ଅଂଶୁପ୍ରଜ୍ଞାଙ୍କୁ ‘ଆର୍ଥ ହିରୋ ପୁରସ୍କାର’

ଭୁବନେଶ୍ୱର, ୩।୧୦(ବ୍ୟୁରୋ): ଓଡ଼ିଶାର ବନ ଅଧିକାରୀ ଅଂଶୁପ୍ରଜ୍ଞା ଦାସ ନାଟ୍‌ୱେଷ୍ଟ ଗ୍ରୁପ୍‌ ଆର୍ଥ ହିରୋ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ଅଂଶୁପ୍ରଜ୍ଞା ସାତକୋଶିଆର ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ୫ବର୍ଷ କାମ କରୁଥିବା ସମୟରେ ବାଘର ବାସସ୍ଥାନ ସୁରକ୍ଷା, ମହାନଦୀ କୂଳରେ ଘଡ଼ିଆଳର ପୁନରୁଦ୍ଧାର, ସ୍ଥାନୀୟ ଲୋକଙ୍କୁ ନେଇ ଇକୋଟୁରିଜମ୍‌ ଆଦି ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଏହି ପୁରସ୍କାର ତାଙ୍କୁ ପ୍ରଦାନ କରାଯିବ। ବର୍ତ୍ତମାନ ସେ ରାଜ୍ୟ ଇକୋଟୁରିଜମ୍‌ର ଡିଏଫ୍‌ଓ ଭାବେ କାର୍ଯ୍ୟରତ। ଆସନ୍ତା ୮ତାରିଖରେ ନୂଆଦିଲ୍ଲୀରେ ଅଂଶୁପ୍ରଜ୍ଞାଙ୍କ ସମେତ ମୋଟ ୮ଜଣଙ୍କୁ ଏହି ପୁରସ୍କାର ଦିଆଯିବ। ମିଳିତ ଜାତିସଂଘର ସହକାରୀ ସଚିବ ତଥା ଜୈବ ବିବିଧତା ସମ୍ମିଳନୀର କାର୍ଯ୍ୟନିର୍ବାହୀ ସଚିବ ଏଲିଜାବେଥ୍‌ ମାରୁମା ମ୍ରେମା, ନୀତି ଆୟୋଗ ସଦସ୍ୟ ରମେଶ ଚାନ୍ଦ ଏବଂ ବ୍ରିଟିଶ ଅର୍ଥନୀତିଜ୍ଞ ତଥା ଜଳବାୟୁ ପରିବର୍ତ୍ତନ କର୍ତ୍ତୃପକ୍ଷ ନିକୋଲାସ ଷ୍ଟର୍ନ ପ୍ରମୁଖ ଉପସ୍ଥିତ ରହି ପ୍ରତିଭାଙ୍କୁ ପୁରସ୍କୃତ କରିବେ।
ଅଂଶୁପ୍ରଜ୍ଞା ଏହି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ନେଇ ନାଟ୍‌ୱେଷ୍ଟ ଗ୍ରୁପ୍‌ ପକ୍ଷରୁ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ଚିଠି ଲେଖି ଜଣାଯାଇଛି। ଗ୍ରୁପ୍‌ ନିର୍ଦ୍ଦେଶକ ଏନ୍‌. ସୁନୀଲ କୁମାର କହିଛନ୍ତି, ମୁଁ ନିଶ୍ଚିତ ଯେ, ଅଂଶୁପ୍ରଜ୍ଞା ଦାସଙ୍କ କାର୍ଯ୍ୟ ତଥା ସ୍ବୀକୃତି ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଓଡ଼ିଶାର ସମୃଦ୍ଧ ଜୈବ ବିବିଧତାର ନିରନ୍ତର ପରିଚାଳନା ପାଇଁ ଓଡ଼ିଶାରେ ଅନ୍ୟମାନଙ୍କୁ ପ୍ରେରଣା ଦେବ। ଅଂଶୁପ୍ରଜ୍ଞାଙ୍କୁ ତାଙ୍କ ସଫଳତା ପାଇଁ ମୁଖ୍ୟ ଶାସନ ସଚିବ ଏବଂ ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାର ପକାଇବାବେଳେ ଜମିରେ ହଠାତ୍‌ ହୋଇଗଲା ୧୦ ଫୁଟର ଦୁଇଟି ଗାତ, ଭୟରେ ଅଞ୍ଚଳବାସୀ

ନବରଙ୍ଗପୁର,୬।୭(ସଦାଶିବ ପ୍ରହରାଜ): ନବରଙ୍ଗପୁର ବ୍ଲକ ଆମ୍ବଦଳା କୋଡ୍ରିଗୁଡ଼ା ଗାଁରେ ରବିବାର ଲୋକେ ଚାଷ ଜମିରେ ସାର ପକାଉଥିବା ବେଳେ ହଠାତ୍‌ ଶବ୍ଦ କରି ମାଟି ଧସିବା ସହ…

ଖାମେନେଇଙ୍କ ପାଇଁ ପ୍ରାର୍ଥନାରେ ଯୋଗଦେଲେ ଇରାନର ସବୁ ଶୀର୍ଷ ଅଧିକାରୀ

ତେହରାନ,୬ା୭: ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାର ପ୍ରାର୍ଥନା ରବିବାର ରାଜଧାନୀ ତେହରାନ୍‌ରେ ଅନୁଷ୍ଠିତ ହୋଇଥିବାବେଳେ ସେଥିରେ ଦେଶର ସମସ୍ତ ଶୀର୍ଷ ଅଧିକାରୀ…

ଶ୍ରୀକ୍ଷେତ୍ରପୁରୀ-ଶାବର ଶ୍ରୀକ୍ଷେତ୍ର ସ୍ପେଶାଲ ଟ୍ରେନ ଚଳାଚଳ ଆଜି, ଉଦଘାଟନ କରିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କେସିଙ୍ଗା, ୬।୭,( ତୁମେଶ୍ୱର ସାହୁ): ଶ୍ରୀକ୍ଷେତ୍ରପୁରୀରୁ ଶାବର ଶ୍ରୀକ୍ଷେତ୍ର କୋରାପୁଟ ସ୍ପେସିଆଲ ଏକ୍ସପ୍ରେସ ଟ୍ରେନ ନ .୦୮୪୦୯ ଟ୍ରେନକୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀରୁ…

ବର୍ଷାରେ ବେହାଲ ବରଗଡ଼ ସହର, ତଳି ଅଞ୍ଚଳ ଜଳମଗ୍ନ

ବରଗଡ଼,୬।୭,(ପ୍ରେମାନନ୍ଦ ଖମାରୀ): ବିିକଶିତ ବରଗଡ଼ ଲକ୍ଷ୍ୟ ନେଇ ରାସ୍ତାପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ହୋଇଛି। ସେଠାରେ ଡ୍ରେନ ନିର୍ମାଣ କରାଯାଇଛି। କେଉଁଠି ଡ୍ରେନ ନିର୍ମାଣ ସରିଛି ତ ଆଉ…

ବରଗଡ଼ ଜିଲାରେ ଆଜି ସ୍କୁଲ ଛୁଟି

ବରଗଡ଼,୬ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ବରଗଡ଼ ଜିଲାରେ ସୋମବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ…

ଚାକିରି ଛାଡ଼ିବା ପରେ ବଡ଼ କଥା କହିଦେଲେ ଭୁବନେଶ୍ୱର ଡିସିପି, ଓଡ଼ିଶାର ଲୋକେ…

ଭୁବନେଶ୍ୱର,୬ା୭: ଚାକିରି ଛାଡ଼ିବା ପରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ଓଡ଼ିଶାର ଲୋକେ ବହୁତ ଭଲ।…

ସମ୍ବଲପୁରରେ ପ୍ରବଳ ବର୍ଷା: ଜଣେ ଭାସିଗଲେ, ଜଣେ ଉଦ୍ଧାର

ସମ୍ବଲପୁର,୬ା୭(ପ୍ରମୋଦ ବହିଦାର): ସମ୍ବଲପୁରରେ ଗତ ୪ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଗତ ରାତ୍ରି ତମାମ ଅବିଶ୍ରାନ୍ତ ବର୍ଷା ଫଳରେ…

ହତ୍ୟା କରି ନଦୀରେ ଫିଙ୍ଗିଦେଲେ, ଗାଁରେ ଉତ୍ତେଜନା

ନୟାଗଡ଼,୬ା୭(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ଡାଳିଆମଡ଼ା ଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଚି। ଅଭି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ରବିବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri