୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି

ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା ସହ ମୂଲ୍ୟବୃଦ୍ଧି, ଆମେରିକୀୟ ଡଲାର ତୁଳନାରେ ଅନ୍ୟାନ୍ୟ ମୁଦ୍ରାର ଅବମୂଲ୍ୟାୟନକୁ ନେଇ ଶେୟାର ବଜାର ଅସ୍ଥିର ରହିଆସିଥିଲାବେଳେ ଆଶଙ୍କିତ ହୋଇପଡ଼ିଥିବା ନିବେଶକ ବିପୁଳ ପରିମାଣରେ ପୁଞ୍ଜି ପ୍ରତ୍ୟାହାର କରିବା ଘଟଣା ପ୍ରମୁଖ ଶେୟାର ବଜାରଗୁଡିକୁ ପ୍ରଭାବିତ କରିଛି। ଏହି କ୍ରମରେ ଭାରତୀୟ ଶେୟାର ବଜାର ମଧ୍ୟ ସର୍ବାଧିକ ପ୍ରଭାବିତ ହୋଇଛି। ବିଶେଷକରି ସଂସ୍ଥାଗତ ବିଦେଶୀ ବିନିଯୋଗକାରୀ(ଏଫ୍‌ଆଇଆଇ)ଙ୍କ ଦ୍ୱାରା କ୍ରମାଗତ ଶେୟାର ବିକ୍ରି ପ୍ରକ୍ରିୟା ବଜାର ପାଇଁ ଚିନ୍ତାର ବିଷୟ ପାଲଟିଛି। ବିଭିନ୍ନ କାରଣକୁ ନେଇ ପୂର୍ବରୁ ଏଫ୍‌ଆଇଆଇ ଭାରତୀୟ ଶେୟାର ବଜାରରୁ ପୁଞ୍ଜି ପ୍ରତ୍ୟାହାର ଜାରି ରଖିଥିଲେ ହେଁ ଗତ ୩ ଦିନ ମଧ୍ୟରେ ସେମାନଙ୍କ ଦ୍ୱାରା ସର୍ବାଧିକ ଶେୟାର ବିକ୍ରି କରାଯିବା ଘଟଣା ବଜାର ତଥା ଘରୋଇ ନିବେଶକମାନଙ୍କ ପାଇଁ ପ୍ରତିକୂଳ ସ୍ଥିତି ଉତ୍ପନ୍ନ କରିଛି। ମାତ୍ର ୩ ଦିନ ମଧ୍ୟରେ ଏଫ୍‌ଆଇଆଇଙ୍କ ଦ୍ୱାରା ୨୯,୬୧୨.୮୫ କୋଟି ଟଙ୍କାର ଶେୟାର ବିକ୍ରି କରାଯାଇଛି। ଭାରତରେ ସୀମିତ ଏଆଇ(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ସୁଯୋଗ, ଟେକ୍ନୋଲୋଜି କ୍ଷେତ୍ରକୁ ନେଇ ଚିନ୍ତା, ଅଶୋଧିତ ତୈଳ ମୂଲ୍ୟବୃଦ୍ଧିଠାରୁ ଆରମ୍ଭକରି ଡଲାରର ଚାହିଦା ବୃଦ୍ଧି ଭଳି ଅନେକ କାରଣ ପୁଞ୍ଜି ପ୍ରତ୍ୟାହାରକୁ ପ୍ରୋତ୍ସାହିତ କରୁଛି ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ଏହାବ୍ୟତୀତ ଆମେରିକାର ୧୦ ବର୍ଷିଆ ବଣ୍ଡ ୟିଲ୍ଡ ମଧ୍ୟ ପୁଞ୍ଜି ପ୍ରତ୍ୟାହାରର ଅନ୍ୟ ଏକ କାରଣ ହୋଇଛି। ଅନେକ ଦଶନ୍ଧି ପରେ ଏହି ବଣ୍ଡ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ଘଟଣା ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିଛି; ଯେଉଁଥିପାଇଁ ସେମାନେ ଶେୟାର ବଜାରରୁ ପୁଞ୍ଜି ପ୍ରତ୍ୟାହାର କରିନେଉଥିବା ବିଶେଷଜ୍ଞମାନେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?