ଅନୁଗୋଳ ପୁଅକୁ ଆମେରିକା ଡାକରା; ଶୁଭ୍ରାଂଶୁଙ୍କ ‘ମାଭିକ୍‌’ ଡ୍ରୋନ୍‌କୁ ନାସା କହିଲା ମିରାକିଲ୍‌

ଅନୁଗୋଳ ଅଫିସ, ୪।୧୧:  ୨୪ ଘଣ୍ଟା ଆକାଶରେ ଉଡ଼ାଣ କରିପାରିବ। ୧୫ କେଜିର ଫାଷ୍ଟଏଡ୍‌ ନେଇ ତୁରନ୍ତ ଅପହଞ୍ଚ ଅଞ୍ଚଳର ଗୁରୁତର କିମ୍ବା ଦୁର୍ଘଟଣାଗ୍ରସ୍ତଙ୍କ ନିକଟରେ ପହଞ୍ଚାଇ ପାରିବ। ଖଞ୍ଜାଯାଇଥିବା କ୍ୟାମେରାରେ ଡାକ୍ତରଙ୍କ ସହ ଲୋକଙ୍କ ସିଧାସଳଖ କଥା କରାଇ ଜରୁରୀ ଚିକିତ୍ସାରେ ସହାୟତା କରିପାରିବ। ମାତ୍ର ୬୫ ହଜାର ଟଙ୍କାରେ ଅନୁଗୋଳ ଗାନ୍ଧୀମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୯ମ ଶ୍ରେଣୀ ଛାତ୍ର ଶୁଭ୍ରାଂଶୁ ନାୟକ ପ୍ରସ୍ତୁତ କରିଥିବା ଏହି ‘ମାଭିକ୍‌’ ଡ୍ରୋନ୍‌ ନାସା (ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେଶ୍‌ ଆଡମିନିଷ୍ଟ୍ରେଶନ) ଦ୍ୱାରା ମନୋନୀତ ହୋଇଛି। ଏପରି କି ୨୦୨୦ ଜାନୁୟାରୀ ପହିଲାରେ ହେବାକୁ ଥିବା ନାସା ସ୍ପେଶ୍‌ ସେଟେଲମେଣ୍ଟ ପ୍ରତିଯୋଗିତାରେ ଭାଗ ନେବାକୁ ଆମେରିକାରୁ ଶୁଭ୍ରାଂଶୁଙ୍କୁ ଡାକରା ମିଳିଛି।
ସାରା ବିଶ୍ୱରେ ପରିଚିତ ହେବାକୁ ଯାଉଥିବା ଛାତ୍ର ଶୁଭ୍ରାଂଶୁଙ୍କ ଘର ଅନୁଗୋଳ ସହର ଉପକଣ୍ଠ ହୁଲୁରିସିଂହାରେ। ବାପା ଲକ୍ଷ୍ମଣ ନାୟକ ବ୍ୟାଗ ତିଆରି କରି ବିକ୍ରି କରନ୍ତି। ମା’ ସୁଲୋଚନା ନାୟକ ଗୃହିଣୀ। ଜଣେ ମେଧାବୀ ଛାତ୍ର ଭାବେ ପରିଚିତ ଶୁଭ୍ରାଂଶୁ ବର୍ଷେ ତଳୁ ସ୍କୁଲର ଅଟଳ ଟିଙ୍କରିଙ୍ଗ୍‌ ଲ୍ୟାବ୍‌ (ଏଟିଏଲ୍‌)ରୁ ହିଁ ଆରମ୍ଭ କରିଥିଲେ ତାଙ୍କ ଗବେଷଣା। ଗତବର୍ଷ ହାତ ଭାଙ୍ଗିଯାଇଥିବା ବେଳେ ସେ ଘରେ ବସି ‘ମାଭିକ’ ଡ୍ରୋନର ପରିକଳ୍ପନା କରିଥିଲେ। ପରିବାର ଲୋକେ ତାଙ୍କୁ ଏଥିପାଇଁ ଏକ ଲାପଟପ୍‌ ଓ ସମସ୍ତ ଉପକରଣ ଯୋଗାଇ ଦେଇଥିଲେ। ମାତ୍ର ୩ ମାସର ପରିଶ୍ରମ ଓ ସ୍କୁଲର ତିନି ଜଣ ଶିକ୍ଷକଙ୍କ ସହାୟତାରେ ସେ ଉକ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ କରିପାରିଥିଲେ। ତାଙ୍କ ଦ୍ୱାରା ପ୍ରସ୍ତୁତ ଏହି ଡ୍ରୋନ୍‌ ଗୁଗଲ୍‌ ମ୍ୟାପ ଦ୍ୱାରା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବିନା ପ୍ରତିବନ୍ଧକରେ ଯାଇପାରିବ। ଏପରି କି ବଡ଼ ବଡ଼ ଅଟ୍ଟାଳିକା ବା ଗଛ ଥିଲେ ଅଟୋ ସେନସର ଦ୍ୱାରା ଏହା ଗତିପଥ ବଦଳାଇ ପାରିବ। ଦୁର୍ଗମ ଅଞ୍ଚଳ ଓ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ତ୍ୱରିତ ପ୍ରାଥମିକ ଚିକିତ୍ସା ସେବା ଯୋଗାଇବାରେ ସହାୟକ ହୋଇପାରିବ। ୧୫ କିଲୋଗ୍ରାମ ଓଜନର ଫାଷ୍ଟଏଡ୍‌ ଧରି ଏହି ଡ୍ରୋନ୍‌ ପହଞ୍ଚତ୍ବା ପରେ ଘଟଣାସ୍ଥଳରେ ଥିବା ଲୋକ କ୍ୟାମେରାରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ରୋଗୀର ଚିକିତ୍ସା କରିପାରିବ। ୨୪ ଘଣ୍ଟାର ଉଡ଼ାଣ କ୍ଷମତା ଥିବା ଏହି ନାଭିକ୍‌ରେ ସୋଲାର ସିଷ୍ଟମ ଲଗାଗଲେ ଅଧିକ ସମୟ ଓ ଅଧିକ ବାଟ ମଧ୍ୟ ଯାଇପାରିବ। ଏହି ପ୍ରକଳ୍ପ ନାସାର ପସନ୍ଦ ଆସିଛି। ବିଶ୍ୱରେ ୧୩୮ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ତାଙ୍କୁ ଏଥିପାଇଁ ଦ୍ୱିତୀୟ ସ୍ଥାନ ମିଳିଥିବା ନେଇ ମେ ୧୦ରେ ସ୍କୁଲକୁ ଆସିଥିବା ଚିଠିରେ ନାସା ପକ୍ଷରୁ ଉଲ୍ଲେଖ କରାଯାଇଥିବା ଶୁଭ୍ରାଂଶୁ କହିଛନ୍ତି। ଇତିମଧ୍ୟରେ ଦିଲ୍ଲୀରୁ ପ୍ରଫେସର ଆସି ତାଙ୍କୁ ୧୦ ଦିନର ପ୍ରଶିକ୍ଷଣ ମଧ୍ୟ ଦେଇସାରିଛନ୍ତି। ଆସନ୍ତା ଜାନୁୟାରୀ ପହିଲାରେ ହେବାକୁ ଥିବା ଉକ୍ତ ପ୍ରତିଯୋଗିତା ପାଇଁ ସ୍କୁଲର ବିଜ୍ଞାନ ଶିକ୍ଷକଙ୍କ ସହ ସେ ଆସନ୍ତା ୨୭ ତାରିଖରେ ଆମେରିକା ଗସ୍ତ କରିବେ। ଏହି ଗସ୍ତ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଜିଲା ପ୍ରଶାସନ ଓ ଜିଲା ଶିକ୍ଷା ଅଧିକାରୀ ମଧ୍ୟ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆଗାମୀ ଦିନରେ ଭଏସ କଣ୍ଟ୍ରୋଲ କାର ଓ ନନ୍‌ ଆକସିଡେଣ୍ଟ କାର ନିର୍ମାଣ ନିମନ୍ତେ ସେ ଉଦ୍ୟମ ଜାରି ରଖିଥିବା ଶୁଭ୍ରାଂଶୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri