ଅଧପନ୍ତରିଆ ସୁବର୍ଣ୍ଣରେଖା ପ୍ରକଳ୍ପ

ବାରିପଦା ଅଫିସ,୨୭।୭- ବର୍ଷା ଅଭାବରୁ ମୟୂରଭଞ୍ଜ ଜିଲାରେ ଚାଷକାମ ପଛେଇଛି। ମୌସୁମୀର ଚୁଚକାଳି ଖେଳକୁ ନେଇ ଚାଷୀମାନେ ଆଶା ଆଶଙ୍କାରେ ଅଛନ୍ତି। ତେବେ ଜିଲାରେ ଚାଷ ପାଇଁ କରାଯାଇଥିବା ବିକଳ୍ପ ବ୍ୟବସ୍ଥା ଦିଗହରା ହୋଇପଡିଛି। ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜିଲାରେ ନିର୍ମାଣଧିନ ସୁବର୍ଣ୍ଣରେଖା ବୃହତ ଜଳସେଚନ ପ୍ରକଳ୍ପ କାମ ଶେଷ ହେବା ନେଇ ଅନିଶ୍ଚିତତା ଲାଗି ରହିଛି।
ଜିଲାର ୩ ଚର୍ତୁଥାଂଶ ଲୋକ କେବଳ ଚାଷ ଉପରେ ନିର୍ଭର କରିଥାନ୍ତି। ରାଜରାଜୁଡା ଅମଳରୁ ଚାଷ ପାଇଁ ଜଳସେଚନ ବ୍ୟବସ୍ଥାରେ ଅନେକ ବନ୍ଧ ନିର୍ମାଣ କରାଯାଇଥିଲା। ମାତ୍ର ସମୟ କ୍ରମେ ରକ୍ଷଣାବେକ୍ଷଣ ଅଭାବରୁ ଏସବୁ ଆଉ ଚାଷୀଙ୍କ କାମରେ ଲାଗିପାରୁ ନାହିଁ। ତେବେ ପଡୋଶୀ ରାଜ୍ୟ ଝାଡଖଣ୍ଡର ଗାଲୁଡିହି ବ୍ୟାରେଜ ଦେଇ ପ୍ରବାହିତ ହେଉଥିବା ସୁବର୍ଣ୍ଣରେଖା ନଦୀରୁ କେନାଲ ସହାୟତାରେ ପାଣି ଆଣି ମୟୂରଭଞ୍ଜ ଜିଲାର ହଳଦିଆ ଓ ଜମ୍ଭୀରା ବନ୍ଧରେ ଗଚ୍ଛିତ ରଖାଯିବା ଏବଂ କେନାଲ ମାଧ୍ୟମରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାର ୧ ଲକ୍ଷ ୯ ହଜାର ୬୨୭ ହେକ୍ଟର ଜମିକୁ ପାଣି ଯୋଗାଇଦେବା ପାଇଁ ଯୋଜନା କରାଯାଇଥିଲା। ପ୍ରକଳ୍ପ ଆରମ୍ଭରୁ ଆଗାମୀ ଭବିଷ୍ୟତ ପାଇଁ ବହୁମୁଖି ଚାଷ କାର୍ଯ୍ୟରେ ସହାୟକ ହେବା ସହ ସମଗ୍ର ଜିଲା ଦିନେ ଶସ୍ୟଶାମଳାରେ ପରିପୂର୍ଣ୍ଣ ହେବ ଭାବି ଜିଲାବାସୀ ବେଶ୍‌ ଆଶାବାଦି ଥିଲେ। ମାତ୍ର ଜିଲାବାସୀଙ୍କର ଆଶା କେବଳ ଆଶାରେ ହିଁ ରହିଯାଇଛି। ଡ୍ୟାମ ପାଇଁ ଭିଟାମାଟି ଛାଡ଼ିଥିବା ଚାଷୀ ଓ ଅଞ୍ଚଳବାସୀ ଏବେ ହତାଶ ହୋଇପଡିଛନ୍ତି। ସେମାନଙ୍କର ବିଶ୍ୱାସ ଯେ, ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିଲେ ଏବେ ଜିଲାରେ ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା।
ସୂଚନା ମୁତାବକ ୧୯୮୨-୮୩ ମସିହାରେ ବିଶ୍ୱବ୍ୟାଙ୍କ ସହଯୋଗରେ ଏହି ପ୍ରକଳ୍ପର ସର୍ଭେ ଓ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ମାତ୍ର ପର ମୁହୁର୍ତ୍ତରେ କୌଣସି କାରଣରୁ ବିଶ୍ୱ ବ୍ୟାଙ୍କ ସହଯୋଗ ନ କରିବାରୁ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ଏହି ପ୍ରକଳ୍ପ ଆରମ୍ଭ କରିଥିଲେ। ତେବେ ୨୦୧୭-୧୮ ଆର୍ଥିକ ବର୍ଷର ଜୁନ ଶେଷ ସୁଦ୍ଧା ଏହି ପ୍ରକଳ୍ପରେ ରାଜ୍ୟ ସରକାର, ନାବାର୍ଡ ଓ ଏଆଇବିପି ପକ୍ଷରୁ ମୋଟ ୩୯୧୫.୩୯୬୨ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ନିର୍ମାଣ ହୋଇଥିବା ମୁଖ୍ୟ କେନାଲ ଓ ଶାଖା କେନାଲ ମଧ୍ୟରୁ କିଛି କିଛି ନଷ୍ଟ ହୋଇ ମରାମତି କାର୍ଯ୍ୟରେ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଚାଲିଛି। ହେଲେ ପ୍ରକଳ୍ପ କାର୍ଯ୍ୟ ଏବେ ବି ଅଧୁରା ରହିଛି। ନାଁ ଆସୁଛି ପାଣି ନାଁ ହୋଇପାରିଛି ଚାଷ ଜମିରେ ଜଳସେଚନ। କୋଟି କୋଟି ଟଙ୍କାରେ ନିର୍ମିତ କେନାଲ ନିଜର ଅସ୍ଥିତ୍ୱ ହରାଇ ବସିଲାଣି। ୧୧୦୦ କି.ମି ଯାଏଁ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ଅଦ୍ୟାବଧି ୬୦୦କି.ମି ପର୍ଯ୍ୟନ୍ତ କାମ ହୋଇଥିବା ଜଣାଯାଇଛି ତାହା ପୁଣି ୩୩ ବର୍ଷ ମଧ୍ୟରେ। ତେବେ ଆଉ ୫୦୦କି.ମି. ପାଇଁ କେତେ ବର୍ଷ ଲାଗିବ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପ୍ରକଳ୍ପଟିର କାର୍ଯ୍ୟ ଅବଧି ଦିନକୁ ଦିନ ବଢି ବଢ଼ି ୨୦୧୬ ମସିହାରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାର ଯୋଜନା ଥିଲା। ମାତ୍ର ପୁଣି ସରକାରୀସ୍ତରରେ ଏହାର ଅବଧିକୁ ବୃଦ୍ଧି କରାଯାଇ ୨୦୧୯ ଜୁନରେ ପୂର୍ଣ୍ଣାଙ୍ଗ ହେବାର ଧାର୍ଯ୍ୟ କରାଯାଇଥିଲା। ଅଦ୍ୟାବଧି ଏହା ଅନିଶ୍ଚିତତା ମଧ୍ୟରେ ରହିଛି। ୨୦୧୩ ଜୁଲାଇ ୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପଟିକୁ ଉଦଘାଟନ କରି ୫ଟି ବ୍ଲକ୍‌ ପାଇଁ କେବଳ ଖରିଫରେ ମାତ୍ର ୨୦ ହଜାର ହେକ୍ଟର ଜମିକୁ ପାଣି ଯୋଗାଇ ଦେବାର ବ୍ୟବସ୍ଥା କରିଥିଲେ। ଚଳିତ ବର୍ଷ ବର୍ଷା ଅଭାବରୁ ଜିଲାର କେବଳ କୁଳିଅଣା ଓ ଶୁଳିଆପଦା ବ୍ଲକ୍‌ରେ ମାତ୍ର ୧୧ହଜାର ହେକ୍ଟର ଜମିରେ ଚାଷପାଇଁ ପାଣିର ବ୍ୟବସ୍ଥା ରହିଛି ବୋଲି ସୁବର୍ଣ୍ଣରେଖା ବୃହତ ଜଳସେଚନ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ଇଂ. ରବିନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଏହି ବୃହତ ପ୍ରକଳ୍ପକୁ ବୁଦ୍ଧିଜୀବୀମାନେ ତାଛଲ୍ୟ କରିବା ସହ ଏହି ପ୍ରକଳ୍ପ ଦ୍ୱାରା କେବଳ ଠିକାଦାର, ବିଭାଗୀୟ ଅଧିକାରୀ ଓ ରାଜନେତା ମାଲେମାଲ ହୋଇଥିବା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟ ଭାଇ ଦେଲା ବିଶ୍ବାସରେ ବିଷ:୧୩ ବର୍ଷୀୟା ନାବାଳିକା ହେଲେ ୬ ମାସର ଗର୍ଭବତୀ, ଡାକ୍ତରୀ ପରୀକ୍ଷା ପରେ…

ବୈଶିଙ୍ଗା,୧୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ବଳାତ୍କାର ଶିକାର ଜନୈକା ୧୩ ବର୍ଷିୟା ନାବାଳିକା ୬ମାସର ଗର୍ଭବତୀ ହେବା ଘଟଣାରେ ସମ୍ପର୍କୀୟ ଭାଇକୁ ଗିରଫ କରିଛି…

ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ, ଯୁବକଙ୍କୁ ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ

ଉଦଳା,୧୨ା୫(ସନ୍ତୋଷ କୁମାର ବାଚ୍ଛିନୀ): ରାତିରେ ଗ୍ରାମରେ ପଶି ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା। ଯୁବକଙ୍କୁ ଗଛରେ ବାନ୍ଧି ଗ୍ରାମବାସୀ ଦେଲେ ଉତ୍ତମ ମଧ୍ୟମ। ଉଦଳା…

ଗୋତସ୍କରଙ୍କ ଗୁଳିମାଡ଼ ଘଟଣା, ପୋଖରୀ ଭିତରୁ ଡାକ୍ତରଙ୍କୁ ବାନ୍ଧିଲା ପୋଲିସ

ବୈଶିଙ୍ଗା,୮।୫(ରତନ ଦାଶ ): ମୟୂରଭଞ୍ଜ-ବାଲେଶ୍ୱର ସୀମାବର୍ତ୍ତୀ ବୈଶିଙ୍ଗା ଥାନା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିବା ଗୋମାଫିଆଙ୍କ ଗୁଳିମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ମିଳିଛି…

ଗାଁରେ ପଶି ମହିଳାଙ୍କ ଉପରେ ଆକ୍ରମଣ କଲା ଭାଲୁ, ଆଖି ତାଡି….

ଉଦଳା,୭।୫(ସନ୍ତୋଷ କୁମାର ବାଚ୍ଛିନୀ): ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଉଦଳା ବନାଞ୍ଚଳ କୁଶଳଦା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଭାଲୁଟି…

ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ ଦୁର୍ବୃତ୍ତ, ସାଇରନ ବାଜିବା ଡରରେ ଭାଙ୍ଗିଦେଲେ…

ଉଦଳା,୭।୫(ସନ୍ତୋଷ କୁମାର ବାଚ୍ଛିନୀ): ଏଟିଏମ ଲୁଟିନେଲେ ଦୁର୍ବୃତ୍ତ । ଏକ ନୂଆ ଫଣ୍ଡାରେ ଲୁଟ୍ କରିଛନ୍ତି । ନିଜ ଚେହେରାକୁ ସିସିଟିଭିରୁ ବଞ୍ଚାଇବା ପାଇଁ ସିସିଟିଭିରେ ଲାଲ…

ଗୋରକ୍ଷକଙ୍କ ଉପରକୁ ଗୁଳି ଚଳାଇଲେ ଗୋତସ୍କର, ଭ୍ୟାନ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ବୈଶିଙ୍ଗା,୨୯।୪(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ଦିନକୁ ଦିନ ଗୋରୁ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ଏହି ଗ୍ୟାଙ୍ଗ ସହ ଜଡ଼ିତ ଅସାମାଜିକ ବ୍ୟକ୍ତିମାନଙ୍କର…

ସ୍ବାମୀଙ୍କ ମୃତ୍ୟୁକୁ ୧୫ବର୍ଷ ପୂରିଲେବି ମହିଳାଙ୍କୁ ମିଳୁନି ଭତ୍ତା

ମୋରଡ଼ା,୨୮ା୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତର କୁସୁମକୁଟି ଗ୍ରାମ ୧୪ ନମ୍ବର ୱାର୍ଡର ବିଧବା ମହିଳା ବୁଧୁ ହେମ୍ବ୍ରମ ଭତ୍ତା ପାଇବାରୁ…

ବାଇକ୍‌କୁ ପିଟିଲା ସ୍କର୍ପିଓ, ବସ୍‌ ସହ ମୁହାଁମୁହିଁ ହେଲା କାର୍‌, ଚାଲିଗଲା ୪ ଜୀବନ

କରଞ୍ଜିଆ,୨୭ା୪(କବିତା ମହାନ୍ତ) : ମୟୂରଭଞ୍ଜ କରଞ୍ଜିଆ ଥାନା ଅଞ୍ଚଳରେ ସିରିଜ୍‌ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ସ୍କର୍ପିଓ ପିଟିଥିବାରୁ ବାଇକ୍‌ରେ ଯାଉଥିବା ସ୍ବାମୀ-ସ୍ତ୍ରୀଙ୍କ ଜୀବନ ଯାଇଛି। ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri