Posted inଖେଳ

୮ ଫୁଟ୍‌ବଲ ଖେଳାଳି କରୋନା ପଜିଟିଭ୍‌

ମେକ୍ସିକୋ ସିଟି, ୨୨ା୫ (ଏଏଫ୍‌ପି)- ମେକ୍ସିକୋର ଅନ୍ୟତମ ଶ୍ରେଷ୍ଠ ଫୁଟ୍‌ବଲ ଟିମ୍‌ ସାଣ୍ଟୋସ୍‌ ଲାଗୁନାର ୮ଜଣ ଖେଳାଳି କରୋନା ପଜିଟିଭ୍‌। ଫଳରେ ୨ ମାସ ସସ୍‌ପେଣ୍ଡ ପରେ ନ୍ୟାଶନାଲ ଲିଗ୍‌ ଆରମ୍ଭ କରିବା ଲାଗି ଯେଉଁ ଯୋଜନା ଚାଲିଛ ତାହା କାର୍ଯ୍ୟକାରୀ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ମେକ୍ସିକାନ ଲିଗ୍‌ ଲିଗା ଏମ୍‌ଏକ୍ସ ଚଳିତ ସପ୍ତାହ ଶେଷ ଭାଗରେ ଆରମ୍ଭ ହେବ ବୋଲି ଆଶା କରାଯାଉଥିଲା। ଟ୍ରେନିଂ ଆରମ୍ଭ ପୂର୍ବରୁ କରୋନାଭାଇରସ୍‌ ଟେଷ୍ଟ ହୋଇଥିଲା। ଏହି ପରିସ୍ଥିତିରେ ପୁଣି ଲିଗ୍‌ ଆରମ୍ଭ କରିବା ଜଟିଳ ହୋଇପଡ଼ିବ ବୋଲି ସାଣ୍ଟୋସ ଲାଗୁନା ମାଲିକ ଆଲେଜାଣ୍ଡ୍ରୋ ଇରାରାଗୋରୀ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଖେଳାଳି ଓ କୋଚ୍‌ ମିଶି ୪୮ ଜଣଙ୍କର ଟେଷ୍ଟ ହୋଇଥିଲା। ତନ୍ମଧ୍ୟରୁ କେବଳ ୨୨ଟିର ଫଳାଫଳ ଆସିଛି। ଯଦି କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ପାଏ ତେବେ ସାଣ୍ଟୋସ ଲାଗୁନାର ଅବସ୍ଥା ଆହୁରି ଖରାପ ହୋଇଯିବ। ଅନ୍ୟ ଦୁଇଟି କ୍ଲବ ଗୁଆଡାଲାରାଜା ଓ ମଣ୍ଟେରୀ ଫୁଟ୍‌ବଲ ଟିମ୍‌ର କରୋନାଭାଇରସ୍‌ ଟେଷ୍ଟ ହୋଇଥିଲା। ମାତ୍ର ଫଳାଫଳା ସମ୍ପୂର୍ଣ୍ଣ ନେଗେଟିଭ୍‌ ଆସିଥିଲା। କରୋନାଭାଇରସ୍‌ରେ ଆକ୍ରାନ୍ତ ହୋଇ ମେକ୍ସିକୋର ଇତିମଧ୍ୟରେ ୬,୦୦୦ରୁ ଅଧିକ ମୃତ୍ୟୁବରଣ କରିସାରିଲେଣି। ଲାଟିନ ଆମେରିକାରେ ବ୍ରାଜିଲ ପରେ ଏହା ହେଉଛି ଦ୍ୱିତୀୟ ସର୍ବାଧିକ। କୌଣସି ଗୁରୁତର ଲକ୍ଷଣ ନ ଥାଇ ଲିଗ୍‌ର ସଭାପତି ଏନରିକ୍‌ ବୋନିଲା କରୋନା ଭାଇରସ୍‌ର ଶିକାର ହେବାର ସପ୍ତାହ ନ ପୂରୁଣୁ ମାର୍ଚ୍ଚ ମଧ୍ୟ ଭାଗରେ ଲିଗା ଏମ୍‌ଏକ୍ସକୁ ସ୍ଥଗିତ ରଖାଯାଇଥିଲା। ମେକ୍ସିକାନ ଲିଗ୍‌ର ଅନ୍ୟ ଏକ କ୍ଲବ ସାନ୍‌ ଲୁଇସ୍‌ର ସଭାପତି ମଧ୍ୟ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୋଲାର୍ଡ, ରୋହିତ୍‌ଙ୍କ ବିସ୍ଫୋରକ ବ୍ୟାଟିଂ, ପଞ୍ଜାବ ଆଗରେ ୧୯୨ ରନ ଟାର୍ଗେଟ୍‌ ରଖିଲା ମୁମ୍ବାଇ

ଆବୁଧାବି, ୧।୧୦: ଚଳିତ ଆଇପିଏଲ୍‌ର ତ୍ରୟୋଦଶ ମୁକାବିଲାରେ ଗୁରୁବାର ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ପରସ୍ପର ସାମ୍ନା ସାମ୍ନି ହୋଇଛନ୍ତି।...

ଏହି ରେଷ୍ଟୁରାଣ୍ଟ ପରସୁଛି ୫ଫୁଟ ଲମ୍ବର ମୋଟେରା ଥାଳି, ପରସାଯାଉଛି ଧୋନୀ, କୋହଲିଙ୍କ ନାମରେ ଖାଦ୍ୟ

ଅହମ୍ମଦାବାଦର କୋର୍ଟୟାଡ ବାଏ ମାରିଅଟ ଭାରତର ୨ଟି ସବୁଠୁ ପ୍ରିୟ କ୍ରିକେଟ ଏବଂ ଖାଦ୍ୟକୁ ୫ ଫୁଟ ଲମ୍ବର ଏକ ପ୍ଲେଟରେ ଏକାଠି କରିବାକୁ ଚେଷ୍ଟା...

ବିରାଟଙ୍କ କବାଡି ଟିମ୍‌

ନୂଆଦିଲ୍ଲୀ, ୨୮।୭: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କ୍ରିକେଟ ଛାଡି ଏବେ କବାଡି ଖେଳ ପ୍ରତି ମନବଳାଇଛନ୍ତି। ଶନିବାର ପ୍ରୋ କବାଡି ଲିଗ୍‌ର...

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌: ଭୁବନେଶ୍ୱର ଭାରତର ଭେନ୍ୟୁ

ଭୁବନେଶ୍ୱର, ୧୯।୧୧(କ୍ରୀଡ଼ା ପ୍ରତିନିଧି)- ୨୦୨୦ ଜାନୁୟାରୀ ୧୧ରୁ ଜୁନ୍‌ ୨୮ ପର୍ଯ୍ୟନ୍ତ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ଦ୍ୱିତୀୟ ସଂସ୍କରଣ ବିଶ୍ୱର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ।...

ରୌପ୍ୟରେ ସନ୍ତୁଷ୍ଟ ମଞ୍ଜୁ ରାଣୀ

ଉଲାନ-ଉଡେ(ରୁଷିଆ),୧୩।୧୦(ପି.ଟି.)- ଭାରତୀୟ ବକ୍ସର ମଞ୍ଜୁ ରାଣୀଙ୍କ ପ୍ରଥମ ବିଶ୍ୱ ଚାମ୍ପିୟନଶିପ୍‌ ଅଭିଯାନ ରୌପ୍ୟ ପଦକ ସହ ଶେଷ ହୋଇଛି। ରବିବାର ଅନୁଷ୍ଠିତ ୪୮ କେଜି ଓଜନ...

୪ ସହରରେ ଖେଳାଯିବ ପିଏସଏଲ୍‌

ଇସଲାମବାଦ,୩।୧(ଏ.ପି.)- ବିଦେଶୀ ଦଳକୁ ଦେଶକୁ ଆମନ୍ତ୍ରଣ କରିବା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଆଉ ଏକ ପଦକ୍ଷେପ ନେଇଛି। ଦେଶକୁ ସୁରକ୍ଷିତ ଦର୍ଶାଇବା ଲାଗି...

ଏବେ ବି ଭାରତ ଯାଇପାରିବ ସେମିଫାଇନାଲ: ଜାଣନ୍ତୁ କ’ଣ ରହିଛି ସମୀକରଣ

ଦୁବାଇ,୪।୧୧: ଭାରତୀୟ ଦଳ ଟି-୨୦ ବିଶ୍ୱକପରେ ପ୍ରଥମ ବିଜୟ ହାସଲ କରିଛି। ତୃତୀୟ ମ୍ୟାଚରେ ଭାରତ ଆଫଗାନିସ୍ତାନକୁ ୬୬ ରନରେ ପରାସ୍ତ କରିଛି। ଏହା ସହ...

ପରିସ୍ଥିତିର ଫାଇଦା ଉଠାଇ ପାରିଲେନି ଭାରତୀୟ ବୋଲର

ଓଭାଲ,୩।୯: ଚଳିତ ଓଭାଲ ଟେଷ୍ଟରେ ପ୍ରମୁଖ ବ୍ୟାଟ୍ସମ୍ୟାନ ବିଫଳ ହେବା ସତ୍ତ୍ୱେ ଇଂଲଣ୍ଡ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। ଭାରତ ୧୯୧ ରନ୍‌ କରିଥିବା...

Advertisement
Archives

Model This Week