ଅତିଷ୍ଠ କରୁଛି କଂସାରି ଶାଳ ଶବ୍ଦ

ବ୍ରହ୍ମପୁର ଅଫିସ୍‌,୧୧ା୬-ପୁରୁଣା ବ୍ରହ୍ମପୁର ତଥା କୁଠାରୀ ମନ୍ଦିର ସାହିରେ ଥିବା କଂସାରି ଶାଳଗୁଡ଼ିକୁ ନେଇ ଏବେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏନେଇ ବହୁ ଅଞ୍ଚଳବାସୀ ସୋମବାର ଉପଜିଲାପାଳ ଦିଗନ୍ତ କୁମାର ରାଉତରାୟଙ୍କ ଦେଖା କରିଛନ୍ତି। ଅଞ୍ଚଳବାସୀଙ୍କ ଅଭିଯୋଗ ହେଲା, ସେହି ସାହିରେ କଂସାରୀ ସମ୍ପ୍ରଦାୟର ଲୋକେ ବାସ କରୁଛନ୍ତି।
ସେମାନେ ନିଜ ଘରେ ହିଁ ପିତଳରୁ ବାସନ କୁସନ ପ୍ରସ୍ତୁତ କରୁଛନ୍ତି। ତେବେ ପିତଳ କାମ ବେଳେ ପ୍ରବଳ ଶବ୍ଦ ହେଉଛି। ସକାଳରୁ ରାତି ପର୍ଯ୍ୟନ୍ତ ପ୍ରଚଣ୍ଡ ଶବ୍ଦରେ ନିକଟରେ ବାସ କରୁଥିବା ଲୋକେ ଅସୁବିଧା ଭୋଗୁଛନ୍ତି। ସାହିରେ ରହିବା କଷ୍ଟକର ହୋଇପଡ଼ିଲାଣି। ପିଲାମାନେ ଘରେ ପଢ଼ି ପାରୁନାହାନ୍ତି। ରୋଗୀମାନେ ଶୋଇ ପାରୁନାହାନ୍ତି।
ଦିନ ତମାମ୍‌ ଶବ୍ଦ ହେଉଛି।
କଂସାରୀମାନଙ୍କୁ ଏନେଇ କହିଲେ, ସେମାନେ ଓଲଟା ଯୁକ୍ତି କରୁଛନ୍ତି। ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି। ଗତ ମାସରେ ମଧ୍ୟ ସାହିବାସୀ ଏହି ସମସ୍ୟା ସମ୍ପର୍କରେ ଉପଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶବ୍ଦ ପ୍ରଦୁଷଣ ରୋକିବା ପାଇଁ ଉପଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ବଡ଼ବଜାର ଥାନା ପୋଲିସ କଂସାରୀମାନଙ୍କୁ ତାଗିଦ୍‌ କରିଥିଲେ। ସରକାରୀ ଗାଇଡ୍‌ଲାଇନ୍‌ ଅନୁଯାୟୀ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ଼ଠାରୁ ଅନୁମତି ଆଣିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଣୁ କଂସାରୀ ଶାଳଗୁଡ଼ିକ କିଛି ଦିନ ପାଇଁ ବନ୍ଦ ହୋଇଯାଇଥିଲା । କିନ୍ତୁ ଏବେ ପୁଣି ଥରେ ଶାଳ ଆରମ୍ଭ ହୋଇଯାଇଛି।
ତୁରନ୍ତ କଂସାରୀ ଶାଳଗୁଡ଼ିକ ବନ୍ଦ କରିବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ହରିଚରଣ ପାଢୀ, ସୀମାଞ୍ଚଳ ବେହେରା, ସୁରେନ୍ଦ୍ର ସେଠୀ, ବିଜୟ ଲକ୍ଷ୍ମୀ ଦାସ, ଏନ୍‌. ସୁଧାକର, ସୁରେନ୍ଦ୍ର ସେଠୀ, କୁନି ସାହୁ ଏବଂ ଦୀନବନ୍ଧୁ ସୁବୁଦ୍ଧି ପ୍ରମୁଖ ଉପଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଆପଣା ଭାଇ: ପରସ୍ପରକୁ ହତ୍ୟା ଉଦ୍ୟମ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ଗତ ଏପ୍ରିଲ ୨୧ ତାରିଖ  ସକାଳେ ପୈତୃକ ସମ୍ପତ୍ତି ପାଇଁ ପାରିବାରିକ…

ଚିଠା ଭୋଟର ତାଲିକା ପ୍ରକାଶ, ବାଦ୍ ପଡିଲେ ୩୬,୩୪୨

ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ୩ଟି ନିର୍ବାଚନ ମଣ୍ଡଳୀ ଭଞ୍ଜନଗର, ଆସ୍କା ଏବଂ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ଇ.ଆର୍.ଓ ମାନଙ୍କ ଦ୍ଵାରା…

ସୁଦୃଢ ମନ ଉଜ୍ଜ୍ୱଳ ଭବିଷ୍ୟତ ଗଠନର ମୂଳଭିତ୍ତି: ରାଜଯୋଗୀ ଡଃ ଶକ୍ତିରାଜ

ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଭଞ୍ଜନଗର ଉପସେବା କେନ୍ଦ୍ର ଆନୁକୁଲ୍ୟରେ ୩ ଦିନ ବ୍ୟାପି ଚାଲିଥିବା ‘ସୁଦୃଢ ମନ ଉଜ୍ଜ୍ୱଳ ଭବିଷ୍ୟତ’ ପ୍ରସଙ୍ଗ ଭିତ୍ତିକ…

କୂଳ ଲଂଙ୍ଘିବା ଓ ବେଳାଭୂମି ଅବକ୍ଷୟ ପ୍ରସଙ୍ଗ, ସମୀକ୍ଷା କରି ଅଞ୍ଚଳବlସୀଙ୍କ ସହ ବିଧାୟକଙ୍କ ଆଲୋଚନା

ଗଞ୍ଜାମ,୫ା୭(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି ଦ୍ରୁତ…

ଘୋଡ଼ାହାଡ଼ ଡ୍ୟାମ୍‌ରୁ ଛଡ଼ାଗଲା ପାଣି, ଖୋଲିଲା ୨ ଗେଟ୍‌

ଦିଗପହଣ୍ଡି,୫ା୭(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରବିବାର ସକାଳୁ ଦିଗପହଣ୍ଡି ଅଞ୍ଚଳରେ ବର୍ଷା ହୋଇଛି। ବର୍ଷା ଯୋଗୁ ଜଳସମ୍ପଦ ବିଭାଗ…

କୂଳ ଲଙ୍ଘୁଛି ସମୁଦ୍ର: ଉଭୟ ଉପକୂଳ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ଛତ୍ରପୁର, ୫।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳକ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଉପକୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାମାନେ ଭୟଭୀତ ଅବସ୍ଥାରେ ଦିନ…

ତାରାତାରିଣୀ କଲେଜର ହେବ ଆଧୁନିକୀକରଣ, ଅଞ୍ଚଳରେ ଖୁସିର ଲହରୀ

ପୁରୁଷୋତ୍ତମପୁର,୫ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ପାଇଁ ଚଳିତ ବର୍ଷ ଏକ ଐତିହାସିକ ବର୍ଷ ପାଲଟିଛି । କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠିତ ରୁଷା/ପିଏମ-ଉଷା ପ୍ରକଳ୍ପରେ…

ପ୍ରକାଶ ପାଇଲା ଭୋଟର ତାଲିକା: ୨୭ ଲକ୍ଷ ୯୨ ହଜାର ୧୫୮ ଜଣ ସାମିଲ, ବାଦ୍‌ ପଡ଼ିଲେ…

ଛତ୍ରପୁର,୫ା୭(ଦିଲ୍ଲୀପ ସାମଲ): ଭାରତର ଗଣତାନ୍ତ୍ରିକ ପର୍ବ କୁହାଯାଉଥିବା ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା, ନିର୍ଭୁଲ ଏବଂ ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri