ଅନାହାରରେ ଅସହାୟ ବୃଦ୍ଧ ଦମ୍ପତି ସାହି ପଡିଶାଙ୍କ ଭରସାରେ ବିତୁଛି ଦିନ

ତେଲକୋଇ,୨୮।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଶିବନାରାୟଣପୁର ଗୋଡା ପଞ୍ଚୟତ ଅଧୀନ ଗୁଣ୍ଡୁରୁ ଗ୍ରାମରେ ଭୂୟାଁ ଜନଜାତିର ଏକ ଅସହାୟ ବୃଦ୍ଧ ଦମ୍ପତି ଏବେ ଭୋକ ଉପାସରେ ଦିନ ବିତାଉଛନ୍ତି। ଗ୍ରାମର ଲୋକେ ମୁଠେ ଦେଲେ ପେଟକୁ ଦାନା ଯାଉଛି । ସମ୍ପତି ବାଡି ନ ଥିବା ଏହି ବୃଦ୍ଧ ଦମ୍ପତି ଗୋପୀନାଥ ପଧାନ(୭୫)ଏବଂ ତାଙ୍କ ସ୍ତ୍ରୀ ବଗୁଲି ପଧାନ(୬୫) ଙ୍କର ୨ ପୁଅ ଥିଲେ। ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଦାଦନ ଖଟିବାକୁ ଯାଇ ଫେରିନାହାନ୍ତି । ଏପରିସ୍ଥଳେ ଅସହାୟ ଦମ୍ପତି ପୁଅଙ୍କ ଫେରିବା ବାଟକୁ ଚାହିଁ ଆଖିରୁ ଲୁହ ଗଡାଇ ଭୋକ ଉପାସରେ ଦିନ ବିତାଉଛନ୍ତି। ସରକାର ଗରିବ ଲୋକଙ୍କ ଲାଗି ବିଭିନ୍ନ ଯୋଜନା କରୁଥିବା ବେଳେ ଏହି ଦମ୍ପତିଙ୍କ ଲାଗି ତାହା ସାତ ସପନ ପାଳଟିଛି।
ଶିବନାରାୟଣପୁର ଗୋଡା ପଞ୍ଚାୟତ ଅଧୀନ ଗୁଣ୍ଡୁରୁ ଗ୍ରାମରେ ୨୦ରୁ ଊର୍ଦ୍ଧ୍ୱ ଭୂୟାଁ ଜନଜାତିର ପରିବାର ବସବାସ କରୁଛନ୍ତି। ଅଧିକାଂଶ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। ଏଯାଏ ଗାଁକୁ ବିକାଶର ଧାରା ଛୁଇଁନାହିଁ । ବୃଦ୍ଧ ଦମ୍ପତି ଗୋପୀନାଥ ଏବଂ ବଗୁଲିଙ୍କର କୌଣସି ଜମିବାଡି ନାହିଁ ା ଏଥିଲାଗି ସେମାନଙ୍କୁ କୌଣସି ସରକାରୀ ସହାୟତା ମିଳି ପାରି ନାହିଁ। ସେମାନେ ସରକାରୀ ଯୋଜନାରେ ଇନ୍ଦିରା ଆବାସ ଏବଂ ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ଆବେଦନ କରି ନିରାଶ ହେବା ପରେ ଏବେ ଭାଗ୍ୟକୁ ଆଦରି ନିଜ ଭଙ୍ଗା କୁଡିଆ ଘରେ ପଡିରହିଛନ୍ତି । ଆଗରୁ ମୂଲମଜୁରି ଲାଗି ପେଟ ପୋଷୁଥିଲେ। ବଳ ବୟସ ହଟିବାରୁ ଆଉ କାମଧନ୍ଦା କରି ପାରୁ ନାହାନ୍ତି। ଦାଦନ ଖଟିବାକୁ ଯାଇଥିବା ପୁଅ ଘରକୁ ଫେରି ନ ଥିବାରୁ ଏହା ସେମାନଙ୍କ ଦୁଃଖକୁ ବହୁଗୁଣିତ କରିଛି। ଏପରିସ୍ଥଳେ ଗ୍ରାମବାସୀଙ୍କ ସହାୟତା ସେମାନଙ୍କ ଲାଗି ସାହା ଭରସା ପାଲଟିଛି। ସରକାରୀ ଯୋଜନା କିଭଳି ତଳସ୍ତରରେ ଅବହେଳିତ ଓ ଉପେକ୍ଷିତ ଲୋକଙ୍କ ପାଖରେ ପହଞ୍ଚୁ ନାହିଁ ଏହି ଦମ୍ପତି ତାହାର ଉଦାହରଣ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଶିରପାଣି ପଧାନଙ୍କୁ ପଚାରିବାରୁ କହିଛନ୍ତି, ଗୋପୀନାଥ ଓ ବଗୁଲିଙ୍କୁ ଭତ୍ତା ଯୋଗାଇ ଦେବା ଲାଗି ଯୋଜନା କରାଯାଇଛି। ସେମାନଙ୍କର ଜମିପଟ୍ଟା ନ ଥିବାରୁ ଇନ୍ଦିରା ଆବାସ ମିଳିବାରେ ସମସ୍ୟା ସୃଷ୍ଟି ହୋଇଛି । ଏସମ୍ପର୍କରେ ବିିଡିଓ ଦିଲୀପ କୁମାର ବାରାଙ୍କୁ ପଚାରିବାରୁ ସଂପୃକ୍ତ ପଞ୍ଚାୟତର ଗ୍ରାମସେବକ ଦ୍ୱାରା ବୃଦ୍ଧ ଦମ୍ପତିଙ୍କ ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଫକିର ମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ, ପରୀକ୍ଷା ବିଳମ୍ବକୁ ନେଇ…

ବାଲେଶ୍ୱର,୧୦।୭( ବାଞ୍ଛାନିଧି ଦେ): ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ନର୍ସିଂ…

ମିଳୁନି ୧୫ ମତ୍ସଜୀବୀଙ୍କ ପତ୍ତା, ବାଲେଶ୍ବରରୁ ରହିଛନ୍ତି ୩ ଭାଇ

ଭୋଗରାଇ,୯।୭(ପ୍ରଦୀପ ଦାସ): ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହିଛି । ଏଭକି ସ୍ଥିତିରେ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମା କାଳୀ ନାମକ…

ଜଗାଦର୍ଶନ ସାରି ଫେରୁଥିବାବେଳେ ଅଘଟଣ: କଣ୍ଟେନର ପଛପଟୁ ଧକ୍କା ଦେଲା ମିନିବସ୍‌

ବାଲେଶ୍ୱର/ବସ୍ତା, ୮।୭( ହରିଶଙ୍କର ପାଢ଼ୀ/ବାଞ୍ଛାନିଧି ଦେ) : ବସ୍ତା ଥାନା ଅର୍ନ୍ତଗତ ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ ନିକଟ କୁଣ୍ଡପୂର ଛକ ନିକଟରେ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri