ଅଖ ହଣା ସରିଲା, ଦଣ୍ଡା କାମ ଆରମ୍ଭ

ପୁରୀ ଅଫିସ, ୭ା୬: ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଶ୍ରୀନଅର ସମ୍ମୁଖ ରଥଖଳାରେ ତିନିରଥ ମୁଖ୍ୟ ବିଶ୍ୱକର୍ମାଙ୍କ ନେତୃତ୍ୱରେ ଚାଲିଛି ରଥ କାମ। ଅକ୍ଷୟତୃତୀୟ ଠାରୁ ଆରମ୍ଭ ହୋଇଥିବା ରଥକାମ ଜୋରସୋରରେ ଚାଲିଛି। ମହାରଣା ମାନେ ରଥର ବିଭିନ୍ନ ଅଂଶ ନିର୍ମାଣରେ ବ୍ୟସ୍ତ ରହୁଛନ୍ତି। ପ୍ରଥମେ ତୁମ୍ବ କାମ ସରିବାରେ ସେଥିରେ ପଇ ସଂଯୋଗ କରାଯାଇ ଚକ ତିଆରି ଚାଲିଛି। ଭଉଁରୀରେ ତିନି ରଥ ଦୁଇଟି ଲେଖାଏଁ ଚକ ଅଖ ଡେରା ନୀତି ସମ୍ପନ୍ନ ହେବା ପରେ ମହାରଣା ସେବକ ମାନେ ଚକ ତିଆରି ଉପରେ ଜୋର ଦେଇଛନ୍ତି। ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଶୁକ୍ରବାର ଦଣ୍ଡା କାମ ଅନୁକୂଳ ହୋଇଛି। ନନ୍ଦିଘୋଷ ଓ ତାଳଧ୍ୱଜ ରଥର ୯ଟି ଲେଖାଏଁ ଏବଂ ଦର୍ପଦଳନର ୭ଟି ଦଣ୍ଡା କାମ କରାଯିବ। ତିନି ରଥର ଦୁଇଟି ଲେଖାଏଁ ପାଶ୍ୱ ମୁହଁାଟ ଓ ମୁହଁାଟ କାମ ଶେଷ ହୋଇଛି। ଶୁକ୍ରବାର ସୁଦ୍ଧା ତିନି ରଥର ୨୧ଟି ଅଖରୁ ୨୦ଟି ଅଖ ହଣା କାମ ଶେଷ ହୋଇଛି। ସେଥିରୁ ନନ୍ଦିଘୋଷର ମୋଟ ୮ଟି, ତାଳଧ୍ୱଜର ମୋଟ ୭ଟି ଓ ଦର୍ପଦଳନର୬ରୁ ୫ଟି ଶେଷ ହୋଇଛି। ଆଉ ଗୋଟିଏ କାମ ଚାଲିଛି। ଦୋଳବେଦୀ କୋଣ ପରିସରରେ କରତି ସେବକ ମାନେ ଗୟଳ ଚରିଟ କରୁଛନ୍ତି। ତିନିରଥ ଲାଗି ୪୦ଫୁଟିଆ ଗୟଳ(ଧଉରା କାଠ) ଭୋଇ ସେବକ ମାନେ ପକାଇଥିଲେ। କରତି ସେବକ ମାନେ ଏହାକୁ ଚଉପଠ କରିବା ପରେ ଚିରଟ କରୁଛନ୍ତି। ତାଳଧ୍ୱଜ ରଥର ଗୟଳ ଚିରଟ ପ୍ରଥମେ କରାଯାଇଛି। ପରେ ନନ୍ଦିଘୋଷ ଚିରଟ କରାଯାଇଥିଲା। ଏବେ ଦେବୀ ରଥର ଗୟଳ ଚିରଟ ଚାଲିଛି। ଅନ୍ୟପକ୍ଷରେ ମୁହଁାଟ ଓ ପାର୍ଶ୍ୱ ମୁହଁାଟ କାମ ସରିଥିବା ବେଳେ ନିରାଡି କାମ ଆରମ୍ଭ ହେବ। ମହାରଣା ମାନେ ପଇ ଓ ତୁମ୍ବରେ ଅଖ ବିନ୍ଧ କରୁଛନ୍ତି। ରୁପକାର ସେବକ କଣଗୁଜ କରୁଛନ୍ତି। ଅନ୍ୟପଟେ ତିନି ରଥର ୪ଟି ଲେଖାଏଁ ଚାରି ନାହାକା(୨୦ଫୁଟିଆ ଧଉରା) କାଠ ରଥଖଳାରେ ପଡିଛି।
ବାହାରିଲା ଦଣ୍ଡା କଣ୍ଟା
ଦୋଳବେଦୀ ପରିସରରେ କମାର ଶାଳରେ କମାର ସେବକ ମାନେ ତିନି ରଥ ଲାଗି ଲୁହା କଣ୍ଟା ପ୍ରସ୍ତୁତ କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅରକଣ୍ଟା, ବଳା, ପନ୍ଦାରୀ ଓ ପନ୍ଦାରୀ ଚାବି ତିଆରି କରାଯାଇଥିଲା। ଶୁକ୍ରବାର ଠାରୁ ଦଣ୍ଡା କଣ୍ଟା ଆରମ୍ଭ ହୋଇଛି। ତାଳଧ୍ୱଜ ରଥର କମାର ସେବକ ଅର୍ଜୁନ ମହାରଣା କୁହନ୍ତି, ତିନି ରଥ ଲାଗି୧୦୬ଟି ଦଣ୍ଡା କଣ୍ଟା ତିଆରି କରାଯିବ। ନନ୍ଦିଘୋଷ ରଥର ୪୨ଟି, ତାଳଧ୍ୱଜ ରଥର ୩୮ଟି ଏବଂ ଦର୍ପଦଳନ ରଥ ଲାଗି ୨୮ଟି କଣ୍ଟା ତିଆରି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri