ଅନ୍ଧବିଶ୍ୱାସରୁ ମୁକୁଳିପାରୁନି ଭାରତ: ଅଙ୍ଗ ଅଭାବରୁ ଜୀବନ ହାରୁଛନ୍ତି ଲକ୍ଷାଧିକ ରୋଗୀ

ଭୁବନେଶ୍ୱର,୧୩।୮(ବ୍ୟୁରୋ): କଥାରେ ଅଛି ଅଙ୍ଗଦାନ ମହତ୍‌ ଦାନ। ହେଲେ ଏହାକୁ ଗ୍ରହଣ କରିବାକୁ ଆଜି ବି ଅନେକେ ନାରାଜ। ବିଂଶଶତାବ୍ଦୀରେ ଅଙ୍ଗ ପ୍ରତିରୋପଣ ମେଡିକାଲ ସାଇନ୍ସର ଏକ ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ ହୋଉଥିବାବେଳେ ଏହାଦ୍ୱାରା ଲକ୍ଷ ଲକ୍ଷ ଜୀବନ ରକ୍ଷା କରିହେଉଛି। ହେଲେ ଦୁର୍ଭାଗ୍ୟର କଥା ଭାରତ ଏବେ ବି ଅଙ୍ଗଦାନକୁ ନେଇ ରହିଥିବା ଅନ୍ଧବିଶ୍ୱାସରୁ ମୁକୁଳିପାରିନି। ପ୍ରତିରୋପଣ ପାଇଁ ଅଙ୍ଗ ମିଳୁ ନ ଥିବାରୁ ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କୁ ବଞ୍ଚାଇ ହେଉନାହିଁ। ଅର୍ଗାନ୍‌ ଫେଲ୍ୟୁୟୋର୍‌ (ଅଙ୍ଗ ଅକାମୀ) ଯୋଗୁ ଭାରତରେ ବର୍ଷକୁ ପ୍ରାୟ ୫ଲକ୍ଷ ରୋଗୀଙ୍କର ମୃତ୍ୟୁ ଘଟୁଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ତଥ୍ୟରୁ ଏହା ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ, ୧୦ଲକ୍ଷରୁ ଅଧିକ ରୋଗୀ ନୂଆ ଜୀବନ ପାଇବାକୁ ଏବେ ବି ଅନ୍ୟର ଅଙ୍ଗଦାନ ଅପେକ୍ଷାରେ ରହିଛନ୍ତି।
ମୃତଦେହ ଦାନ କ୍ଷେତ୍ରରେ ଭାରତ ବହୁ ପଛରେ ରହିଛି। ପ୍ରତିରୋପଣ ପାଇଁ ଆବଶ୍ୟକ ଅଙ୍ଗ ଏବଂ ଉପଲବ୍ଧ ଥିବା ଅଙ୍ଗ ମଧ୍ୟରେ ବହୁ ତଫାତ୍‌ ରହିଛି। ରୋଗୀଙ୍କୁ ଯେତିକି ସଂଖ୍ୟାରେ ଆବଶ୍ୟକ ହେଉଛି ତାହାର ଏକ ଚତୁର୍ଥାଂଶ ମଧ୍ୟ ମିଳୁନି। କେନ୍ଦ୍ର ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଯକୃତ ବା ଲିଭର୍‌ ରୋଗରେ ପ୍ରତିବର୍ଷ ଭାରତରେ ୨ଲକ୍ଷରୁ ଅଧିକ ଏବଂ ହୃଦ୍‌ରୋଗରେ ବାର୍ଷିକ ୫୦ ହଜାର ଲୋକଙ୍କର ମୃତ୍ୟୁ ଘଟିଥାଏ। ଦେଢଲକ୍ଷରୁ ଊର୍ଦ୍ଧ୍ୱ ରୋଗୀ ନୂଆ ଜୀବନ ପାଇଁ କିଡ୍‌ନୀ ପ୍ରତିରୋପଣର ଆବଶ୍ୟକ କରୁଥିବା ବେଳେ ମାତ୍ର ୫ ହଜାର ରୋଗୀଙ୍କୁ କିଡ୍‌ନୀ ମିଳିପାରୁଥିବା ଏହି ତଥ୍ୟରୁ ଜଣାପଡ଼ିଛି। ଭାରତର ଜନସଂଖ୍ୟା ୧୨୦ କୋଟିରୁ ଅଧିକ ହୋଇଥିଲେ ମଧ୍ୟ ପ୍ରତି ୧୦ଲକ୍ଷ ଲୋକଙ୍କ ମଧ୍ୟରେ ମାତ୍ର ୦.୩୪ ଅଙ୍ଗଦାନ କରୁଛନ୍ତି, ଯାହାକି ସମଗ୍ର ବିଶ୍ୱର ଅନୁପାତକୁ ଦେଖିଲେ ବେଶ୍‌ ନଗଣ୍ୟ। ଯୁକ୍ତରାଷ୍ଟ୍ର ଆମେରିକା, ଜର୍ମାନୀ, ସ୍ପେନ୍‌ ଓ ନେଦରଲାଣ୍ଡ୍‌ ଭଳି ଦେଶ ମୃତଦେହ ଏବଂ ଅଙ୍ଗଦାନ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି।
ଅନ୍ୟପକ୍ଷରେ ବ୍ରେନ୍‌ଡେଡ୍‌ ବା ମସ୍ତିଷ୍କ ମୃତ ହେବାପରେ ରୋଗୀଙ୍କ ସମ୍ପର୍କୀୟମାନେ ଏହାକୁ କୋମା ଭାବି ରୋଗୀ ପୁଣିଥରେ ଠିକ୍‌ ହେବା ଆଶାରେ ରହୁଛନ୍ତି। ସେହି ସମୟରେ ଆଉଜଣଙ୍କ ଜୀବନ ବଞ୍ଚାଇବା ପାଇଁ ଅଙ୍ଗପ୍ରତ୍ୟଙ୍ଗ ଦାନ କରିବା ଏକ ଉଚିତ୍‌ ପଦକ୍ଷେପ ହୋଇଥିଲେ ମଧ୍ୟ ଭାରତୀୟମାନେ ଏହି ଭ୍ରାନ୍ତଧାରଣାରୁ ବାହାରି ପାରୁନାହାନ୍ତି। ଏହାବ୍ୟତୀତ ପ୍ରାଚୀନ କାଳରୁ ରହିଆସିଥିବା କେତେକ ଅନ୍ଧବିଶ୍ୱାସ, ସାଂସ୍କୃତିକ ଓ ଧାର୍ମିକ ବିଶ୍ୱାସ ଆଦି ଯୋଗୁ ମୃତବ୍ୟକ୍ତିଙ୍କ ପରିବାର ଲୋକେ ଅଙ୍ଗଦାନ କରିବାକୁ କୁଣ୍ଠାବୋଧ କରୁଛନ୍ତି। ବଡ଼ ବଡ଼ ସହରରେ ଧୀରେ ଧୀରେ ଏହି ପ୍ରଥାରେ ପରିବର୍ତ୍ତନ ଆସୁଥିଲେ ମଧ୍ୟ ଆଭ୍ୟନ୍ତରୀଣ ଓ ଗ୍ରାମୀଣ ଭାରତରେ ଏହାକୁ ଲୋକେ ଗ୍ରହଣ କରିପାରୁନାହାନ୍ତି। ଏହାବ୍ୟତୀତ ଅନୁନ୍ନତ ସ୍ବାସ୍ଥ୍ୟସେବା ତଥା ଅଙ୍ଗ ପ୍ରତିରୋପଣ ପାଇଁ ଆବଶ୍ୟକ ଅତ୍ୟାଧୁନିକ ଟେକ୍ନୋଲୋଜି ଏବଂ ମାନବ ସମ୍ବଳ ଅଭାବ ଆଉ ଏକ ପ୍ରମୁଖ ସମସ୍ୟା। ଦେଶ ଏବଂ ଓଡ଼ିଶାରେ ଆବଶ୍ୟକ ସଂଖ୍ୟକ ଟ୍ରାନ୍ସପ୍ଲାଣ୍ଟ ସେଣ୍ଟର, ତାଲିମ୍‌ପ୍ରାପ୍ତ କର୍ମଚାରୀ, ଟ୍ରାନ୍ସପ୍ଲାଣ୍ଟ କୋଅର୍ଡିନେଟର୍‌ ବା ପ୍ରତିରୋପଣ ସହଯୋଗକାରୀ ନ ରହିବା ମୃତ ଶରୀର ଦାନ ଓ ଅଙ୍ଗଦାନ କ୍ଷେତ୍ରରେ ପ୍ରତିବନ୍ଧକ ସାଜୁଛି। ଜଣେ ରୋଗୀକୁ ବ୍ରେନ୍‌ଡେଡ୍‌ ବୋଲି ଘୋଷଣା କରିବା ପାଇଁ ଭାରତର ଅଧିକାଂଶ ହସ୍ପିଟାଲରେ ନିୟମ ନ ଥିବା ବେଳେ ଅଧିକାଂଶ ଅଙ୍ଗଦାନ ଏବଂ ପ୍ରତିରୋପଣ ସହ ଜଡ଼ିତ ପ୍ରକ୍ରିୟା ସମ୍ପର୍କରେ ଆଦୌ ସଚେତନ ନୁହନ୍ତି। ଏ ନେଇ ବିଆର୍‌ ଲାଇଫ୍‌ କଳିଙ୍ଗ ହସ୍ପିଟାଲ୍‌ର ବିଶେଷଜ୍ଞ ତଥା ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡା. ବିଶ୍ୱଜିତ ନନ୍ଦ କହିଛନ୍ତି, ଭାରତୀୟମାନେ ଅଙ୍ଗଦାନ କରି ଦେଶର ସାମାଜିକ ପ୍ରତିବନ୍ଧକ ଓ ଅନ୍ଧବିଶ୍ୱାସ ବିରୋଧରେ ସ୍ବର ଉଠାଇବା ଉଚିତ। ହାର୍ଟ, ପାନ୍‌କ୍ରିୟାସ୍‌, ଲିଭର୍‌, କିଡ୍‌ନୀ, ଫୁସ୍‌ଫୁସ୍‌ ଭଳି ଅଙ୍ଗଦାନ କରିବାକୁ ସମସ୍ତେ ଆଗେଇ ଆସିବା ଉଚିତ। ବୟସ, ଜାତି, ଧର୍ମ ଓ ଗୋଷ୍ଠୀ ନିର୍ବିଶେଷରେ ସମସ୍ତ ବ୍ୟକ୍ତି ଅଙ୍ଗଦାନ କରିପାରିବେ। ଅଙ୍ଗଦାନ କରି ପ୍ରତ୍ୟେକେ ୮ ଜଣଙ୍କର ଜୀବନ ରକ୍ଷା କରିପାରିବେ ଏବଂ ଟିସ୍ୟୁ ଦାନ କରି ୫୦ରୁ ଅଧିକ ଲୋକଙ୍କ ଜୀବନ ପରିବର୍ତ୍ତନ କରିପାରିବେ ବୋଲି ସେ କହିଛନ୍ତି।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?