୭ମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଘଟଣା: ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଜଟଣୀ,୧୪।୩(ଡି.ଏନ.ଏ): ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ୫୮ ବର୍ଷୀୟ ଜଣେ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଜଟଣୀ ବ୍ଲକ ଅନ୍ତର୍ଗତ ଏକ ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହା ଘଟିଛି। ଏ ନେଇ ଛାତ୍ରୀଙ୍କ ପିତା ବିଭାଗୀୟ କର୍ତ୍ତୃପକ୍ଷଙ୍କ ସମେତ ଏୟାରଫିଲ୍ଡ ଓ ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅସଦାଚରଣ କରିଥିବା ଶିକ୍ଷକ ତ୍ରିନାଥ ମଲ୍ଲିକ ଫେରାର ହୋଇଯାଇଛନ୍ତି। ଏହାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଗୁରୁବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ଏହା ଘଟିଥିଲା। ଶ୍ରେଣୀ ଗୃହ ମଧ୍ୟରେ ଛାତ୍ରୀଙ୍କୁ ଅଭିଯୁକ୍ତ ଶିକ୍ଷକ ତ୍ରିନାଥ ଅସଦାଚରଣ କରିଥିଲେ। ଏ ନେଇ ଛାତ୍ରୀ ଜଣକ ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ। ହେଲେ ଏହି ଘଟଣା ନେଇ ତାଙ୍କୁ କିମ୍ବା ଗ୍ରାମର କାହାକୁ ସୂଚନା ଦିଆ ନ ଯାଇ ଏହାକୁ ଚାପି ଦେବାକୁ ଉଦ୍ୟମ ହୋଇଥିବା ଛାତ୍ରୀଙ୍କ ପିତା ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଅପରାହ୍ନ ସାଢ଼େ ୪ଟାରେ ଝିଅ ଘରକୁ ଫେରିବା ପରେ ଏହି ଘଟଣା କହିବାରୁ ଜଣାପଡ଼ିଥିଲା। ଏପରି କି ଅଭିଯୁକ୍ତ ଶିକ୍ଷକଙ୍କୁ ସ୍କୁଲରୁ ଖସିଯିବାରେ ସହାୟତା କରାଯାଇଥିବା ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏହି ଘଟଣା ପ୍ରଘଟ ହେବା ପରେ ଗ୍ରାମବାସୀ ଗୁରୁବାର ସ୍କୁଲ ମୁଖ୍ୟଦ୍ୱାର ବନ୍ଦ କରି ଅନ୍ୟ ଶିକ୍ଷୟିତ୍ରୀଶିକ୍ଷକ ଓ ପ୍ରଧାନଶିକ୍ଷକଙ୍କୁ ରାତି ୧୨ଟା ପର୍ଯ୍ୟନ୍ତ ବାହାରକୁ ଛାଡ଼ି ନ ଥିଲେ। ଖବରପାଇ ଏୟାରଫିଲ୍ଡ ଥାନା ପୋଲିସ, ବ୍ଲକ ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ଖଟେଇ ଓ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ବୁଝାଶୁଝା କଲାପରେ ଗ୍ରାମବାସୀ ଗେଟ୍‌ ଖୋଲିଥିଲେ। ଶୁକ୍ରବାର ଜଟଣୀ ବିଡିଓ ବାସୁଦେବ ମାହାରୀ ସ୍କୁଲରେ ପହଞ୍ଚି ତଦନ୍ତ କରି ଫେରି ଆସିଛନ୍ତି। ଏ ନେଇ ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ପାତାଳସିଂହ ଏୟାରଫିଲ୍ଡ ଥାନା ସମେତ ବ୍ଲକ ଶିକ୍ଷାଧିକାରୀଙ୍କୁ ଏହି ଘଟଣା ନେଇ ଲିଖିତ ଭାବେ ଜଣାଇଛନ୍ତି। ସ୍କୁଲ ପରିଚାଳନା କମିଟି ସଭାପତି ସଞ୍ଜୀବ କୁମାର ବଳିଆରସିଂହ କୁହନ୍ତି, ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ଏ ନେଇ ଜିଲା ଶିକ୍ଷାଧିକାରୀ ବନ୍ଦନା ମହାପାତ୍ର କୁହନ୍ତି, ଏହାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିବା ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେରିଲେ ୧୪୬୪ ପ୍ରବାସୀ

ଖୋର୍ଦ୍ଧା ଅଫିସ, ୨୪।୫: କୋଇମ୍ବାଟୁରରୁ ଆସିଥିବା ସତନ୍ତ୍ର ଶ୍ରମିକ ଟ୍ରେନ ରବିବାର ଭୋର ସମୟରେ ଖୋର୍ଦ୍ଧା ରୋଡ ରେଳ ଷ୍ଟେଶନରେ ପହଁଞ୍ଚିଛି। ଏହି ଟ୍ରେନରେ ୧୪୬୪...

୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଚାଉଳ ହଡ଼ପ ଅଭିଯୋଗ

ସୋନପୁର,୬।୧(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିନ୍ଦୁରପୁର ପଞ୍ଚାୟତରେ ଥିବା ପିଇଜି(ପ୍ରାଇଭେଟ ଏଣ୍ଟରପ୍ରେନ୍ୟୁୟର ଗୋଡାଉନ୍‌) ଅରିଗାଁରେ ଅନିୟମିତତା ହୋଇଛି। ଗୋଦାମରେ ଥିବା ସରକାରଙ୍କ ପ୍ରାୟ ୧୦ହଜାର...

ଥାନାକୁ ମନା, ଗେଟ୍‌ ବାହାରୁ ଏତଲା

କଟକ ଅଫିସ,୧୩।୭: ଥାନା କର୍ମଚାରୀ ଓ ଅଧିକାରୀଙ୍କ ଏବେ କରୋନା ଭୟ ଘାରିଛି। ବଡ଼ ମେଡିକାଲ ଫାଣ୍ଡିରୁ ଜଣେ କନଷ୍ଟେବଳ ପଜିଟିଭ ଚିହ୍ନଟ ହେବା ପରେ...

ମିଳିଲାନି ଗାଡ଼ି ଆସିଲାନି ଆମ୍ବୁଲାନ୍ସ: ସାପ କାମୁଡାରେ ଜୀବନ ଗଲା

ପାଟଣା, ୨୮।୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକର ଉପାନ୍ତ ଅଞ୍ଚଳ ଡାଳପକା ପଞ୍ଚାୟତ ଗୋପୀନାଥପୁର ଗ୍ରାମରେ ଅଭାବନୀୟ ଘଟଣା କ୍ରମରେ ସାପ କମୁଡାରେ ଜଣେ...

ଶିମିଳିପାଳ ପ୍ରାଣୀଙ୍କୁ ସୁରକ୍ଷା ଦେବ ଡଗ୍‌ ସ୍କ୍ବାଡ୍‌

ବାରିପଦା ଅଫିସ,୩୧।୧୨-ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ଖାଦ୍ୟ ନିରାପତ୍ତା ନିମନ୍ତେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାଘ ସଂଖ୍ୟା ବୃଦ୍ଧି...

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ଏଏସ୍‌ଆଇ ନିଲମ୍ବିତ, ୨ ଥାନା ଅଧିକାରୀଙ୍କୁ ବଦଳି

ନୟାଗଡ଼ ଅଫିସ,୨ା୧୦: କର୍ତ୍ତବ୍ୟରେ ଅବହେଳା କରିବା ୨ ଥାନା ଅଧିକାରୀ ଓ ଜଣେ ଏଏସ୍‌ଆଇଙ୍କୁ ମହଙ୍ଗା ପଡ଼ିଛି। ନୟାଗଡ଼ ଏସ୍‌ପି ଶଶିଭୂଷଣ ଶତପଥୀ ଓଡଗାଁ ଓ...

ହିଞ୍ଜିଳିରୁ ଆନ୍ତଃ ଜିଲା ଗାଡ଼ି ଚୋର ର଼୍ୟାକେଟ ଠାବ : ୩ ଅଭିଯୁକ୍ତ ଗିରଫ

ପୁରୁଷୋତ୍ତମପୁର,୧୧ା୧୧(ଡି.ଏନ.ଏ.): ପୁରୁଷୋତ୍ତମପୁର ପୋଲିସ ହିଞ୍ଜିଳି ନୂଆଁଗଡ ଶିବ ମନ୍ଦିର ନିକଟରୁ ଏକ ଆନ୍ତଃ ଜିଲା ଗାଡିଚୋର ର଼୍ୟାକେଟକୁ ଠାବ କରିଛି। ଏହି ଘଟଣାରେ ହିଞ୍ଜିଳି ଥାନା...

୬୧ହଜାର ଟଙ୍କା ଜରିମାନା ଆଦାୟ କଲା ସିଏମ୍‌ସି

କଟକ ଅଫିସ,୮ା୪: କୋଭିଡ୍‌ ନିୟମ ଉଲଙ୍ଘନ ଅଭିଯୋଗରେ ସିଏମ୍‌ସି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ପକ୍ଷରୁ ବୁଧବାର ସହରର ବିଭିନ୍ନ ଦୋକାନରେ ଚଢାଉ କରି ୬୧ ହଜାର ଟଙ୍କା...

Advertisement
Archives

Model This Week