୮ ମାସ ହେଲା ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ଅଚଳ

କଣ୍ଟାମାଳ,୨୫ା୩ (ଡି.ଏନ.ଏ.) ବୌଦ୍ଧ ଜିଲା ଘିକୁଣ୍ଡି ପଞ୍ଚାୟତର ଆମ୍ବଗହଣାରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି । ଏଠିକାର ଜଳଯୋଗାଣ ବ୍ୟବସ୍ଥା ଅଚଳ ହୋଇ ପଡିଥିଲେ ବି ବିଭାଗୀୟ ଅବହେଳାରୁ ଏହା ସଜଡା ଯାଇ ପାରୁନାହିଁ। ଖରାଦିନ ପାଖେଇ ଆସିଥିବାରୁ ପାନୀୟ ଜଳ ପାଇଁ ଆମ୍ବଗହଣାର ଲୋକେ ହନ୍ତସନ୍ତ ହେଉଛନ୍ତି। ଏହି ଗାଁରେ ମୋଟ ଜନସଂଖ୍ୟା ୧୭ଶହ ହୋଇଥିବା ବେଳେ ମାତ୍ର ୩ ଟି ନଳକୂପ କାର୍ଯ୍ୟକ୍ଷମ ରହିଛି। ବାକି ୪ ନଳକୂପ ଅଚଳ ହୋଇ ପଡିରହିଛି। ନିକଟରେ ତେଲନଦୀ ଥିଲେ ମଧ୍ୟ ଏହି ନଦୀରେ ଧାର ଶୁଖି ଯାଇଥିବାରୁ ଶୌଚ ହେବା ପାଇଁ ମଧ୍ୟ ଗ୍ରାମବାସୀଙ୍କୁ ନଳକୂପ ଉପରେ ନିର୍ଭର କରିବାକୁ ପଡୁଛି। ତେବେ ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ଦୀର୍ଘ ୮ ମାସ ହେଲା ଅଚଳ ହୋଇ ପଡିଛି। ପାଣି ଉଠାଉଥିବା ମୋଟର ପୋଡିଯିବା ପରେ ଏହାର ମରାମତି ହୋଇପାରିନାହିଁ। ପାଣି ଯୋଗାଣ ପାଇଁ ନିର୍ମିତ ପୋଷ୍ଟଗୁଡିକ ମଧ୍ୟ ଭାଙ୍ଗିି ଗଲାଣି। ଏହାର ମରାମତି ପାଇଁ ଗ୍ରାମବାସୀ ବାରାମ୍ବାର ଦାବି କରି ଆସୁଥିଲେ ମଧ୍ୟ ବିଭାଗ ନୀରବଦ୍ରଷ୍ଟା ସାଜିଛି। ଏନେଇ ଗାଁ ମହିଳା ସୁମତି ମହାଲିକ କହିଛନ୍ତି ଯେ , କାଁ କରବ ଯେତେ ହାରି ଗୁହାରୀ କଲେ କେହି ନାଇଁ ଶୁନବାର। ପାନୀର ଲାଗି ଗାଁଲୋକ ଗୁଲଗୁଲା ହେଉଛୁ। ଅପରପକ୍ଷରେ ଗ୍ରାମ୍ୟ ପାନୀୟ ଜଳ ବିଭାଗର ଯନ୍ତ୍ରୀ ପ୍ରଦୀପ କୁମାର ଜେନାଙ୍କୁ ଯୋଗାଯୋଗ କରିବାରେ ଅଚଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ଦିଗରେ ଯଥାଶୀଘ୍ର ବିହିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଇପ୍‌ ବିଛା ନାଁରେ ଟଙ୍କା ଚଳୁ ଉଦ୍ୟମ

କୋରେଇ,୭ା୪(ଡି.ଏନ.ଏ.): ଯାଜପୁର ଜିଲା କୋରେଇ ବ୍ଲକ ଅଧୀନରେ ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ବିଭାଗ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌)ରେ ଦୁର୍ନୀତି ବଢ଼ି ଚାଲିଛି। କେତେଜଣ ଅଧିକାରୀ ଠିକାଦାରଙ୍କ...

ବଲାଙ୍ଗୀର ଜିଲାରେ ବ୍ୟାପୁଛି ଚକଡା

ବଲାଙ୍ଗୀର ଅଫିସ, ୨୭ା୯-ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନରେ ଚକଡା ଉପଦ୍ରବ ବା ଗୁଣ୍ଡିପୋକ (ବିପିଏଚ୍‌) ରୋଗ ଆରମ୍ଭ ହୋଇଛି ା ମାତ୍ର କିଛିଦିନ ମଧ୍ୟରେ ଅତ୍ୟନ୍ତ...

ଜଳ ପାଇଁ ଜଙ୍ଗଲମୁହାଁ ପିଲା

କେନ୍ଦୁଝର, ୧୬।୫(ସ୍ବ.ପ୍ର.): ‘୫-ଟି’ ବ୍ୟବସ୍ଥାରେ ବଦଳୁଛି ବିଦ୍ୟାଳୟ। ଚିକିମିକିଆ ସ୍ମାର୍ଟ କ୍ଲାସ୍‌ ରୁମ୍‌ର ଚିନ୍ତାମୁକ୍ତ ବାତାବରଣରେ ପାଠ ପଢୁଛନ୍ତି ପିଲା। ଏହାକୁ ନେଇ ରାଜ୍ୟ ସରକାର...

ଲକ୍ଷେ ଚାରା ଲଗାଇବ ଟାଟା ଷ୍ଟିଲ୍‌ ବିଏସ୍‌ଏଲ୍‌

ଓଡ଼ାପଡ଼ା, ୮ା୬(ଡି.ଏନ.ଏ.)  ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍‌ ବିଏସ୍‌ଏଲ୍‌ ପକ୍ଷରୁ ଚଳିତବର୍ଷ ୧ ଲକ୍ଷ ଚାରା ରୋପଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଶ୍ୱ ପରିବେଶ...

ପୋଲିସ-ବନବିଭାଗ ଦୋଷ ଲଦାଲଦି

ରୂପସା, ୫ା୪(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପସା ଥାନା ଅଧୀନ ଲଚ୍ଛମନଖୁଣ୍ଟା ଅଞ୍ଚଳରୁ ଏକ ଟ୍ରକ୍‌ ଯୋଗେ ପ୍ରାୟ ୫ ଲକ୍ଷ ଟଙ୍କାର ମୂଲ୍ୟବାନ କାଠ ସୋମବାର...

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ

ପୁରୀ ଅଫିସ,୧୭ା୧୧: ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ନୀଳାଦ୍ରି ଭକ୍ତ ନିବାସ ସଭାଗୃହରେ ପୂର୍ବାହ୍ନ ୧୧ଟାରେ ଗଜପତି ମହାରାଜ ଦିବ୍ୟସିଂହ...

ଜୀବନ ଯନ୍ତ୍ରଣା ଭିତରେ ବଞ୍ଚିବାର ରାହା ଖୋଜୁଥିବା ଦମ୍ପତି

ରାଜନଗର,୨୧ା୫(ଡି.ଏନ.ଏ.): ଜଳଧର ଦାସ, ବୟସ ୮୦। ସ୍ତ୍ରୀ ବାସନ୍ତୀ ଦାସ ବୟସ ୭୫। ବୟସର ଅପରାହ୍ନରେ ପାଦ ଥାପି ସାରିଲେଣି ଦୁହେଁ। ଜଳଧର ଜନ୍ମରୁ କୁଜ୍ଜା।...

ସୋସିଆଲ ମିଡିଆରେ ନାବାଳିକାଙ୍କୁ ପ୍ରେମ ନିବେଦନ:ଯୁବକଙ୍କୁ ପୋଲିସ ଜିମାଦେଲେ ଗ୍ରାମବାସୀ

ବିଞ୍ଝାରପୁର,୧୪ା୭(ଡି.ଏନ.ଏ.)- ବିଞ୍ଝାରପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଯାଜପୁର ଅଞ୍ଚଳର ଜଣେ ଯୁବକ ସୋସିଆଲ ମିଡିଆରେ ପ୍ରେମ ନିବେଦନ କରି ହଟହଟା ହୋଇଛନ୍ତି। ଖବର ମୁତାବକ...

Advertisement
Archives

Model This Week