ଅନ୍ଧବିଶ୍ୱାସରୁ ମୁକୁଳିପାରୁନି ଭାରତ: ଅଙ୍ଗ ଅଭାବରୁ ଜୀବନ ହାରୁଛନ୍ତି ଲକ୍ଷାଧିକ ରୋଗୀ

ଭୁବନେଶ୍ୱର,୧୩।୮(ବ୍ୟୁରୋ): କଥାରେ ଅଛି ଅଙ୍ଗଦାନ ମହତ୍‌ ଦାନ। ହେଲେ ଏହାକୁ ଗ୍ରହଣ କରିବାକୁ ଆଜି ବି ଅନେକେ ନାରାଜ। ବିଂଶଶତାବ୍ଦୀରେ ଅଙ୍ଗ ପ୍ରତିରୋପଣ ମେଡିକାଲ ସାଇନ୍ସର ଏକ ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ ହୋଉଥିବାବେଳେ ଏହାଦ୍ୱାରା ଲକ୍ଷ ଲକ୍ଷ ଜୀବନ ରକ୍ଷା କରିହେଉଛି। ହେଲେ ଦୁର୍ଭାଗ୍ୟର କଥା ଭାରତ ଏବେ ବି ଅଙ୍ଗଦାନକୁ ନେଇ ରହିଥିବା ଅନ୍ଧବିଶ୍ୱାସରୁ ମୁକୁଳିପାରିନି। ପ୍ରତିରୋପଣ ପାଇଁ ଅଙ୍ଗ ମିଳୁ ନ ଥିବାରୁ ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କୁ ବଞ୍ଚାଇ ହେଉନାହିଁ। ଅର୍ଗାନ୍‌ ଫେଲ୍ୟୁୟୋର୍‌ (ଅଙ୍ଗ ଅକାମୀ) ଯୋଗୁ ଭାରତରେ ବର୍ଷକୁ ପ୍ରାୟ ୫ଲକ୍ଷ ରୋଗୀଙ୍କର ମୃତ୍ୟୁ ଘଟୁଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ତଥ୍ୟରୁ ଏହା ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ, ୧୦ଲକ୍ଷରୁ ଅଧିକ ରୋଗୀ ନୂଆ ଜୀବନ ପାଇବାକୁ ଏବେ ବି ଅନ୍ୟର ଅଙ୍ଗଦାନ ଅପେକ୍ଷାରେ ରହିଛନ୍ତି।
ମୃତଦେହ ଦାନ କ୍ଷେତ୍ରରେ ଭାରତ ବହୁ ପଛରେ ରହିଛି। ପ୍ରତିରୋପଣ ପାଇଁ ଆବଶ୍ୟକ ଅଙ୍ଗ ଏବଂ ଉପଲବ୍ଧ ଥିବା ଅଙ୍ଗ ମଧ୍ୟରେ ବହୁ ତଫାତ୍‌ ରହିଛି। ରୋଗୀଙ୍କୁ ଯେତିକି ସଂଖ୍ୟାରେ ଆବଶ୍ୟକ ହେଉଛି ତାହାର ଏକ ଚତୁର୍ଥାଂଶ ମଧ୍ୟ ମିଳୁନି। କେନ୍ଦ୍ର ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଯକୃତ ବା ଲିଭର୍‌ ରୋଗରେ ପ୍ରତିବର୍ଷ ଭାରତରେ ୨ଲକ୍ଷରୁ ଅଧିକ ଏବଂ ହୃଦ୍‌ରୋଗରେ ବାର୍ଷିକ ୫୦ ହଜାର ଲୋକଙ୍କର ମୃତ୍ୟୁ ଘଟିଥାଏ। ଦେଢଲକ୍ଷରୁ ଊର୍ଦ୍ଧ୍ୱ ରୋଗୀ ନୂଆ ଜୀବନ ପାଇଁ କିଡ୍‌ନୀ ପ୍ରତିରୋପଣର ଆବଶ୍ୟକ କରୁଥିବା ବେଳେ ମାତ୍ର ୫ ହଜାର ରୋଗୀଙ୍କୁ କିଡ୍‌ନୀ ମିଳିପାରୁଥିବା ଏହି ତଥ୍ୟରୁ ଜଣାପଡ଼ିଛି। ଭାରତର ଜନସଂଖ୍ୟା ୧୨୦ କୋଟିରୁ ଅଧିକ ହୋଇଥିଲେ ମଧ୍ୟ ପ୍ରତି ୧୦ଲକ୍ଷ ଲୋକଙ୍କ ମଧ୍ୟରେ ମାତ୍ର ୦.୩୪ ଅଙ୍ଗଦାନ କରୁଛନ୍ତି, ଯାହାକି ସମଗ୍ର ବିଶ୍ୱର ଅନୁପାତକୁ ଦେଖିଲେ ବେଶ୍‌ ନଗଣ୍ୟ। ଯୁକ୍ତରାଷ୍ଟ୍ର ଆମେରିକା, ଜର୍ମାନୀ, ସ୍ପେନ୍‌ ଓ ନେଦରଲାଣ୍ଡ୍‌ ଭଳି ଦେଶ ମୃତଦେହ ଏବଂ ଅଙ୍ଗଦାନ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି।
ଅନ୍ୟପକ୍ଷରେ ବ୍ରେନ୍‌ଡେଡ୍‌ ବା ମସ୍ତିଷ୍କ ମୃତ ହେବାପରେ ରୋଗୀଙ୍କ ସମ୍ପର୍କୀୟମାନେ ଏହାକୁ କୋମା ଭାବି ରୋଗୀ ପୁଣିଥରେ ଠିକ୍‌ ହେବା ଆଶାରେ ରହୁଛନ୍ତି। ସେହି ସମୟରେ ଆଉଜଣଙ୍କ ଜୀବନ ବଞ୍ଚାଇବା ପାଇଁ ଅଙ୍ଗପ୍ରତ୍ୟଙ୍ଗ ଦାନ କରିବା ଏକ ଉଚିତ୍‌ ପଦକ୍ଷେପ ହୋଇଥିଲେ ମଧ୍ୟ ଭାରତୀୟମାନେ ଏହି ଭ୍ରାନ୍ତଧାରଣାରୁ ବାହାରି ପାରୁନାହାନ୍ତି। ଏହାବ୍ୟତୀତ ପ୍ରାଚୀନ କାଳରୁ ରହିଆସିଥିବା କେତେକ ଅନ୍ଧବିଶ୍ୱାସ, ସାଂସ୍କୃତିକ ଓ ଧାର୍ମିକ ବିଶ୍ୱାସ ଆଦି ଯୋଗୁ ମୃତବ୍ୟକ୍ତିଙ୍କ ପରିବାର ଲୋକେ ଅଙ୍ଗଦାନ କରିବାକୁ କୁଣ୍ଠାବୋଧ କରୁଛନ୍ତି। ବଡ଼ ବଡ଼ ସହରରେ ଧୀରେ ଧୀରେ ଏହି ପ୍ରଥାରେ ପରିବର୍ତ୍ତନ ଆସୁଥିଲେ ମଧ୍ୟ ଆଭ୍ୟନ୍ତରୀଣ ଓ ଗ୍ରାମୀଣ ଭାରତରେ ଏହାକୁ ଲୋକେ ଗ୍ରହଣ କରିପାରୁନାହାନ୍ତି। ଏହାବ୍ୟତୀତ ଅନୁନ୍ନତ ସ୍ବାସ୍ଥ୍ୟସେବା ତଥା ଅଙ୍ଗ ପ୍ରତିରୋପଣ ପାଇଁ ଆବଶ୍ୟକ ଅତ୍ୟାଧୁନିକ ଟେକ୍ନୋଲୋଜି ଏବଂ ମାନବ ସମ୍ବଳ ଅଭାବ ଆଉ ଏକ ପ୍ରମୁଖ ସମସ୍ୟା। ଦେଶ ଏବଂ ଓଡ଼ିଶାରେ ଆବଶ୍ୟକ ସଂଖ୍ୟକ ଟ୍ରାନ୍ସପ୍ଲାଣ୍ଟ ସେଣ୍ଟର, ତାଲିମ୍‌ପ୍ରାପ୍ତ କର୍ମଚାରୀ, ଟ୍ରାନ୍ସପ୍ଲାଣ୍ଟ କୋଅର୍ଡିନେଟର୍‌ ବା ପ୍ରତିରୋପଣ ସହଯୋଗକାରୀ ନ ରହିବା ମୃତ ଶରୀର ଦାନ ଓ ଅଙ୍ଗଦାନ କ୍ଷେତ୍ରରେ ପ୍ରତିବନ୍ଧକ ସାଜୁଛି। ଜଣେ ରୋଗୀକୁ ବ୍ରେନ୍‌ଡେଡ୍‌ ବୋଲି ଘୋଷଣା କରିବା ପାଇଁ ଭାରତର ଅଧିକାଂଶ ହସ୍ପିଟାଲରେ ନିୟମ ନ ଥିବା ବେଳେ ଅଧିକାଂଶ ଅଙ୍ଗଦାନ ଏବଂ ପ୍ରତିରୋପଣ ସହ ଜଡ଼ିତ ପ୍ରକ୍ରିୟା ସମ୍ପର୍କରେ ଆଦୌ ସଚେତନ ନୁହନ୍ତି। ଏ ନେଇ ବିଆର୍‌ ଲାଇଫ୍‌ କଳିଙ୍ଗ ହସ୍ପିଟାଲ୍‌ର ବିଶେଷଜ୍ଞ ତଥା ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡା. ବିଶ୍ୱଜିତ ନନ୍ଦ କହିଛନ୍ତି, ଭାରତୀୟମାନେ ଅଙ୍ଗଦାନ କରି ଦେଶର ସାମାଜିକ ପ୍ରତିବନ୍ଧକ ଓ ଅନ୍ଧବିଶ୍ୱାସ ବିରୋଧରେ ସ୍ବର ଉଠାଇବା ଉଚିତ। ହାର୍ଟ, ପାନ୍‌କ୍ରିୟାସ୍‌, ଲିଭର୍‌, କିଡ୍‌ନୀ, ଫୁସ୍‌ଫୁସ୍‌ ଭଳି ଅଙ୍ଗଦାନ କରିବାକୁ ସମସ୍ତେ ଆଗେଇ ଆସିବା ଉଚିତ। ବୟସ, ଜାତି, ଧର୍ମ ଓ ଗୋଷ୍ଠୀ ନିର୍ବିଶେଷରେ ସମସ୍ତ ବ୍ୟକ୍ତି ଅଙ୍ଗଦାନ କରିପାରିବେ। ଅଙ୍ଗଦାନ କରି ପ୍ରତ୍ୟେକେ ୮ ଜଣଙ୍କର ଜୀବନ ରକ୍ଷା କରିପାରିବେ ଏବଂ ଟିସ୍ୟୁ ଦାନ କରି ୫୦ରୁ ଅଧିକ ଲୋକଙ୍କ ଜୀବନ ପରିବର୍ତ୍ତନ କରିପାରିବେ ବୋଲି ସେ କହିଛନ୍ତି।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri