ଅଙ୍ଗାରକାମ୍ଳଠାରୁ ୩୪ ଗୁଣ ଖରାପ ପ୍ରଭାବ ପକାଇଛି ମିଥେନ

କଟକ ଅଫିସ,୫।୬: ପ୍ରାକୃତିକ ବିବର୍ତ୍ତନ ଓ ପରିବେଶ ଅସନ୍ତୁଳନ ଏବେ ଜୀବଜଗତ ପ୍ରତି ଭୟଙ୍କର ବିପଦକୁ ଆମନ୍ତ୍ରଣ କରୁଛି। ସମ୍ପ୍ରତି ଫନୀକୁ ଦେଖିଲେ ଏହି ବାତ୍ୟା ଅନେକ ବାଲି ଓ ବାଲିକଣା ବୋହି ଆଣିଛି। ଏହି ବାଲିକଣାରେ ଅଙ୍ଗାରକାମ୍ଳ, ମିଥେନ ଭଳି ମାରାତ୍ମକ ପଦାର୍ଥ ଭରି ରହିଛି, ଯାହା ଜୀବଜଗତ ପାଇଁ ଅଭୂତ କ୍ଷତି ପହଞ୍ଚାଉଛି ବୋଲି ପରିବେଶ ବିଜ୍ଞାନୀମାନେ ଆକଳନ କରିଛନ୍ତି। ଜାତୀୟ ଧାନ ଗବେଷଣା କେନ୍ଦ୍ରର ପ୍ରାକ୍ତନ ପ୍ରଧାନ ବୈଜ୍ଞାନିକ ଡ. ସଂଗ୍ରାମ କେଶରୀ ନାୟକ କୁହନ୍ତି, ସମ୍ପ୍ରତି ବିଶ୍ୱରେ ୯୨ ପ୍ରତିଶତ ଲୋକ ସୁସ୍ଥ ବାୟୁ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏପରିକି ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ବିଶ୍ୱ ଅର୍ଥନୀତିକୁ ପ୍ରତିବର୍ଷ ୫ ଟ୍ରିଲିୟନ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଗୃହପାଳିତ ପଶୁ ଯଥା ଛେଳି, ମେଣ୍ଢା, ଗାଈ ଓ ମଇଁଷି ଆଦି ପ୍ରାଣୀ ଖାଦ୍ୟ ପାଚନକ୍ରିୟା ସମୟରେ ସେଥିରୁ ମିଥେନ ନିର୍ଗତ ହୋଇଥାଏ। ଏହାବାଦ ଧାନକ୍ଷେତରୁ ମଧ୍ୟ ମିଥେନ ବାହାରୁଥିବାବେଳେ ତାହା ସବୁଜ ବଳୟ ଜରିଆରେ ପରିବେଶକୁ ପ୍ରଭାବିତ କରୁଛି। ଗତ ୧୦୦ ବର୍ଷ ମଧ୍ୟରେ ଅଙ୍ଗାରକାମ୍ଳଠାରୁ ମିଥେନ ୩୪ ଗୁଣ ଭୟଙ୍କର ଖରାପ ପ୍ରଭାବ ବାୟୁମଣ୍ଡଳ ଉପରେ ପକାଇଛି। ସମ୍ପ୍ରତି ସମଗ୍ର ବିଶ୍ୱର ୧୯୩ ଦେଶ ମଧ୍ୟରୁ ୧୬୬ ଦେଶ ସହରାଞ୍ଚଳ ଆବର୍ଜନା ଓ ଶସ୍ୟ କ୍ଷେତକୁ ପୋଡ଼ୁଛନ୍ତି। ଫଳରେ ଏଥିରୁ ମିଥେନ ନିର୍ଗତ ହୋଇ ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି। ଏହିସବୁ ଆବର୍ଜନା କିମ୍ବା ଧାନ କ୍ଷେତ (ନଡ଼ା)କୁ ପୋଡ଼ିବା ଅନୁଚିତ।
ଅଙ୍ଗାରକାମ୍ଳଠାରୁ ୩୪ ଗୁଣ…
ଏହାକୁ ଗାତ ଖୋଳି ପୋତି ଦିଆଗଲେ ଉପରୋକ୍ତ ଆବର୍ଜନାରୁ ମିଥେନ ନିର୍ଗତ ବନ୍ଦ ହେବା ସହିତ ପରିବେଶ ମଧ୍ୟ ସୁରକ୍ଷିତ ରହିବ। ଏହାବାଦ ବୃକ୍ଷରୋପଣ ଉପରେ ମଧ୍ୟ ପ୍ରତ୍ୟେକ ନାଗରିକ ଗୁରୁତ୍ୱ ଦେବା ଉଚିତ ବୋଲି ଡ. ନାୟକ କହିଛନ୍ତି।
ଫନୀ ଦ୍ୱାରା ଓଡ଼ିଶାର ଉପକୂଳ ଜିଲାଗୁଡ଼ିକର ସବୁଜିମା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି, ଫଳରେ ଗତ ମେ ମାସରେ ତାପମାତ୍ରା ୪୦ ଡିଗ୍ରୀ ତଳକୁ ଥାଇ ମଧ୍ୟ ଲୋକେ ଉତ୍କଟ ଗୁଳୁଗୁଳି ଓ ଗରମକୁ ସିଧାସଳଖ ଭୋଗିଛନ୍ତି। ଏବେ ସବୁଜିମା ସୃଷ୍ଟି କରିବା ସବୁଠୁ ବଡ଼ ଆବଶ୍ୟକତା। ଏ ଦିଗରେ ସଚେତନ ନ ହେଲେ ଆଗାମୀ ଦିନରେ ପରିଣାମ ଅଧିକ ଭୟଙ୍କର ହେବ ବୋଲି ନାୟକ କହିଛନ୍ତି।
ବିଶିଷ୍ଟ ପରିବେଶବିତ୍‌ ତଥା ସେଣ୍ଟର ଫର୍‌ ଏନ୍‌ଭର୍ନମେଣ୍ଟାଲ ଷ୍ଟଡିଜ୍‌ର ନିର୍ଦ୍ଦେଶକ ଡ. ଆଶୁତୋଷ ଦେବତା କୁହନ୍ତି, ପରିବେଶ ସଚେତନତା ପ୍ରତ୍ୟେକଙ୍କ ଘରୁ ଆରମ୍ଭ ହେବା ଉଚିତ। ବାୟୁମଣ୍ଡଳ ପ୍ରଦୂଷଣ ଯୋଗୁ ପ୍ରତିବର୍ଷ ବିଶ୍ୱରେ ୭୦ ଲକ୍ଷ ଲୋକଙ୍କର ଅପରିପକ୍ବ ମୃତ୍ୟୁ ଘଟୁଛି। ମୋଟାମୋଟି ଭାବେ ବିଶ୍ୱରେ ପ୍ରତି ୯ ଜଣରେ ଜଣେ ବ୍ୟକ୍ତି ବାୟୁମଣ୍ଡଳ ପ୍ରଦୂଷଣ ଯୋଗୁ ପ୍ରାଣ ହରାଉଛନ୍ତି। ସମସ୍ତ ବାୟୁ ପ୍ରଦୂଷଣର ୭୨ ଭାଗ କେବଳ ଯାନବାହନରୁ ନିର୍ଗତ ବିଷାକ୍ତ ବାଷ୍ପ ଯୋଗୁ ହେଉଛି। ଯଦି ବାୟୁମଣ୍ଡଳ ପ୍ରଦୂଷଣକୁ ରୋକାଯାଇପାରନ୍ତା ତେବେ ପୃଥିବୀର ପରମାୟୁ ୨ରୁ ୭ ବର୍ଷ ବୃଦ୍ଧି କରାଯାଇପାରନ୍ତା ବୋଲି ଦେବତା କହିଛନ୍ତି। ଏହାବାଦ ଅମ୍ଳ ବର୍ଷା, ଓଜୋନ ସ୍ତରରେ ଗର୍ତ୍ତ ଓ ବିଶ୍ୱ ତାପନକୁ ମଧ୍ୟ ହ୍ରାସ କରାଯାଇପାରନ୍ତା। ଯଦି ଜଣେ ବ୍ୟକ୍ତି ଜୀବନକାଳ ମଧ୍ୟରେ ୫ଟି ବୃକ୍ଷରୋପଣ କରିବେ ତେବେ ଏଥିରେ ଅନେକ ସୁଧାର ଅଣାଯାଇପାରିବ ବୋଲି ଦେବତା ମତବ୍ୟକ୍ତ କରିଛନ୍ତି।
ଭାରତୀୟ ଜଳବାୟୁ କଂଗ୍ରେସର ସଭାପତି ପ୍ରଫେସର ଡ. ସଞ୍ଜୟ କୁମାର ସାମନ୍ତରାୟ କୁହନ୍ତି, ନିକଟରେ ଘଟିଥିବା ଫନୀ ବାତ୍ୟାରେ ଯେଉଁସବୁ ବୃକ୍ଷ କ୍ଷତିଗ୍ରସ୍ତ ହୋଇଛି ଯଥା କେଉଁଠି ଶୋଇପଡ଼ିଛି ତ କେଉଁଠି ଡାଳ ଛିଡ଼ି ଛିଡ଼ାହୋଇ ରହିଛି ସେଗୁଡ଼ିକ ବଞ୍ଚାଇବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ। ସବୁଠାରୁ ଦୁଃଖ ଏବଂ ଦୁର୍ଭାଗ୍ୟଜନକ କଥା ହେଉଛି ଫନୀରେ ବଞ୍ଚତ୍ଥିବା ଗଛକୁ ବଞ୍ଚାଇବା ବଦଳରେ ଲୋକେ କାଟି ନେଉଥିବା ଦେଖାଯାଉଛି। ତେଣୁ ଏହାକୁ ପ୍ରାଥମିକତା ଦେଇ ରୋକାଯିବା ଦରକାର ବୋଲି ସାମନ୍ତରାୟ କହିଛନ୍ତି। ବିଶ୍ୱ ପରିବେଶ ଦିବସକୁ ଶୀତତାପ ନିୟନ୍ତ୍ରିତ କୋଠରି ମଧ୍ୟରେ ନ ପାଳି ଯେଉଁଠି ସବୁଜିମା ସୃଷ୍ଟି କରାଯାଉଛି ସେ ଜାଗାରେ ପାଳିବା ଉଚିତ ବୋଲି ସାମନ୍ତରାୟ ପରାମର୍ଶ ଦେଇଛନ୍ତି।
ଅନେକ ପରିବେଶଜନିତ ଘଟଣାରେ ଜାତୀୟ ସବୁଜ ପ୍ରାଧିକରଣରେ ମାମଲା ରୁଜୁ କରୁଥିବା ଆଡଭୋକେଟ ଶଙ୍କର ପ୍ରସାଦ ପାଣି କୁହନ୍ତି, ପ୍ରଥମେ ସରକାର ସଚେତନ ହେବା ଉଚିତ। କାରଣ ଶିଳ୍ପାୟନ ଓ ସହରୀକରଣ ନଁାରେ ସରକାର ହିଁ ସବୁଜିମାକୁ ନଷ୍ଟ କରୁଛନ୍ତି। ସବୁଜିମା ନଷ୍ଟ କରିବା ସମୟରେ ସରକାରଙ୍କ ଅଦ୍ଭୁତ ଯୁକ୍ତି ଅଧିକ ଦୁର୍ଭାଗ୍ୟଜନକ ହେଉଛି। କାରଣ ଭୁବନେଶ୍ୱରରେ ଗଛ କାଟି କନ୍ଧମାଳରେ ବୃକ୍ଷରୋପଣ କରି ପରିବେଶର ସନ୍ତୁଳନ ରକ୍ଷା କରିବାର ମାନେ କିଛି ନ ଥାଏ। ବୃକ୍ଷ ପ୍ରତିରୋପଣ ଉପରେ ମତ ଦେଇ ଆଡଭୋକେଟ ପାଣି କହିଛନ୍ତି, ଯଦି କୌଣସି ରାସ୍ତା ନିର୍ମାଣରେ ବୃକ୍ଷ ବାଧକ ସାଜୁଛି ତେବେ ଉକ୍ତ ଗଛକୁ ଉପାଡ଼ି ଅନ୍ୟ ସ୍ଥାନରେ ପୋତିବାର ବ୍ୟବସ୍ଥା ରହିଛି। ମାତ୍ର ସହଜ ଉପାୟରେ ସରକାର ଗଛଟିକୁ କାଟିଦେଇ ଶାଗମାଛ ଦରରେ ନିଲାମ କରିଦେଉଥିବା ବେଳେ ତା’ର ପରିଣାମ ସମଗ୍ର ଜୀବଜଗତକୁ ଭୋଗିବାକୁ ପଡ଼ୁଛି। ଅଦ୍ୟାବଧି ପରିବେଶ ସୁରକ୍ଷାକୁ ନେଇ ଆଡଭୋକେଟ ପାଣି ଜାତୀୟ ସବୁଜ ପ୍ରାଧିକରଣରେ ୫୦ରୁ ଊର୍ଦ୍ଧ୍ୱ ମାମଲା ରୁଜୁ କରିଥିବା କହିଛନ୍ତି। ତେଣୁ ପରିବେଶ ସୁରକ୍ଷା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଆନ୍ତରିକ ଉଦ୍ୟମ ହେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ସରକାର ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା

ଭୁବନେଶ୍ୱର,୨୪।୪: ବିଜେଡି ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା। ବିଜେଡି ସରକାରରେ ଅନ୍ୟାୟ, ଦୁର୍ନୀତି, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାକୁ ଚାର୍ଜସିଟରେ ସ୍ଥାନ ଦେଇଛି...

ଭୁବନେଶ୍ୱରରେ ହେବ ବିଗ୍‌ ଫାଇଟ୍‌, କାହାର ପଲା ଭାରି

ଭୁବନେଶ୍ବର,୨୪।୪: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ହେବ ବିଗ ଫାଇଟ । ଯୁବ ଓ ମହିଳା ଭୋଟରଙ୍କୁ ହାତେଇପାରନ୍ତି ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ବିଜେଡିର...

ଓଡିଶା ଆସୁଛନ୍ତି ଅମିତ ଶାହା, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୨୪।୪: ଗୁରୁବାର ଓଡିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। କାଲିଠୁ ଭାଜପାର ବିଧିବଦ୍ଧ ଭାବେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ଅପରାହ୍ଣ ସାଢ଼େ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri