ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକଇ-ଡାକ୍ତରଖାନା ପରିଚାଳନା କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ଆସନ୍ତା ଦୁଇମାସ ମଧ୍ୟରେ ରାଜ୍ୟର ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଇ-ଡାକ୍ତରଖାନା ପରିଚାଳନା ବ୍ୟବସ୍ଥା(ଇ-ଏଚ୍‌ଏମ୍‌ଏସ୍‌) କାର୍ଯ୍ୟକାରୀ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ସ୍ବାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷରେ ସୋମବାର ଇ-ଏଚ୍‌ଏମ୍‌ଏସ୍‌ ସଂକ୍ରାନ୍ତରେ ସମୀକ୍ଷା କରି ଏହି ଯୋଜନାର ଭିତ୍ତିଭୂମି ପ୍ରସ୍ତୁତ ସହ ଏଥିପାଇଁ ଆବଶ୍ୟକ ପଡ଼ୁଥିବା ଅର୍ଥ ଓ ମାନବ ସମ୍ବଳ ସମ୍ପର୍କରେ ଅବଗତ କରିବା ଲାଗି କହିଛନ୍ତି। ଏହାସହିତ ଆସନ୍ତା ୨ବର୍ଷ ମଧ୍ୟରେ ଯେଭଳି ରାଜ୍ୟର ସମସ୍ତ ସରକାରୀ ଚିକିତ୍ସାଳୟରେ ଏହା କାର୍ଯ୍ୟକାରୀ ହେବ, ସେଥିଲାଗି ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟର ଦୁଇ ପ୍ରମୁଖ ଡାକ୍ତରଖାନା କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ପାଇଲଟ ପ୍ରକଳ୍ପ ଭାବେ ଇ-ଏଚ୍‌ଏମ୍‌ଏସ୍‌ କାର୍ଯ୍ୟକାରୀ ହେଉଛି। ଆସନ୍ତା ୬ମାସ ମଧ୍ୟରେ ଏହା ପୂର୍ଣ୍ଣକାଳୀନ ଭାବେ କାର୍ଯ୍ୟ କରିବ। ଏହି ବ୍ୟବସ୍ଥା ମାଧ୍ୟମରେ ରୋଗୀମାନେ ବିଶେଷ ଉପକୃତ ହେଉଛନ୍ତି। ପ୍ରଥମତଃ ଏହି ଯୋଜନାରେ ରୋଗୀମାନଙ୍କର ସମସ୍ତ ସୂଚନା ଇଲେକ୍ଟ୍ରୋନିକ ବ୍ୟବସ୍ଥାରେ ରହିବ। ଏଥିଯୋଗୁ ସେମାନେ ଖର୍ଚ୍ଚାନ୍ତ ହୋଇ ଡାକ୍ତରଖାନା ବାରମ୍ବାର ଦୌଡ଼ି ଟିକେଟ କାଟିବେ ନାହିଁ। ରୋଗର ସମ୍ପୂର୍ଣ୍ଣ ବିବରଣୀ କମ୍ପ୍ୟୁଟରରେ ରହିଥିବା ଯୋଗୁ ଚିକିତ୍ସକମାନେ ସହଜରେ ଚିକିତ୍ସା କରିପାରିବେ। ସର୍ବୋପରି ରୋଗୀଟି ହାତରେ ଡାକ୍ତରଖାନା କାଗଜ ଧରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଦୌଡ଼ିବ ନାହିଁ କି ତାହାର ସୂଚନାକୁ କେହି ଅପବ୍ୟବହାର କରିପାରିବେ ନାହିଁ। ବୈଠକରେ ଉପସ୍ଥିତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା ଓ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଇ-ଏଚ୍‌ଏମ୍‌ଏସ୍‌ ସଂକ୍ରାନ୍ତରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ବର୍ତ୍ତମାନ ଏହି ଯୋଜନାର ପାଇଲଟ ପ୍ରକଳ୍ପକୁ ସିଡାକ୍‌ କାର୍ଯ୍ୟକାରୀ କରୁଥିବା ବେଳେ ୩୨ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହା କିଭଳି କାର୍ଯ୍ୟକାରୀ ହେବ, ସେଥିପାଇଁ ସମ୍ପୃକ୍ତ ଡାକ୍ତରଖାନା ଗସ୍ତ କରି କ୍ଷେତ୍ର ପ୍ରସ୍ତୁତ କରିବାକୁ ଉକ୍ତ ସଂସ୍ଥାକୁ କୁହାଯାଇଛି।
ସୂଚନାଥାଉ କି, ଏନ୍‌ଏଚ୍‌ଏମ୍‌ ପିଆଇପିରେ ୨୦୧୮-୧୯ରେ ୪୦୩ ପ୍ରକଳ୍ପ ପାଇଁ ୧୪୪କୋଟି ୬ଲକ୍ଷ ୧୬ହଜାର ଟଙ୍କା ଅନୁମୋଦିତ ହୋଇଥିବା ବେଳେ ୧୨୧କୋଟି ୭୦ଲକ୍ଷ ୧୬ହଜାର ଟଙ୍କା ମଞ୍ଜୁର ହୋଇଛି। ସେହିଭଳି ୨୦୧୯-୨୦ରେ ୭୧ ପ୍ରକଳ୍ପ ପାଇଁ ୧୪୭କୋଟି ୭୧ଲକ୍ଷ ଟଙ୍କା ଅନୁମୋଦିତ ହୋଇଥିବା ବେଳେ ୮୧କୋଟି ୮୬ଲକ୍ଷ ୬୦ହଜାର ଟଙ୍କା ମଞ୍ଜୁର ହୋଇଛି। ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ଯୋଜନାରେ ୨୦୧୫-୧୬ରୁ ୨୦୧୮-୧୯ ପର୍ଯ୍ୟନ୍ତ ୬୯ ପ୍ରକଳ୍ପ ଲାଗି ୭୭କୋଟି ୨୫ଲକ୍ଷ ୩୪ହଜାର ଟଙ୍କା ମଞ୍ଜୁର ହୋଇଛି। ରାଜ୍ୟ ଯୋଜନାରେ ୨୦୧୮-୧୯ରେ ୪୩୩୭ ପ୍ରକଳ୍ପ ଲାଗି ୬୨୫କୋଟି ଓ ୨୦୧୯-୨୦ରେ ୮୯୭୨ ପ୍ରକଳ୍ପ ଲାଗି ୫୭୨କୋଟି ଟଙ୍କା ଅନୁମୋଦିତ ହୋଇଛି। ଏହି ଦୁଇ ଆର୍ଥତ୍କ ବର୍ଷରେ ଏହିସବୁ ପ୍ରକଳ୍ପ ଲାଗି ୬୯୭କୋଟି ୫୫ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସେହିଭଳି ଓଡ଼ିଶା ଖଣିଜ ଅଞ୍ଚଳ ବିକାଶ ନିଗମ ୨୦୧୯-୨୦ ବର୍ଷରେ ୪୩୩ ପ୍ରକଳ୍ପ ଲାଗି ୬୩୦କୋଟି ୨୧ଲକ୍ଷ ୮୬ହଜାର ଟଙ୍କା ଅନୁମୋଦନ କରିଥିବା ବେଳେ ସେଥିରୁ ୯୪କୋଟି ୫୩ଲକ୍ଷ ୨୮ହଜାର ଟଙ୍କା ମଞ୍ଜୁର ହୋଇଛି। ତେବେ ଅର୍ଥ ମଞ୍ଜୁର ହୋଇଥିବା ପ୍ରକଳ୍ପ କାର୍ଯ୍ୟ ଯେଭଳି ଧାର୍ଯ୍ୟ ସମୟ ମଧ୍ୟରେ ସରିବ, ତାହା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏଥିସହିତ ଆସନ୍ତା ୧୦୦ଦିନ ମଧ୍ୟରେ କେଉଁସବୁ ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହେବ, ତାହାର ତାଲିକା ଦେବାକୁ କହିଛନ୍ତି। ଅର୍ଥ ମଞ୍ଜୁର ପରେ ଯେଉଁସବୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ, ତାହା ତୁରନ୍ତ ଆରମ୍ଭ କରିବା ସକାଶେ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୀକ୍ଷା ବୈଠକରେ ନିର୍ମାଣ ବିଭାଗ ମୁଖ୍ୟଯନ୍ତ୍ରୀ, ବିଭାଗ ସ୍ବତନ୍ତ୍ର ସଚିବ, ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ନିର୍ଦ୍ଦେଶକ, ଏସ୍‌ସିବିର ଡିନ୍‌ ତଥା ପ୍ରିନ୍ସପାଲଙ୍କ ସହ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri