୭ ମାସ ହେଲା ଏସଇସିସି ଲିଷ୍ଟ ଖୋଜୁଛି ପ୍ରଶାସନ

ଫିରିଙ୍ଗିଆ,୨୨ା୪- ଫିରିଙ୍ଗିଆ ବ୍ଲକ ବନ୍ଧଗଡ ପଞ୍ଚାୟତ ତେଜାମାହା ଗ୍ରାମର କାଣ୍ଡୁଲୁ ଅମାତ। ବୟସ ୬୧ ଟପିଲାଣି। ସ୍ତ୍ରୀ, ଝିଅ ଓ ପୁଅଙ୍କୁ ହରାଇ ବେସାହାରା ହୋଇ ପଡିଥିବାବେଳେ ତାଙ୍କୁ ଆବାସ ଯୋଜନାରେ ଘରଟିଏ ମିଳିନାହିଁ। ଗତ ସେପ୍ଟେମ୍ବର ମାସରେ ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ସେତବେଳେ କୁହାଗଲା ତାଙ୍କ ନାମ ଏସଇସିସି(ସାମାଜିକ ଅର୍ଥନୈତିକ ଜାତି ଗଣନା) ତାଲିକାରେ ଥିଲେ ନିଶ୍ଚିତ ଘର ମିଳିବ। ଯଦି ନାମ ନ ଥିବ, ତାହାଲେ ସର୍ଭେ କରାଯିବ। ସେଥିରେ ତାଙ୍କୁ ସାମିଲ କରି ଆବାସ ଯୋଜନାରେ ଘର ଦିଆଯିବ। ଏକଥା କହିଥିଲେ ଫିରିଙ୍ଗିଆ ବିଡିଓ। ଇତିମଧ୍ୟରେ ୭ ମାସ ବିତିଯାଇଥିଲେ ମଧ୍ୟ କାଣ୍ଡୁଲୁଙ୍କ ନଁା ଏସ୍‌ଇସିସି ତାଲିକାରେ ପ୍ରଶାସନ ଖୋଜୁଛି। ଆଉ କେତେ ଦିନ ଲାଗିବ ଜଣାନାହିଁ। ମାତ୍ର ଏଥର ନିଶ୍ଚିତ ତାଙ୍କୁ ଘର ମିଳିବ ବୋଲି କହିଛନ୍ତି ସରପଞ୍ଚ।

କାଣ୍ଡୁଲୁଙ୍କି ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ଥିଲେ। ସେମାନଙ୍କର ମୃତ୍ୟୁ ଘଟିଥିବାବେଳେ ୫/୬ ବର୍ଷ ପୂର୍ବେ ସ୍ତ୍ରୀଙ୍କୁ ବି ହରାଇଛନ୍ତି। ଏବେ ସେ ଏକୁଟିଆ। ନିଜର ଅସହାୟତା ସମ୍ପର୍କରେ  ସରପଞ୍ଚଙ୍କୁ ଜଣାଇଥିଲେ। ସରପଞ୍ଚ ଚାଉଳ ଓ ଭତ୍ତା କରାଇଦେଇଥିଲେ। ହେଲେ ଘର ଖଣ୍ଡିଏ ଦେବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଏସଇସିସି ତାଲିକାରେ ନାଁ ନ ଥିବାରୁ କିଛି କରି ପାରି ନ ଥିଲେ। ଏବେ ଭଙ୍ଗା ଚାଳିଆରେ ଦିନ କାଟୁଛନ୍ତି କାଣ୍ଡୁଲୁ।

ଆଜି ପର୍ଯ୍ୟନ୍ତ ବିଡିଓ ପ୍ରବୀଣ କୁମାର ବାଣୁଆଙ୍କ ସେହି ସମାନ କଥା। ତାଙ୍କ ନାଁ ତାଲିକାରେ ଅଛି କି ନାହିଁ ଆମେ ଦେଖୁଛୁ ବୋଲି କହିଛନ୍ତି। ଏ ସମ୍ପର୍କରେ ସରପଞ୍ଚ ଦମୟନ୍ତୀ କହଁରଙ୍କୁ ପଚାରିବାରୁ ତାଙ୍କ ନାମ ଏସଇସିସି ତାଲିକାରେ ନ ଥିଲା। ଗତ ବର୍ଷ ମେ’ରେ ତାଙ୍କ ନାମ ଦିଆଯାଇଛି। ତାଙ୍କୁ ବିଜୁ ପକ୍କାଘରଟିଏ ଦେବାକୁ ଗତବର୍ଷ ବହୁ ଚେଷ୍ଟା କରିଥିଲି। କୌଣସି କାରଣବଶତଃ ତାହା ହୋଇ ପାରି ନ ଥିଲା। ଚଳିତ ବର୍ଷ ବିଜୁ ପକ୍କାଘର ଆସିଲେ ଅଗ୍ରାଧିକାର ଭିତ୍ତିରେ ଦିଆଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ପୋଲ: ୨ ଥର ଶିଳାନ୍ୟାସ

ଲଙ୍ଗଳେଶ୍ୱର,୫।୧୨(କମଳାକାନ୍ତ ଦାସ): ଗୋଟିଏ ପୋଲକୁ ଦୁଇଥର ଶିଳାନ୍ୟାସ। ସକାଳେ ବିଧାୟକ ଏବଂ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହି ଗୋଟିଏ ଜାଗାରେ ଫଳକ ଶିଳାନ୍ୟାସ କରିଥିବା ବେଳେ...

ବାତ୍ୟା ‘ମିଗ୍‌ଜୋମ’: ପ୍ରବଳ ବର୍ଷା ନେଇ ଚିନ୍ତାରେ ଚାଷୀ

ଛତ୍ରପୁର,୫।୧୨(ଦିଲୀପ ସାମଲ): ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର...

ସ୍ବାମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ: ଥାନାରେ ଅଭିଯୋଗ କଲେ ସ୍ତ୍ରୀ

ଜଗନ୍ନାଥପ୍ରସାଦ,୪ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମରେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ତାଙ୍କ ଘରୁ ଜବତ କରାଯାଇଛି। ମୃତକ...

୨୧ ବର୍ଷ ପରେ ପୋଲିସ ଇନ୍ସପେକ୍ଟରଙ୍କୁ ୨ ବର୍ଷ ଜେଲ

ବ୍ରହ୍ମପୁର, ୪ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ୨୧ ବର୍ଷ ପରେ ଏକ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌...

ବାତ୍ୟା ମିଗଜୋମ୍‌ ଲାଗି ଚାଷୀଙ୍କୁ ସତର୍କ

ବୁଗୁଡା,୪ା୧୨(କାଳି ଚରଣ ଦାଶ): ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମିଗଜୋମ୍‌ର ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଅନେକ ସ୍ଥାନରେ ଜଳାର୍ଣ୍ଣବ...

ସ୍କ୍ରାପ୍‌, ଗଛ, ଲୁହା ବ୍ୟବହାର କରି ନୌସେନାର ଜାହାଜ ନିର୍ମାଣ କଲେ ଛାତ୍ରୀଛାତ୍ର

ଛତ୍ରପୁର,୪ା୧୨(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ସରକାରୀ ଆଇଟିଆଇ ଛାତ୍ରୀଛାତ୍ର ଏକ ସ୍ବତନ୍ତ୍ର କାର୍ଯ୍ୟ କରି ଦେଖାଇଛନ୍ତି। ଅଦରକାରୀ ସ୍କ୍ରାପ୍‌, ଗଛ, ଲୁହା ଆଦିକୁ...

ଷ୍ଟାଫ୍‌ କଲୋନୀରୁ ସୁନାଗହଣା ଲୁଟ୍‌ ଘଟଣା: ସିକ୍ୟୁରିଟି ଅଟକ

ଗଞ୍ଜାମ,୨ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ସହର ନିକଟସ୍ଥ ଗ୍ରାସୀମ କମ୍ପାନୀ ଷ୍ଟାଫ୍‌ କଲୋନୀରେ ଦୀର୍ଘଦିନ ହେବ ରହି ଆସୁଥିବା ସନଟେକ କମ୍ପାନୀ ପରିଚାଳକ ହିମାଂଶୁ ମିଶ୍ରଙ୍କ କ୍ୱାର୍ଟର୍ସରୁ...

ବେଳାଭୂମିରେ ଶୀତତାପ ନିୟନ୍ତ୍ରିତ ରେଷ୍ଟୁରାଣ୍ଟ: ୭ରୁ ୧୦ ହଜାର ଟଙ୍କାରେ ବୁକ୍‌ ହେଉଛି ରୁମ୍‌

ଚିକିଟି,୧ା୧୨(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅଧୀନ ସୁନାପୁର ବେଳାଭୂମିରେ ଚଳିତ ବର୍ଷର ଇକୋ ରିଟ୍ରିଟ ଆରମ୍ଭ ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri