁଁ ନ ଥିଲେ। ପ୍ରମାଣ ଯୋଗାଡ଼ ଲାଗି ସେ ଯାହା କିଛି ବି କରିପାରିବେ, ଏପରିକି ପ୍ରମାଣ ପ୍ରସ୍ତୁତ କରିପାରିବେ ବୋଲି କର୍‌କରେ କହିଥିଲେ। ବାରମ୍ବାର ଜେରା ଓ ନିର୍ଯାତନାରେ ଅତିଷ୍ଠ ହୋଇ ପ୍ରଜ୍ଞା ତାଙ୍କୁ ଅଭିଶାପ ଦେଇଥିଲେ। ଏହାର ଦେଢ଼ମାସ ପରେ ମୁମ୍ବାଇ ଆକ୍ରମଣ ବେଳେ ଆତଙ୍କବାଦୀଙ୍କ ଗୁଳିରେ କର୍‌କରେଙ୍କ ମୃତ୍ୟୁ ହୋଇଥିଲା ବୋଲି ପ୍ରଜ୍ଞା କହିଛନ୍ତି। ଆତଙ୍କବାଦ ନିରୋଧୀ ଲଢ଼େଇରେ ଦେଶ ପାଇଁ ଜୀବନ ଦେଉଥିବା ସମସ୍ତ ଯବାନଙ୍କ ପ୍ରତି ଏହା ଅପମାନ ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ୍‌ ସୁର୍ଜଓ୍ବୋଲା ସମାଲୋଚନା କରିଛନ୍ତି। ସେପଟେ ନିର୍ବାଚନ କମିଶନ(ଇସି) ପ୍ରଜ୍ଞାଙ୍କ ମନ୍ତବ୍ୟକୁ ନେଇ ରିପୋର୍ଟ ମାଗିଛନ୍ତି। ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ପ୍ରଜ୍ଞା ନିଜ ମନ୍ତବ୍ୟରୁ ଓହରି ଯିବା ସହ କ୍ଷମା ମାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିଷ୍ଣ ମୋହନଙ୍କୁ ମିଳିଲା ଗୁରୁଦାୟିତ୍ୱ: ଜାଣନ୍ତୁ ସେ କିଏ

ନୂଆଦିଲ୍ଲୀ,୬।୭: ଅଯୋଧ୍ୟା ରାମମନ୍ଦିର ଦାନ ଅର୍ଥ ଆତ୍ମସାତ ଅଭିଯୋଗ ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଓ ସଦସ୍ୟ ଅନିଲ ମିଶ୍ରା…

ହଠାତ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ଚାରିପଟେ ଘୁରିବୁଲିଲା ଇଣ୍ଡୋନେସିଆର ବାୟୁସେନାର ଲଢ଼ୁଆ ବିମାନ: ଆଉ ତା’ପରେ…ଦେଖନ୍ତୁ VIDEO

ନୂଆଦିଲ୍ଲୀ,୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଟି ରାଷ୍ଟ୍ର ଗସ୍ତରେ ଅଛନ୍ତି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ସେ ଇଣ୍ଡୋନେସିଆରେ ପହଞ୍ଚିଛନ୍ତି। ଏଠାରେ ତାଙ୍କୁ ରାଜଧାନୀ ଜାକର୍ତ୍ତାରେ ଜୋରଦାର ସ୍ବାଗତ…

ଅଗ୍ନିବୀରଙ୍କ ପାଇଁ ଖୁସିଖବର: ସେନାରେ ବଢ଼ିବ ସ୍ଥାୟୀ କୋଟା!

ନୂଆଦିଲ୍ଲୀ,୬।୭: ‘ଅଗ୍ନିବୀର’ ଯୋଜନା ଦେଶର ସବୁଠାରୁ ଚର୍ଚ୍ଚିତ ସାମରିକ ପଦକ୍ଷେପ ମଧ୍ୟରୁ ଗୋଟିଏ। କିନ୍ତୁ ଏହା ଦେଶରେ ବହୁତ ବିରୋଧର ସମ୍ମୁଖୀନ ହୋଇଥିଲା। ଏହି ଯୋଜନା ଅଧୀନରେ…

ଟିଏମସିରେ ଫାଟ ପରେ ବି କମିନି ମମତାଙ୍କ ଦବଦବା; ତାଙ୍କ ବିନା ରାଜ୍ୟ ସଭାର ଗୋଟିଏ ବି ସିଟ୍‌ ଜିତିପାରିବେନି…

କୋଲକାତା,୬।୭: ପଶ୍ଚିମବଙ୍ଗରେ ରାଜ୍ୟସଭାର ତିନୋଟି ଆସନ ପାଇଁ ନିର୍ବାଚନ କମିଶନ ଉପ-ନିର୍ବାଚନ ଘୋଷଣା କରିଛନ୍ତି। ଏହି ଆସନଗୁଡ଼ିକ ପାଇଁ ଜୁଲାଇ ୨୪ରେ ମତଦାନ ହେବ ଏବଂ ସେହି…

ଗାଈ ଚରାଇବା ବେଳେ ମାଡ଼ିବସିଲା ସିଂହ, ଗୋଡ଼କୁ ଧରି…

ନୂଆଦିଲ୍ଲୀ,୬।୭:  ଗୁଜୁରାଟର ପାଲିଟାନାରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ, ଏକ ସିଂହ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ପରେ ତାଙ୍କ ଗୋଡକୁ ଧରି…

ପହଲଗାମ ଆକ୍ରମଣ: LeT ମୁଖ୍ୟ ହାଫିଜ ସୟିଦଙ୍କୁ ଅଭିଯୁକ୍ତ ଦର୍ଶାଇଲା NIA

ନୂଆଦିଲ୍ଲୀ,୬।୭: ପହଲଗାମ ଆକ୍ରମଣ ମାମଲାର ଜାତୀୟ ତଦନ୍ତ ସଂସ୍ଥା (NIA) ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ ଦାଖଲ କରିଛି। ଚାର୍ଜସିଟ୍‌ରେ NIA ପହଲଗାମ ଆକ୍ରମଣ ମାମଲାରେ LeT ମୁଖ୍ୟ…

ରାମ ମନ୍ଦିର ଟ୍ରଷ୍ଟର ଗୁରତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ଅଧ୍ୟକ୍ଷ ନୃତ୍ୟଗୋପାଳ ଦାସଙ୍କ ଚିଠିକୁ ନେଇ ବଢ଼ିଲା ଚର୍ଚ୍ଚା…

ଅଯୋଧ୍ୟା,୬।୭: ଅଯୋଧ୍ୟା ରାମ ମନ୍ଦିର ଦାନ ଟଙ୍କା ଚୋରି ସମ୍ପର୍କରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ, ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ…

ସୁପ୍ରିମକୋର୍ଟରୁ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବଡ଼ ଝଟକା

ନୂଆଦିଲ୍ଲୀ,୬।୭: ତାମିଲନାଡୁର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ନିର୍ବାଚନ ପ୍ରଚାର ସମୟରେ ଘଟିଥିବା କରୁର ଦଳାଚକଟା ସମ୍ପର୍କରେ ପ୍ରସଙ୍ଗ ପୁଣି ଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri