ଅନୁଗୋଳ ଅଫିସ୍, ୨୯।୧ – ଅନୁଗୋଳର ଅଙ୍ଗାରବନ୍ଧ ମହିମା ଆଶ୍ରମରେ ମାଘ ମେଳା ଆସନ୍ତା ୭ ତାରିଖରୁ ଆରମ୍ଭ ହେବ। ଏହାର ସୁପରିଚାଳନା ପାଇଁ ମଙ୍ଗଳବାର ପୂର୍ବାହ୍ନରେ ପ୍ରଶାସନିକସ୍ତରରେ ଏକ ପ୍ରସ୍ତୁତି ବୈଠକ ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ୩ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ମେଳାର ସଫଳ ଆୟୋଜନ ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀ ବିଶେଷ ପଦକ୍ଷେପ ନେବାକୁ ଉପଜିଲାପାଳ ପରାମର୍ଶ ଦେଇଛନ୍ତି। ଜନ ସମାଗମକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ। ମେଳାରେ ପ୍ରାଥମିକ ଚିକିତ୍ସା ସହ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ପାନୀୟ ଜଳ ଯୋଗାଣ ସହ ପରିମଳ ବ୍ୟବସ୍ଥା କରିବାକୁ ଉପଜିଲାପାଳ ବିଭାଗୀୟ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ମହିଳାମାନଙ୍କ ପାଇଁ ୨ଟି ଅସ୍ଥାୟୀ ଶୌଚାଳୟ ପ୍ରତିଷ୍ଠା କରିବା ସହ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଣ, ମହିମାଗାଦିକୁ ଯାଇଥିବା ରାସ୍ତାରେ ଖାଲଖମା ମରାମତି କରିବାକୁ ସମ୍ପୃକ୍ତ ବିଭାଗକୁ ପରାମର୍ଶ ଦିଆଯାଇଛି। ଅଙ୍ଗାରବନ୍ଧ ପଞ୍ଚାୟତ ରାସ୍ତା କାମ କରିବାକୁ ସମ୍ପୃକ୍ତ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ଅଗ୍ନି ନିର୍ବାପକ ସଂସ୍ଥା ସଜାଗ ରହିବା ସହ ମେଳାରେ ବିକ୍ରି ହେଉଥିବା ଖାଦ୍ୟର ଯାଞ୍ଚ କରିବାକୁ ବୈଠକରେ କୁହାଯାଇଥିଲା। ଅନୁଗୋଳ ତହସିଲଦାର ନେହେରୁ ମାଝି ରାଜସ୍ବ ନିରୀକ୍ଷକଙ୍କ ସହ ଉକ୍ତ ସ୍ଥାନକୁ ଯାଇ ମେଳା ପଡ଼ିଆକୁ ଅନୁଧ୍ୟାନ କର ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଉପଜିଲାପାଳଙ୍କୁ ଅବଗତ କରାଇବେ। ସେହିପରି ଅନୁଗୋଳ ପୌରପାଳିକା ଦ୍ୱାରା ପଲିଥିନ ବ୍ୟବହାର ବନ୍ଦ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୋଳ ଉପଖଣ୍ଡ ପୋଲିସ ଅଧିକାରୀ ଅଶ୍ୱିନୀ କୁମାର ଦାସ, ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଅମରେନ୍ଦ୍ରନାଥ ମହାନ୍ତି, ଜିଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ, ଅଙ୍ଗାରବନ୍ଧ ସରପଞ୍ଚ ବସନ୍ତ କୁମାର ମହାଳିକ, ମାଘମେଳା କମିଟିର ସଦସ୍ୟ ବିଜ୍ଞାନ ବେହେରା, ମହିମା ଆଶ୍ରମର ବାବା ଅରୂପ ଦାସ, ବିଶ୍ୱନାଥ ଦାସ, ସୁରେନ୍ଦ୍ର ଦାସଙ୍କ ସମେତ ବିଭିନ୍ନ ବିଭାଗର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।
Posted inଅନୁଗୋଳ, ଆମ ଜିଲା ଖବର View All

ଓଡ଼ିଶା ଫେରିବାକୁ ମଙ୍ଗଳସୂତ୍ର ବିକିଲେ: ବିକା ଟଙ୍କାରେ ସାଇକେଲ କିଣି ବେଙ୍ଗାଲୁରୁରୁ ଭଦ୍ରକ ଫେରିଲେ ଦମ୍ପତି
କଟକ ଅଫିସ,୩ା୬: ଜଣେ ସଧବା ନାରୀର ଅସ୍ମିତା ହେଉଛି ତା’ର ମଙ୍ଗଳସୂତ୍ର। କିନ୍ତୁ ଲକ୍ଡାଉନ୍ ଜନିତ ବେରୋଜଗାରି ଶ୍ରମିକମାନଙ୍କ ଦାରିଦ୍ର୍ୟ ଓ ଅଭାବକୁ ତେଜି ସେମାନଙ୍କୁ...

ଖର୍ଚ୍ଚ ଚାଲିଛିି, ତଦାରଖ ହେଉନି
କେନ୍ଦୁଝର,୩୦।୪(ସ୍ବ.ପ୍ର.) ଓଡ଼ିଶା ପ୍ରସିଦ୍ଧ ସାନଘାଗରା ଜଳପ୍ରପାତର ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ବହୁ ଅର୍ଥ ଖର୍ଚ୍ଚ କରିବା ସହ ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ ବିଭିନ୍ନ...

ସଚିବଙ୍କ ମୁନିଗୁଡ଼ା ଗସ୍ତ: ସ୍ବାସ୍ଥ୍ୟକେନ୍ଦ୍ର, ବିଦ୍ୟାଳୟ, ଅଙ୍ଗନଓ୍ବାଡି କେନ୍ଦ୍ର ବୁଲି ଦେଖିଲେ
ମୁନିଗୁଡା,୨୯।୧୦(ଡି.ଏନ୍.ଏ.): ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତିର ପ୍ରମୁଖ ସଚିବ ଅନୁ ଗର୍ଗ ମଙ୍ଗଳବାର ମୁନିଗୁଡା ବ୍ଲକ ଗସ୍ତ କରି ବିଭିନ୍ନ ଯୋଜନା ବୁଲି...

ଟ୍ରାକ୍ଟର-ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ
କୁଆଁରମୁଣ୍ଡା,୧୨।୧୨(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଅନ୍ତର୍ଗତ ବୀରମିତ୍ରପୁର-ସଲଙ୍ଗାବାହାଲ ରୋଡ୍ର ଝମନକେରା ବୁଲାଣି ନିକଟରେ ଶନିବାର ପୂର୍ବାହ୍ନରେ ଟ୍ରାକ୍ଟର-ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବାଇକ୍...

ପୁବୁ ସାହି ନିକଟ ଶଙ୍ଖ ତଳୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ସାନପୁଅ ଆଣିଲେ ହତ୍ୟା ଅଭିଯୋଗ, ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଆଦର୍ଶ ଥାନା ପୋଲିସ
ଖୋର୍ଦ୍ଧା ଅଫିସ,୧୬।୪: ଖୋର୍ଦ୍ଧା ଆର୍ଦଶ ଥାନା ଜାତୀୟ ରାଜପଥ ପୁବୁ ସାହି ନିକଟ ଶଙ୍ଖ ତଳୁ ପୋଲିସ ଗୁରୁବାର ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।...

ସିପିଏସ୍ ମହୁଡ଼ା ଦୁର୍ନୀତିର ତଦନ୍ତ ଦାବି
ବ୍ରହ୍ମପୁର ଅଫିସ୍,୧୮ା୫-କଲେଜ ଅଫ୍ ଫାର୍ମାସିୟୁଟିକାଲ୍ ସାଇନ୍ସ(ସିପିଏସ୍) ମହୁଡ଼ାରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଶୁକ୍ରବାର ବିଭିନ୍ନ ସଂଗଠନ ତରଫରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର୍ଙ୍କ ନିକଟରେ ଅଭିଯୋଗ...

ଜଙ୍ଗଲରୁ ଶିଶୁପୁତ୍ର ଉଦ୍ଧାର
ଚିତ୍ରଡା,୩୧।୫(ଡି.ଏନ.ଏ.)-ମୟୁରଭଞ୍ଜ ଜିଲା ମୋରଡା ବ୍ଲକ ଅଧିନରେ ଥିବା ଚିତ୍ରଡା ଜଙ୍ଗଲରୁ ଶନିବାର ସାରେ ଏକ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଘଟଣାରୁ ଜଣାପଡ଼ିଛି, ମୁଲୁକଚାନ୍ଦ ମହନ୍ତ ଜଣେ...

ସ୍କାଏଲାଇଟ୍ ଭାଙ୍ଗି ଡ୍ରେସ୍ ଦୋକାନରୁ ଲୁଟ୍ ଅଭିଯୋଗ
ବିଞ୍ଝାରପୁର ,୩ା୬(ଡି.ଏନ୍.ଏ.)- ବିଞ୍ଝାରପୁର ଥାନା ଅନ୍ତର୍ଗତ ମଇଁନ୍ଦା ଛକରେ ଥିବା ଏକ ଡ୍ରେସ୍ ଦୋକାନରୁ ରବିବାର ବିଳମ୍ବିତ ରାତିରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଦୋକାନର...