Posted inଫୁରସତ

୮୪ ବର୍ଷର ବୃଦ୍ଧ ହେଲେ ଫ୍ୟାଶନ ଆଇକନ୍‌: ଇନ୍‌ଷ୍ଟାଗ୍ରାମ୍‌ରେ ୯୦ ହଜାରରୁ ଊର୍ଦ୍ଧ୍ୱ ଫଲୋୟର୍ସ

ଜାପାନର ୮୪ ବର୍ଷୀୟ ବୃଦ୍ଧ ତେତସୁୟା ହେଉଛନ୍ତି ଜଣେ ଅବସରପ୍ରାପ୍ତ ରସାୟନ ବିଜ୍ଞାନର ଶିକ୍ଷକ। ଦିନ ଥିଲା ସେ ଫ୍ୟାଶନ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ। କିନ୍ତୁ ଏବେ ଫ୍ୟାଶନ ଦୁନିଆରେ ନୂଆ କରି ରାଜ୍‌ କରିବା ଆରମ୍ଭ କରିଛନ୍ତି। କଥା କ’ଣ କି, ଏଇ କିଛି ଦିନ ତଳେ ତେତସୁୟାଙ୍କ ନାତି ନାଓୟା ଖୁସିରେ ଜେଜେବାପାଙ୍କୁ ବିଭିନ୍ନ ଷ୍ଟାଇଲିଶ୍‌ ପୋଷାକ ପିନ୍ଧାଇ ବିଭିନ୍ନ ପୋଜ୍‌ରେ ଏକ ଫଟୋଶୁଟ୍‌ କରାଇଥିଲେ। ଏହି ଫଟୋଶୁଟ୍‌ ପାଇଁ ସିଏ ଭିନ୍ନ ଭିନ୍ନ ଲୋକେସନ୍‌ ଯେମିତି କି ସମୁଦ୍ରତଟ, ସ୍କୁଲ୍‌ (ଯେଉଁଠାରେ ତେତସୁୟା ପିଲାଙ୍କୁ ଶିକ୍ଷାଦାନ ଦେଉଥିଲେ), ଖେତ ଇତ୍ୟାଦି ସ୍ଥାନକୁ ବାଛିଥିଲେ। ଶୁଟ୍‌ ସରିବା ପରେ ଫଟୋଗୁଡ଼ିକୁ ଦେଖି ତେତସୁୟା ବହୁତ ଖୁସି ହେଲେ ଆଉ ତାଙ୍କ ନାତି ଏହାକୁ ସୋସିଆଲ୍‌ ମିଡିଆରେ ଶେୟାର୍‌ ମଧ୍ୟ କରିଦେଲେ। ପ୍ରଥମେ ସେ ଟୁଇଟର୍‌ରେ ଅପଲୋଡ୍‌ କରିଥିଲେ। କିନ୍ତୁ ସେ କେବେ ବି ଭାବି ନ ଥିଲେ, ତାଙ୍କ ଜେଜେବାପାଙ୍କର ଫଟୋଗୁଡ଼ିକୁ ଫଲୋୟର୍ସମାନେ ଏତେ ପସନ୍ଦ କରିବେ ବୋଲି। କ୍ରମେ ତେତସୁୟାଙ୍କର ଫଟୋଗୁଡ଼ିକ ଭାଇରାଲ୍‌ ହେବାକୁ ଲାଗିଲା। ଏହାପରେ ତେତସୁୟାଙ୍କ ନାତି ତାଙ୍କ ନାଁରେ ଏକ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ଖୋଲି ସେଥିରେ ବି ଫଟୋଗୁଡ଼ିକୁ ଅପଲୋଡ୍‌ କରିଦେଲେ। ସେଥିରେ ବି ତାଙ୍କୁ ବହୁତ ଲାଇକ୍‌ ଆସିବା ସହ ଭଲ ଭଲ କମେଣ୍ଟ ମିଳିଲା, ଯଦ୍ଦ୍ବାରା ଏବେ ପ୍ରାୟ ସବୁବେଳେ ତେତସୁୟା ନିଜର ଫଟୋଶୁଟ୍‌ କରାଇ ସୋସିଆଲ୍‌ ମିଡିଆରେ ଫଟୋଗୁଡ଼ିକୁ ଶେୟାର୍‌ କରିବାରେ ଜୋର୍‌ସୋର୍‌ରେ ଲାଗିପଡିଛନ୍ତି। ଏ ନେଇ ତେତସୁୟା କୁହନ୍ତି, ମୋତେ ବହୁତ ଖୁସି ଲାଗୁଛି ଯେ, ଲୋକେ ମୋର ଡ୍ରେସିଂ ସେନ୍ସ ଆଉ ଫଟୋପୋଜ୍‌କୁ ଏତେ ପସନ୍ଦ କରିବା ସହ ସକାରାତ୍ମକ ପ୍ରତିକ୍ରିୟା ଦେଉଛନ୍ତି। ଏବେ ତେତସୁୟାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟର ୯୦ ହଜାରରୁ ଊର୍ଦ୍ଧ୍ୱ ଫଲୋୟର୍ସ ହୋଇଗଲେଣି। ଆଉ ତାଙ୍କ ପ୍ରତି ଫଟୋକୁ ୧୦ରୁ ୧୨ ହଜାର ଲାଇକ୍‌ ମିଳୁଥିବା ସୂଚନା ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri