ଅନୁଗୋଳ ଅଫିସ, ୨୨।୫- ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଅନୁଗୋଳ ଜିଲାରେ ମୋଟ୍ ୭୨.୮୧ ପ୍ରତିଶତ ଛାତ୍ରୀଛାତ୍ର ପାସ୍ କରିଛନ୍ତି। ତେବେ ପୂର୍ବବର୍ଷ ଅପେକ୍ଷା ପାସ୍ ହାର ହ୍ରାସ ପାଇଥିବା ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ସୂଚନା ଦେଇଛନ୍ତି।
ଜିଲାର ମୋଟ୍ ୨୬୨ଟି ସ୍କୁଲର ୧୭୨୦୭ ଛାତ୍ରୀଛାତ୍ର ଚଳିତବର୍ଷ ୮୫ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ମୋଟ୍ ୧୨୪୯୮ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୬୩୯୭ ଛାତ୍ରୀ ଥିବାବେଳେ ୬୧୦୧ ଛାତ୍ର ଅଛନ୍ତି। ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରି ୪୧ ଜଣ ଧରାପଡ଼ିଛନ୍ତି। ଏଥର ଜିଲାରେ ମୋଟ୍ ୧୭,୧୬୬ ଛାତ୍ରୀଛାତ୍ରଙ୍କ ପରୀକ୍ଷାଫଳ ପ୍ରକାଶ ପାଇଛି। ସେଥିରୁ ୫୨ ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ଅର୍ଥାତ୍ ଏ-୧ରେ କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ଏ-୨ରେ ୩୮୪, ବି-୧ରେ ୮୮୭, ବି-୨ରେ ୧୭୪୪ଛାତ୍ରୀଛାତ୍ର ପାସ୍ କରିଛନ୍ତି। ସି’ରେ ୨୬୬୬, ଡି’ରେ ୩୩୭୨, ଇ’ରେ ୩୩୯୩ ଛାତ୍ରୀଛାତ୍ର ପାସ୍ କରିଛନ୍ତି। ଏଫ’ରେ ୪୬୬୮ ଛାତ୍ରୀଛାତ୍ର ରହିଛନ୍ତି। ଜିଲାରେ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖିଥିବା ସ୍କୁଲ ମଧ୍ୟରେ ଅନୁଗୋଳ ହାଇସ୍କୁଲର ୪ ଛାତ୍ରୀଛାତ୍ର ରହିଥିବାବେଳେ ୧୫ ଜଣ ନାଲ୍କୋନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଅଛନ୍ତି। ୧୭ ଜଣ ଅନୁଗୋଳସ୍ଥିତ ଗାନ୍ଧୀମାର୍ଗ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପିବିକେ ହାଇସ୍କୁଲ ବଅଁରପାଳର ଜଣେ, ପିଏଚଏସ ଫୁଲପଡ଼ା, ଡିଏଭି(ସିଡବ୍ଲ୍ୟୁଏସ୍) ସେଣ୍ଟ୍ରାଲ କଲୋନୀ, କୁମଣ୍ଡ ଜରାସିଂହା ହାଇସ୍କୁଲ ଓ ତାଳଚେର ହାଇସ୍କୁଲର ଜଣେ ଲେଖାଏଁ ଛାତ୍ରୀଛାତ୍ର ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖିଛନ୍ତି। ଡେରାର ଏସ୍ଆଇଇଆର୍ସି ବିଦ୍ୟାଳୟର ୩ ଛାତ୍ରୀଛାତ୍ର ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବାବେଳେ କୋଶଳା ହାଇସ୍କୁଲର ଜଣେ ଛାତ୍ରୀ, ପାଲଲହଡ଼ା ମହତାବ ହାଇସ୍କୁଲର ଜଣେ ଛାତ୍ରୀ, ଗାନ୍ଧୀନଗର ଡିମିରିଆ ହାଇସ୍କୁଲର ଜଣେ ଛାତ୍ରୀ, ଖମାର ୟୁଜିୟୁବିପିର ଦୁଇ ଛାତ୍ର, ଧର୍ମପୁର ହାଇସ୍କୁଲର ଜଣେ ଛାତ୍ର ଓ ବଡ଼କେରା ଏସ୍ଜେ ନୋଡାଲ ହାଇସ୍କୁଲର ଜଣେ ଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ନମ୍ବର ରଖିଛନ୍ତି। ଏକ୍ସ-ରେଗୁଲାରେ ପାସ ହାର ୪୧.୩୨ ରହିଛି। ବି-୧ରେ ଜଣେ, ସି’ରେ ୯ ଜଣ, ଡି’ରେ ୪୦ ଜଣ, ଇ’ରେ ୧୧୭ ଜଣ, ଏଫରେ ୨୪୦ ଜଣ ରହିଛନ୍ତି। କରେସପଣ୍ଡେଣ୍ଟ କୋର୍ସରେ ୬ଟି ପରୀକ୍ଷାକେନ୍ଦ୍ରରେ ୨୯୯ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୩୯ ପାସ କରିଥିବାବେଳେ ପରୀକ୍ଷାଫଳ ପ୍ରତିଶତ ୮୦.୨୦ ରହିଛି। ୨୦୧୮ରେ ଜିଲାରେ ୮୦.୩୨ ପ୍ରତିଶତ ପିଲା ପାସ୍ କରିଥିବା ବେଳେ ଚଳିତବର୍ଷ ସଂଖ୍ୟା ହ୍ରାସ ପାଇଛି ବୋଲି ଜିଲା ଶିକ୍ଷା ଅଧିକାରୀ ବେହେରା ସୂଚନା ଦେଇଛନ୍ତି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…
Archives

