ଅନୁଚ୍ଛେଦ ୩୭୦ ଯୋଗୁ ବିବାହ ପରେ ଏହି ଅଭିନେତ୍ରୀ ହରାଇଥିଲେ କଶ୍ମୀର

ଶ୍ରୀନଗର,୬।୮: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ପରେ ସାରା ଦେଶରେ ମିଶ୍ରିତ ପ୍ରତିକ୍ରିୟା ମିଳିଛି। ଏନେଇ ବଲିଉଡ୍‌ରୁ ଆରମ୍ଭ କରି ଟେଲି କଳାକାରମାନେ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏହି କ୍ରମରେ ଟେଲି ଶୋ‘ମେରେ ଅଙ୍ଗନେ ମେ’ ଫେମ୍‌ ଏକତା କୋଲ ମଧ୍ୟ ନିଜର ଖୁସି ପ୍ରକାଶ କରିଛନ୍ତି। ଏଥିସହ ସେ କହିଛନ୍ତି, ଏବେ ମୋ କଶ୍ମୀର ମୋତେ ମିଳିଗଲା। ସରକାର କଶ୍ମୀରରେ ଧାରା ୩୭୦କୁ ଉଚ୍ଛେଦ କରିବା ପରେ ଏକତା ସବୁଠାରୁ ବେଶି ଖୁସି ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି। କାରଣ ଏକତା କଶ୍ମୀର ବାସିନ୍ଦା ହୋଇଥିବା ବେଳେ ଗତ ବର୍ଷ ସେ ଅଭିନେତା ସୁମିତ ବ୍ୟାସଙ୍କ ସହ ବିବାହ କରିଥିଲେ। ଏହାପରେ ସେ କଶ୍ମୀରର ସଦସ୍ୟତା ହରାଇଥିଲେ। ସୋମବାର ସକାଳେ ବାପାଙ୍କ ଫୋନ୍‌ କଲ୍‌ ଆସିବା ପରେ ସେ ଟିଭି ଦେଖିଥିଲେ। ସରକାରଙ୍କ ନିଷ୍ପତ୍ତି ପରେ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିବା ସହ ଉତ୍ସବ ମନାଇଥିବା ନେଇ ଏକତା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବିବାହ ପରେ ସେ ଅନୁଭବ କରିଥିଲେ ତାଙ୍କ ଜୀବନରେ ସବୁ କିଛି କିଭଳି ପରିବର୍ତ୍ତନ ହୋଇଯାଇଥିଲା। ଏକତା ସବୁବେଳେ କଶ୍ମୀର ଫେରିବାକୁ ଚାହୁଁଥିବା ବେଳେ ସେଠାରେ ଜମି ମଧ୍ୟ କିଣିବାକୁ ସେ ଇଛା ପ୍ରକାଶ କରୁଥିଲେ। ହେଲେ ବିବାହ ପରେ ଏହା ସମ୍ଭବ ହୋଇ ନ ଥିଲା। କାରଣ ଧାରା ୩୭୦ ଅନୁସାରେ କଶ୍ମୀର ମହିଳା ଯଦି ଅନ୍ୟ ରାଜ୍ୟର ବ୍ୟକ୍ତିଙ୍କୁ ବିବାହ କରନ୍ତି ତେବେ ସେମାନଙ୍କର ରାଜ୍ୟର ନାଗରିକତା ଆଉ ରହେ ନାହିଁ। ତେବେ ଏହି ଉଚ୍ଛେଦ ପରେ କଶ୍ମୀର ମହିଳାମାନେ ଭାରତର ଯେକୌଣସି ପୁରୁଷଙ୍କୁ ବିବାହ କରିବା ସହ ତାଙ୍କର ନାଗରିକତା ମଧ୍ୟ ହରାଇବେ ନାହିଁ। ଏବେ ରାଜ୍ୟରେ ସବୁ ପରିବର୍ତ୍ତନ ହୋଇଯିବ ବୋଲି ଏକତା ଆଶା ପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

କାନପୁରରେ ବାରମ୍ବାର ଖସୁଛି ଅତଡ଼ା: ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ

ଛେନାପଦୀ/ହାଟଡିହୀ,୧୨l୯(ନିରାକାର ପରିଡା/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ଦକ୍ଷିଣ ପାର୍ଶ୍ୱ ସାଳନ୍ଦୀ ନଦୀ ଦ୍ୱାରା ବାରମ୍ବାର ଅତଡ଼ା ଖସି କାନପୁର…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ ଘଟିଲା…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

୨ ଦିନ ହେଲା ବସ୍‌ଷ୍ଟାଣ୍ଡ ବାସିନ୍ଦା ଜଳବନ୍ଦୀ, ନିଦ୍ରାରେ ପ୍ରଶାସନ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବସ୍‌ଷ୍ଟାଣ୍ଡ ବାସିନ୍ଦା ୨ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଦିଗପହଣ୍ଡି ସହର ଜିଲାର ଏକ ପ୍ରମୁଖ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ନିଖୋଜ ଥିଲେ, କେନାଲରୁ ମିଳିଲା ମହିଳାଙ୍କ ମୃତଦେହ

କୋକସରା,୧୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ପିତବାସପୁର କେନାଲ ବ୍ରିଜ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣକ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?