ଅଜଣା ବ୍ୟାଧି

ଅଜଣା ବ୍ୟାଧି ଗ୍ରାସ କରିଛି ଜିଲାକୁ। ସଚେତନତା ହେଉଛି ଏହାର ଏକମାତ୍ର ମହୌଷଧି। ହେଲେ ଏହା ପହଞ୍ଚିପାରୁନି ଦୁର୍ନୀତି କବଳିତ ବ୍ୟକ୍ତିବିଶେଷଙ୍କ ପାଖରେ। ଫଳସ୍ବରୂପ ଡିଅଁ।ରୋଗ ପରି ମାଡ଼ିଚାଲିଛି ଏହି ବ୍ୟାଧି। ତାହା ଦେହସୁହା ହୋଇଯିବାରୁ ସବୁ କିଛି ଅବ୍ୟବସ୍ଥାରେ ଚାଲିଛି। ସରକାରଙ୍କ ସମୀକ୍ଷା ବି ବ୍ୟାଧିର କାରଣକୁ ବୁଝିପାରୁନି। ଏଣୁ ଖୋଜାପଡ଼ିଛି ସେହି ସଫଳ ବ୍ୟକ୍ତିତ୍ୱମାନଙ୍କୁ, ଯେଉଁମାନେ ବ୍ୟାଧିର କାରଣ ବୁଝିପାରି ଏହାର ନିରାକରଣ କରିପାରିବେ। ହେଲେ ସେଭଳି ବ୍ୟକ୍ତିତ୍ୱ ଅଭାବ ନ ଥିଲେ ବି ସେମାନଙ୍କୁ ଏହାର ନିରାକରଣର ସୁଯୋଗ ମିଳୁନି। ଏଣୁ ସରକାର ବିକାଶ ନଁାରେ କରୁଥିବା ଯୋଜନା ପରେ ଯୋଜନା ବାଟବଣା ହେଉଛି। ଜିଲାର ସଦର ମହକୁମାରେ ଆରଡିସିି, ବିଭିନ୍ନ ବିଭାଗର ସଚିବ, ମନ୍ତ୍ରୀ, ବିଧାୟକ, ଏମ୍‌ପି, ବିଧାନସଭାର ବିଭିନ୍ନ କମିଟି ଓ ଜିଲାପାଳଙ୍କ ଦ୍ୱାରା ଅନୁଷ୍ଠିତ ହେଉଥିବା ବିଭିନ୍ନ ସମୀକ୍ଷା ବୈଠକର ସୁଫଳ ମିଳୁନି। ଅଧିକାରୀମାନଙ୍କୁ ମିଳୁଥିବା ପରାମର୍ଶ ଓ ତାଗିଦ୍‌ କାର୍ଯ୍ୟରେ ଲାଗୁନି। କାରଣ ବ୍ୟାଧିର ପ୍ରକୋପରୁ ବୈଠକ ଶେଷ ପରେ ଅଫିସରମାନେ ସବୁକିଛି ଭୁଲି ଯାଉଛନ୍ତି। ଅନେକ କ୍ଷେତ୍ରରେ ତାଗିଦ୍‌ ଓ ପରାମର୍ଶ ଦେଇଥିବା ବ୍ୟକ୍ତି ପରବର୍ତ୍ତୀ ସମୀକ୍ଷା ବୈଠକକୁ ଆସିବାକୁ ସୁଯୋଗ ପାଇନଥାନ୍ତି। ଯିଏବି ପାଇଥାନ୍ତି ତୁ ତ ମୂତୁରୀ ମୁଁ ତ ମୂତୁରୀ ନ୍ୟାୟରେ ପୁରୁଣା ବିଷୟକୁ ଗୁରୁତ୍ୱ ଦିଅନ୍ତି ନାହିଁ। ଅଧିକାଂଶ କ୍ଷେତ୍ରରେ ଦେଖିବାକୁ ମିଳୁଛି ସମୀକ୍ଷା କରୁଥିବା ବ୍ୟକ୍ତି ଯୋଜନା କାର୍ଯ୍ୟକାରୀ ହେଉଥିବା ସ୍ଥାନକୁ ନଯାଇ ଜିଲା ସଦର ମହକୁମାରେ ବସି ସମୀକ୍ଷା କରିଥାନ୍ତି। ଏଣୁ କାର୍ଯ୍ୟଧାରାରେ ପରିବର୍ତ୍ତନ ଘଟେ ନାହିଁ। କେବଳ କାଗଜପତ୍ରରେ ସୀମିତ ରହିଯାଏ ସମୀକ୍ଷା ବୈଠକ। ଫଳସ୍ବରୂପ ଜିଲାରେ ପ୍ରଚଳିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା, ଗୋପବନ୍ଧୁ ଗ୍ରାମୀଣ ଯୋଜନା, ଜଳ ବିଭାଜିକା କାର୍ଯ୍ୟକ୍ରମ, ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ଜରିଆରେ ସ୍ବାସ୍ଥ୍ୟସେବା, ସର୍ବଶିକ୍ଷା ଅଭିଯାନ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ଜାତୀୟ ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମ, ଉଦ୍ୟାନ ମିଶନ ଜରିଆରେ ଫଳ ଓ ଫୁଲ ଚାଷ, କୃଷି ଋଣ ଯୋଜନା ଓ ସମନ୍ବି୍ବିତ ଶିଶୁ ବିକାଶ ଆଦି ଅନେକ ଯୋଜନା ଦିଗହରା ଏବଂ ପଥଭ୍ରଷ୍ଟ ହୋଇପଡିଛି। ସେହିପରି ମଧ୍ୟାହ୍ନଭୋଜନ ଯୋଜନା ଅଧିକାଂଶ ସ୍ଥାନରେ ଛାତ୍ରୀଛାତ୍ରମାନଙ୍କୁ ଆକୃଷ୍ଟ କରିପାରିନାହିଁ। କେଉଁଠି ଅଧିକ ପିଲା ଦେଖାଇ ତ କେଉଁଠି ଆଦୌ ରୋଷେଇ ନ ହୋଇ ମଧ୍ୟାହ୍ନଭୋଜନ ସାମଗ୍ରୀ ହରିଲୁଟ୍‌ ଚାଲିଛି। ପୁଣି କେଉଁଠି ପୋକରା ଡାଲି ଓ ଚାଉଳରେ ରୋଷେଇ କରି ଛାତ୍ରୀଛାତ୍ରଙ୍କୁ ଖାଇବାକୁ ଦିଆଯାଉଛି। ସମନ୍ବିତ ଶିଶୁ ବିକାଶ କାର୍ଯ୍ୟକ୍ରମ ଜରିଆରେ ଶିଶୁ, ଗର୍ଭବତୀ ଓ ପ୍ରସୂତିଙ୍କୁ ପରିପୂରକ ପୁଷ୍ଟିଭୋଜନ, ପ୍ରତିଷେଧକ ବ୍ୟବସ୍ଥା, ସ୍ବାସ୍ଥ୍ୟ ପରୀକ୍ଷା, ପରାମର୍ଶ ସେବା, ସ୍ବାସ୍ଥ୍ୟ ଓ ପୁଷ୍ଟି ଶିକ୍ଷା ଦେବା ପାଇଁ ଅନୁରୂପ ବ୍ୟବସ୍ଥା ରହିଛି। ସରକାରଙ୍କର ଲକ୍ଷ୍ୟ ଯାହା ଥାଉନା କାହିଁକି, ଜିଲାରେ ଏହି ଯୋଜନା ନାନା ଅବ୍ୟବସ୍ଥା ମଧ୍ୟରେ ଗତିକରୁଛି। କେଉଁ ଅଙ୍ଗନୱାଡ଼ି କେନ୍ଦ୍ରକୁ ୪ରୁ ୫ ଜଣ ପିଲା ଆସୁଛନ୍ତି ତ ଆଉ କେଉଁଠି ପିଲା ଆସିଲେ ବି ପାଠପଢ଼ା ହେଉନାହିଁ। କେଉଁଠି ଖାଦ୍ୟସାମଗ୍ରୀ ଠିକ୍‌ ଭାବରେ ବଣ୍ଟନ ହେଉନିି ତ କେଉଁଠି ଦିଆଯାଉନାହିଁ ରନ୍ଧାଖାଦ୍ୟ। କେତେକ ସ୍ଥାନରେ ଶିଶୁଙ୍କ ନାମ ଜାଲ ରେକର୍ଡ କରାଯାଇ ହଡପ ହେଉଛି ଖାଦ୍ୟ ଓ ଅନ୍ୟାନ୍ୟ ଉପକରଣ। ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଜବକାର୍ଡଧାରୀମାନଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ଼ କରିବା ବଦଳରେ ସେମାନଙ୍କୁ ଦାଦନାଭିମୁଖୀ କରୁଛି। ଏହାର ସୁଫଳ ଜେସିବ୍‌, ଟ୍ରାକ୍ଟର ମାଲିକମାନେ ନେଉଛନ୍ତି। ଏଣୁ କାଗଜପତ୍ରରେ ଜବକାର୍ଡଧାରୀ ଉପକୃତ ହେଉଛନ୍ତି। ଆପତ୍ତି ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁନି। ଏପରି ଅନେକ ଯୋଜନା ଜିଲାରେ କାର୍ଯ୍ୟକାରୀ ନ ହୋଇ ପଡିରହିଛି। ଦେଖାଯାଉ ପ୍ରଶାସନ ଓ ସରକାର ଏହି ଅଜଣା ବ୍ୟାଧିର ନିରାକରଣ ପନ୍ଥା କେବେ ବାହାର କରୁଛନ୍ତି।

– ଲୋକନାଥ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri