ଅଖ ହଣା ସରିଲା, ଦଣ୍ଡା କାମ ଆରମ୍ଭ

ପୁରୀ ଅଫିସ, ୮ା୬: ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଶ୍ରୀନଅର ସମ୍ମୁଖ ରଥଖଳାରେ ତିନିରଥ ମୁଖ୍ୟ ବିଶ୍ୱକର୍ମାଙ୍କ ନେତୃତ୍ୱରେ ଚାଲିଛି ରଥ କାମ। ଅକ୍ଷୟତୃତୀୟ ଠାରୁ ଆରମ୍ଭ ହୋଇଥିବା ରଥକାମ ଜୋରସୋରରେ ଚାଲିଛି। ମହାରଣା ମାନେ ରଥର ବିଭିନ୍ନ ଅଂଶ ନିର୍ମାଣରେ ବ୍ୟସ୍ତ ରହୁଛନ୍ତି। ପ୍ରଥମେ ତୁମ୍ବ କାମ ସରିବାରେ ସେଥିରେ ପଇ ସଂଯୋଗ କରାଯାଇ ଚକ ତିଆରି ଚାଲିଛି। ଭଉଁରୀରେ ତିନି ରଥ ଦୁଇଟି ଲେଖାଏଁ ଚକ ଅଖ ଡେରା ନୀତି ସମ୍ପନ୍ନ ହେବା ପରେ ମହାରଣା ସେବକ ମାନେ ଚକ ତିଆରି ଉପରେ ଜୋର ଦେଇଛନ୍ତି। ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଶୁକ୍ରବାର ଦଣ୍ଡା କାମ ଅନୁକୂଳ ହୋଇଛି। ନନ୍ଦିଘୋଷ ଓ ତାଳଧ୍ୱଜ ରଥର ୯ଟି ଲେଖାଏଁ ଏବଂ ଦର୍ପଦଳନର ୭ଟି ଦଣ୍ଡା କାମ କରାଯିବ। ତିନି ରଥର ଦୁଇଟି ଲେଖାଏଁ ପାଶ୍ୱ ମୁହଁାଟ ଓ ମୁହଁାଟ କାମ ଶେଷ ହୋଇଛି। ଶୁକ୍ରବାର ସୁଦ୍ଧା ତିନି ରଥର ୨୧ଟି ଅଖରୁ ୨୦ଟି ଅଖ ହଣା କାମ ଶେଷ ହୋଇଛି। ସେଥିରୁ ନନ୍ଦିଘୋଷର ମୋଟ ୮ଟି, ତାଳଧ୍ୱଜର ମୋଟ ୭ଟି ଓ ଦର୍ପଦଳନର୬ରୁ ୫ଟି ଶେଷ ହୋଇଛି। ଆଉ ଗୋଟିଏ କାମ ଚାଲିଛି। ଦୋଳବେଦୀ କୋଣ ପରିସରରେ କରତି ସେବକ ମାନେ ଗୟଳ ଚରିଟ କରୁଛନ୍ତି। ତିନିରଥ ଲାଗି ୪୦ଫୁଟିଆ ଗୟଳ(ଧଉରା କାଠ) ଭୋଇ ସେବକ ମାନେ ପକାଇଥିଲେ। କରତି ସେବକ ମାନେ ଏହାକୁ ଚଉପଠ କରିବା ପରେ ଚିରଟ କରୁଛନ୍ତି। ତାଳଧ୍ୱଜ ରଥର ଗୟଳ ଚିରଟ ପ୍ରଥମେ କରାଯାଇଛି। ପରେ ନନ୍ଦିଘୋଷ ଚିରଟ କରାଯାଇଥିଲା। ଏବେ ଦେବୀ ରଥର ଗୟଳ ଚିରଟ ଚାଲିଛି। ଅନ୍ୟପକ୍ଷରେ ମୁହଁାଟ ଓ ପାର୍ଶ୍ୱ ମୁହଁାଟ କାମ ସରିଥିବା ବେଳେ ନିରାଡି କାମ ଆରମ୍ଭ ହେବ। ମହାରଣା ମାନେ ପଇ ଓ ତୁମ୍ବରେ ଅଖ ବିନ୍ଧ କରୁଛନ୍ତି। ରୁପକାର ସେବକ କଣଗୁଜ କରୁଛନ୍ତି। ଅନ୍ୟପଟେ ତିନି ରଥର ୪ଟି ଲେଖାଏଁ ଚାରି ନାହାକା(୨୦ଫୁଟିଆ ଧଉରା) କାଠ ରଥଖଳାରେ ପଡିଛି।
ବାହାରିଲା ଦଣ୍ଡା କଣ୍ଟା
ଦୋଳବେଦୀ ପରିସରରେ କମାର ଶାଳରେ କମାର ସେବକ ମାନେ ତିନି ରଥ ଲାଗି ଲୁହା କଣ୍ଟା ପ୍ରସ୍ତୁତ କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅରକଣ୍ଟା, ବଳା, ପନ୍ଦାରୀ ଓ ପନ୍ଦାରୀ ଚାବି ତିଆରି କରାଯାଇଥିଲା। ଶୁକ୍ରବାର ଠାରୁ ଦଣ୍ଡା କଣ୍ଟା ଆରମ୍ଭ ହୋଇଛି। ତାଳଧ୍ୱଜ ରଥର କମାର ସେବକ ଅର୍ଜୁନ ମହାରଣା କୁହନ୍ତି, ତିନି ରଥ ଲାଗି୧୦୬ଟି ଦଣ୍ଡା କଣ୍ଟା ତିଆରି କରାଯିବ। ନନ୍ଦିଘୋଷ ରଥର ୪୨ଟି, ତାଳଧ୍ୱଜ ରଥର ୩୮ଟି ଏବଂ ଦର୍ପଦଳନ ରଥ ଲାଗି ୨୮ଟି କଣ୍ଟା ତିଆରି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri