ଅନୁଗୋଳରେ ନୀତି ଆୟୋଗ କେନ୍ଦ୍ରୀୟ ଆନ୍ତଃ ମନ୍ତ୍ରଣାଳୟ ଟିମ୍‌: କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରିତା ଉପରେ ଆଲୋଚନା

ଅନୁଗୋଳ ଅଫିସ, ୨୯।୮:  ନୀତି ଆୟୋଗ କେନ୍ଦ୍ରୀୟ ଆନ୍ତଃ ମନ୍ତ୍ରଣାଳୟ ଟିମ୍‌ର ଦୁଇ ଜଣିଆ ସଦସ୍ୟ ବୁଧବାର ଅପରାହ୍ନରେ ଅନୁଗୋଳ ଜିଲା ଗସ୍ତରେ ଆସି କେନ୍ଦ୍ର ସରକାରଙ୍କ ଜିଲା ଜଳସେଚନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ। ସର୍କିଟ ହାଉସ୍‌ରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲାପାଳ ମନୋଜ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ।
ଏହି ଅବସରରେ ଜିଲାପାଳ କହିଥିଲେ ଯେ, ଜିଲାରେ ପୂର୍ବରୁ ଗତ ୧୦ ବର୍ଷ ମଧ୍ୟରେ ବର୍ଷାର ପରିମାଣ ୬୬.୪୨ ପ୍ରତିଶତକୁ ଖସି ଆସିଛି। ଫଳରେ ଜିଲାରେ ଥିବା ରେଙ୍ଗାଳି, ସମଲ, ଡେରଜାଙ୍ଗ ଡ୍ୟାମ ସହ ଆଉଁଳି ଓ ମାନଜୋର ପ୍ରକଳ୍ପରୁ ଚାଷ ଜମିକୁ ଜଳସେଚନ କରାଯାଉଛି। ନୂତନ ଡ୍ୟାମ ନିର୍ମାଣ କରିବାକୁ ଅର୍ଥାଭାବ ଥିବାବେଳେ ହିଡ଼ିସିଙ୍ଗ, ଧଉରାଗୋଠ ଓ ହିଞ୍ଜିଡ଼ି ପାଇପ ଲାଇନ୍‌ ଜଳସେଚନ ପ୍ରୋଜେକ୍ଟ କାର୍ଯ୍ୟ କରୁଛି। ତେବେ ଜଳସେଚନ ପାଇଁ ଥିବା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଅର୍ଥକୁ ଏକାଠି କଲେ ଏଥିପାଇଁ ଅର୍ଥାଭାବ ରହିବ ନାହିଁ ବୋଲି ଜିଲାପାଳ ମହାନ୍ତି କହିଥିଲେ। ଉକ୍ତ ପ୍ରସ୍ତାବ ଅର୍ଥ କମିଶନଙ୍କୁ ପ୍ରଦାନ କରାଯିବ ବୋଲି ଆସିଥିବା କେନ୍ଦ୍ରୀୟ ଟିମ୍‌ ପ୍ରକାଶ କରିଥିଲେ। ଏଥିସହ ଜିଲାରେ ୧୧ଟି କ୍ଷୁଦ୍ର ଜଳପ୍ରକଳ୍ପ ପାଇଁ ପ୍ରସ୍ତାବ ଦିଆଯାଇଥିବା ବେଳେ ଆଉଁଳି ଡାଇଭରଶନ୍‌ ୱେର କ୍ଷୁଦ୍ର ପ୍ରକଳ୍ପ ଅଧୀନରେ ଗୋଟିଏ ପାଣିପଞ୍ଚାୟତକୁ ମହିଳାମାନଙ୍କ ଦ୍ୱାରା ପରିଚାଳନା କରାଯାଉଛି ବୋଲି ବୈଠକରେ ଉପସ୍ଥିତ ଜିଲାସ୍ତରୀୟ ଅଧିକାରୀମାନେ ପ୍ରକାଶ କରିଥିଲେ। ଏହାକୁ ନୀତି ଆୟୋଗ ଟିମ୍‌ ସଦସ୍ୟ ପ୍ରଶଂସା କରିବା ସହ ପରିଦର୍ଶନରେ ଯିବେ ବୋଲି କହିଥିଲେ। ଏଥିସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନାରେ ଉପଲବ୍ଧ ପାଣ୍ଠିକୁ ଏକାଭିମୁଖୀ କରି ନିଜ ନିଜ ମଧ୍ୟରେ ସମନ୍ବୟ ରଖି ସମସ୍ତ ଯୋଜନା କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଟିମ୍‌ ସଦସ୍ୟମାନେ ପରାମର୍ଶ ଦେଇଥିଲେ। ଅନୁଗୋଳ ଜଳସେଚନ ସର୍କଲ ଅଧୀକ୍ଷଣ ଯନ୍ତ୍ରୀ ଦୀପ୍ତି ରଞ୍ଜନ ପଣ୍ଡା ସମସ୍ତଙ୍କୁ ସ୍ବାଗତ କରିବା ସହ ଜିଲା ଜଳସେଚନ ଯୋଜନାର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ। ବିଭାଗୀୟ ଯନ୍ତ୍ରୀ ସରୋଜକାନ୍ତ ମିଶ୍ର ପାୱାର ପଏଣ୍ଟ ମାଧ୍ୟମରେ ଜିଲାର ବିଭିନ୍ନ ଜଳ ଉତ୍ସ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ସୁବ୍ରତ ନାୟକ ଧନ୍ୟବାଦ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଡେରଜାଙ୍ଗ ପ୍ରକଳ୍ପ ଉପନିର୍ଦ୍ଦେଶକ ସୁବ୍ରତ କୁମାର ନାୟକଙ୍କ ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀ, ରେଙ୍ଗାଳି, ମାନଜୋର ଆଦି ପ୍ରକଳ୍ପର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri