Posted inଜାତୀୟ

ଅଧ୍ୟକ୍ଷ ପଦ ଛାଡ଼ିବେ ରାହୁଲ

ନୂଆଦିଲ୍ଲୀ,୨୮ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ଦଳର ଶୋଚନୀୟ ପରାଜୟ ପରେ ଅଧ୍ୟକ୍ଷ ପଦରେ ରହିବାକୁ ଚାହୁଁନାହାନ୍ତି ରାହୁଲ ଗାନ୍ଧୀ। ସେ ଇସ୍ତଫା ଦେବା ଲାଗି କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ପ୍ରସ୍ତାବ ଦେଇଥିଲେ ହେଁ ଏହାକୁ ଦଳର ବରିଷ୍ଠ ନେତାମାନେ ଅଗ୍ରାହ୍ୟ କରିଦେଇଥିଲେ। ଏହା ସତ୍ତ୍ୱେ ଚିନ୍ତାଧାରାରେ ପରିବର୍ତ୍ତନ କରିନାହାନ୍ତି ରାହୁଲ। ସେ ଅଧ୍ୟକ୍ଷ ପଦରେ ରହିବାକୁ ଚାହୁଁ ନ ଥିବାରୁ ଦଳକୁ ନୂଆ ମୁଖ୍ୟ ଖୋଜିବାକୁ ପଡିବ ବୋଲି କହିଥିବା ଏକ ସୂତ୍ରରୁ ଜଣାପଡିଛି।
ଦଳର ପରାଜୟକୁ ନେଇ ସେ ଏଭଳି ମର୍ମାହତ ହୋଇ ପଡିଛନ୍ତି ଯେ, ନବନିର୍ବାଚିତ ଏମ୍‌ପିମାନଙ୍କୁ ଭେଟିବାକୁ ଚାହୁଁନାହାନ୍ତି। ତାଙ୍କର ସମସ୍ତ ବୈଠକ ଓ ଅନ୍ୟକୁ ସାକ୍ଷାତ ଦେବା ପାଇଁ ଆପଏଣ୍ଟମେଣ୍ଟ ବାତିଲ ହୋଇଯାଇଛି। ତେବେ ସେ ଦଳର ଦୁଇ ବରିଷ୍ଠ ନେତା ଅହମଦ ପଟେଲ ଏବଂ କେ.ସି. ବେଣୁଗୋପାଳଙ୍କୁ ସୋମବାର ସକାଳେ ଭେଟି ନୂଆ ମୁଖ୍ୟ ଚୟନ କରିବା ଲାଗି କହିଥିବା ଜଣାପଡିଛି। ରାହୁଲ ଅଧ୍ୟକ୍ଷ ପଦ ଛାଡିବା ପାଇଁ ବଦ୍ଧପରିକର ହୋଇଥିଲେ ମଧ୍ୟ ଏହି ପଦବୀ ଉଚ୍ଛେଦ ଚାହୁଁନାହାନ୍ତି। ନୂଆ ମୁଖ୍ୟ ଚୟନ ଲାଗି ସମୟ ଦେବାକୁ ସେ ପ୍ରସ୍ତୁତ ଅଛନ୍ତି। ରାହୁଲଙ୍କ ଏହି ନିଷ୍ପତ୍ତିରେ ତାଙ୍କ ମାଆ ସୋନିଆ ଗାନ୍ଧୀ ଏବଂ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କର ସହମତି ରହିଥିବା ଜଣାପଡିଛି। ପ୍ରଥମେ ସେମାନେ ରାହୁଲଙ୍କ ନିଷ୍ପତ୍ତି ବଦଳାଇବାକୁ ଉଦ୍ୟମ କରିଥିଲେ ହେଁ କଂଗ୍ରେସ ମୁଖ୍ୟ ସମେତ ଦଳରେ ସମ୍ପୂର୍ଣ୍ଣ ପରିବର୍ତ୍ତନର ଆବଶ୍ୟକତା ଥିବା ସ୍ବୀକାର କରିଛନ୍ତି। ଦଳରେ ପରିବର୍ତ୍ତନ ପାଇଁ କଂଗ୍ରେସ ନେତାମାନେ କହିବା ସତ୍ତ୍ୱେ ରାହୁଲ ତାଙ୍କ ମନୋଭାବରେ ପରିବର୍ତ୍ତନ କରିନାହାନ୍ତି।
ରାହୁଲଙ୍କ ଇସ୍ତଫା ପ୍ରସ୍ତାବକୁ ଦଳ ସର୍ବସମ୍ମତି କ୍ରମେ ପ୍ରତ୍ୟାଖାନ କରିଥିବା ଶନିବାର କଂଗ୍ରେସ କହିଥିବାବେଳେ କାର୍ଯ୍ୟକାରୀ କମିଟିର ରୁଦ୍ଧଦ୍ୱାର ବୈଠକର ପବିତ୍ରତାକୁ ସମ୍ମାନ ଦେବା ଲାଗି ସୋମବାର ଗଣମାଧ୍ୟମକୁ କହିଛି। କୌଣସି ଗୁଜବରେ ନ ପଡି ଦଳର ଭବିଷ୍ୟତ କାର୍ଯ୍ୟପନ୍ଥା ଲାଗି ଉଦ୍ୟମକୁ ଅପେକ୍ଷା କରିବାକୁ କୁହାଯାଇଛି। ବରିଷ୍ଠ ନେତାମାନେ ଦଳ ସ୍ବାର୍ଥ ଅପେକ୍ଷା ନିଜର ତଥା ପିଲାମାନଙ୍କ ପ୍ରାର୍ଥତ୍ତ୍ୱ ଉପରେ ଅଧିକ ଧ୍ୟାନ ଦେଲେ ବୋଲି କାର୍ଯ୍ୟକାରୀ କମିଟି ବୈଠକରେ ରାହୁଲ ଦୋଷାରୋପ କରିଥିଲେ। ସେ କାହା ନାଁ ନେଇ ନ ଥିଲେ। ତେବେ ଅନେକ ବରିଷ୍ଠ ନେତାଙ୍କ ପିଲାମାନେ ନିର୍ବାଚନରେ ପରାଜିତ ହୋଇଛନ୍ତି।
ଅନ୍ୟପକ୍ଷରେ ଦଳର ସ୍ବାର୍ଥ ପାଇଁ ରାହୁଲ ଚାହିଁଲେ ସାଂଗଠନିକ ସ୍ତରରେ ଏବଂ କଂଗ୍ରେସ ଶାସିତ ରାଜ୍ୟ ସରକାରରେ ପରିବର୍ତ୍ତନ କରିପାରିବେ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି। ଏଥିପାଇଁ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ତାଙ୍କୁ କ୍ଷମତା ଦେଇଛି। ୫ ମାସ ତଳେ ଗେହଲଟଙ୍କ ନେତୃତ୍ୱରେ ରାଜସ୍ଥାନରେ କଂଗ୍ରେସ ସରକାର ଗଢ଼ିଥିବାବେଳେ ଲୋକ ସଭା ନିର୍ବାଚନରେ ଦଳକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏଥିପାଇଁ ଗେହଲଟ ଦଳ ଭିତରେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?