Posted inଜାତୀୟ

ଅନ୍ୟ ମହିଳାଙ୍କ ସହ ଡାନ୍ସ କରିବା ପାଇଁ ମନା କରିବାରୁ ପତ୍ନୀଙ୍କୁ ହତ୍ୟା କଲେ ସ୍ବାମୀ

ଉଦୟପୁର,୨୭।୫: ରାଜସ୍ଥାନର ଉଦୟପୁରରେ ଜଣେ ୬୦ ବର୍ଷୀୟ ବୃଦ୍ଧ ନିଜ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପନଓ୍ବାଡା ପୋଲିସ ଷ୍ଟେଶନ ନିକଟବର୍ତ୍ତି ଅଞ୍ଚଳରେ ବାସ କରନ୍ତି କାଶୁରାମ ଓ ତାଙ୍କ ଭିଖାଲି। ଶୁକ୍ରବାର ପଡ଼ୋଶୀ ପରିବାରଙ୍କ ଏକ ବିବାହ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ କାଶୁରାମ ଓ ଭିଖାଲି ଯାଇଥିଲେ। ସେଠାରେ କାଶୁରାମ ଅନ୍ୟ ମହିଳାଙ୍କ ଡାନ୍ସ କରିଥିଲେ। ତେବେ ଘରକୁ ଫେରିବା ପରେ ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା। ଯୁକ୍ତିତର୍କ ଏତେ ବଢ଼ିଯାଇଥିଲା ଯେ ଉତ୍ତ୍ୟକ୍ତ କାଶୁରାମ ଭିଖାଲୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଶନିବାର ଏହି ଘଟଣା ବାବଦରେ ମୃତ ଭିଖାଲୀଙ୍କ ସାବତ ପୁଅ ପୋଲିସଙ୍କୁ ଏତଲା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ମାମଲା ରୁଜୁ କରିଛି। ଏଥିସହ ରବିବାର କାଶୁରାମଙ୍କୁ ଗିରଫ କରିଛି ପୋଲିସ। ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର: ହାରିଗଲେ ଶେଷ ଆଇନଗତ ଲଢ଼େଇ

ନୂଆଦିଲ୍ଲୀ,୬।୭: ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର ହୋଇଛି। ସେ ୟୁରୋପୀୟ କୋର୍ଟରେ ତାଙ୍କର ଶେଷ ଆଇନଗତ ଲଢ଼େଇ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri