୭ମାସ ପରେ ଡାକ୍ତର ନିଯୁକ୍ତି

ଢେଙ୍କିକୋଟ, ୩୧ା୭(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଆଦିବାସୀ ଅଧ୍ୟୁଷିତ ଢେଙ୍କିକୋଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ୭ମାସ ହେଲା ଡାକ୍ତର ନ ଥିବାରୁ ଗରିବ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ଶୀର୍ଷକ ପାଠ ଅବ୍ୟବସ୍ଥା ଘେରରେ ଢେଙ୍କିକୋଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଧରିତ୍ରୀରେ ଗତ ୨୪ ତାରିଖରେ ପ୍ରକାଶ ପାଇଥିଲା। ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ହେବାରୁ ଏଠାକୁ ଚଳିତ ବର୍ଷ କଟକ ଏସ୍‌ସିବି ମେଡ଼ିକାଲ କଲେଜରୁ ଡାକ୍ତରୀ ପାସ୍‌ କରିଥିବା କେନ୍ଦୁଝର ଜିଲା ତୁର୍ମୁଙ୍ଗା ନୂଆଗାଁ ଗ୍ରାମର ଡାକ୍ତର ଲକ୍ଷ୍ମଣ କୁମାର ମହାନ୍ତଙ୍କୁ ନୂତନ ଡାକ୍ତର ଭାବେ ନବନିଯୁକ୍ତ ଦେଇଛନ୍ତି। ଡାକ୍ତର ଲକ୍ଷ୍ମଣ କୁମାର ମହାନ୍ତ ମଙ୍ଗଳବାର କେନ୍ଦୁଝର ଜିଲା ଆରାଧ୍ୟା ଦେବୀ ମା’ ତାରିଣୀଙ୍କୁ ଦର୍ଶନ କରି ଅପରାହ୍ନ ୪ଟାରେ ଆସି ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରେ ଯୋଗଦେଇ ରୋଗୀ ସେବା ଆରମ୍ଭ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରକୁ ସରକାର ନୂତନ ଭାବେ ଡାକ୍ତର ନିଯୁକ୍ତି ଦେଇଥିବା ଜାଣି ଢେଙ୍କିକୋଟ ଅଞ୍ଚଳର ବହୁ ଶିକ୍ଷାବିତ୍‌, ବୁଦ୍ଧିଜୀବୀ, ବ୍ୟକ୍ତିବିଶେଷ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଢେଙ୍କିକୋଟ ବିକାଶମଞ୍ଚ ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅପରାହ୍ନରେ ଡାକ୍ତରଙ୍କୁ ଭେଟି ବିକାଶ ମଞ୍ଚର ସଦସ୍ୟ ତଥା ସାମ୍ବାଦିକ ନୀଳମଣି ମଣ୍ଡଳ, ନୃସିଂହନାଥ ସିଂ, ବଣିକ ସଂଘ ସଦସ୍ୟ, ଲଲାଟେନ୍ଦୁ ସାହୁ, ଜଗନ୍ନାଥ ମହାନ୍ତ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ଏଠାରେ ଫାର୍ମାସିଷ୍ଟ ଜଣେ ଆବଶ୍ୟକ ବୋଲି ସାଧାରଣରେ ଦାବି ମଧ୍ୟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଜମା ନେଇ ଗଞ୍ଜାମ ଜିଲାର ୩ କରୋନା ଆକ୍ରାନ୍ତ ସୁସ୍ଥ: ଶୁଭେଚ୍ଛା ଜଣାଇଲେ ଜିଲାପାଳ

ଛତ୍ରପୁର,୨୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶିତଳାପଲିସ୍ଥିତ ଟାଟା କୋଭିଡ୍‌ ହସ୍ପିଟାଲରେ ୩ ଜଣ ଗୁରୁତର କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପି ଦିଆଯାଇଥିଲା ଉକ୍ତ ୩ ଜଣଙ୍କ ମଧ୍ୟରେ...

ସଂଶୋଧିତ ମୋଟର ଯାନ ଆଇନକୁ କୋହଳ ଦାବି: ଜାତୀୟ ରାଜପଥ ଅବରୋଧ, ୨୦ ଅଟକ

ଜୟପୁର, ୧୦।୯(ନି.ପ୍ର.): ସଂଶୋଧିତ ମୋଟର ଯାନ ଆଇନକୁ କୋହଳ ଦାବିରେ ମଙ୍ଗଳବାର ସକାଳେ କୋରାପୁଟ ଜିଲା ଜୟପୁର ୨୬ ନମ୍ବର ଜାତୀୟ ରାଜପଥର ମୁଖ୍ୟ ଟ୍ରାଫିକ...

ବର୍ଜ୍ୟବସ୍ତୁ ଜମା, ପ୍ରକ୍ରିୟାକରଣ ପ୍ଲାଣ୍ଟକୁ ବିରୋଧ

ବାଲେଶ୍ୱର ଅଫିସ, ୧୨।୬-ବାଲେଶ୍ୱର ସହର ଅନ୍ତର୍ଗତ ଗୁଡ଼ିପଦାଠାରେ ପୌରାଞ୍ଚଳ ପକ୍ଷରୁ ବର୍ଜ୍ୟବସ୍ତୁ ଜମା ଓ ପ୍ରକ୍ରିୟାକରଣ ପ୍ଲାଣ୍ଟ ନିର୍ମାଣ କରାଯିବାକୁ ସ୍ଥିର କରାଯାଇଛି। ମାତ୍ର ଉକ୍ତ...

ମାଛ ଧରିବାକୁ ବ୍ୟବହାର ହେଉଛି ସ୍ଲୁଇସ୍‌ ଗେଟ୍

ନାଉଗାଁ,୨୪ା୮(ସ୍ବ.ପ୍ର.): ନାଉଗାଁ ବ୍ଲକ କୋରୁଅ ପଞ୍ଚାୟତ ଗାରୋଇସ୍ଥିତ ଦେବୀ ନଦୀ ଓ ଗୋବରୀ ନଦୀର ସଂଯୋଗସ୍ଥଳ ଗାରୋଇଠାରେ ଥିବା ସ୍ଲୁଇସ୍‌ ଗେଟ୍‌କୁ ଖୋଲି କେତେଜଣ ମାଛ...

ଢେଙ୍କାନାଳ ଆମ୍ବକୁ କରୋନା ମାଡ଼

ଢେଙ୍କାନାଳ ଅଫିସ, ୧୬।୫ – ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଆମ୍ବଚାଷ ଉପରେ ପଡ଼ିଛି କରୋନା ଚଡ଼କ। ଲକ୍‌ଡାଉନ୍‌ କଟକଣା ନିୟମ ଭିତରେ ରକ୍ଷଣାବେକ୍ଷଣ ହୋଇ ନ...

ବିନା ସୂଚନା ଫଳକରେ ଚାଲିଛି ବ୍ରିଜ କାମ

କେସିଙ୍ଗା, ୨୪।୬ (ଡି.ଏନ.ଏ.)-କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେଶିର ଗ୍ରାମପଞ୍ଚାୟତ ଅଧୀନ ଗେଠିପଡା ଉଲସ୍ତିଯୋରକୁ ଜୟନ୍ତପୁର ସହିତ ସଂଯୋଗ କରିବା ପାଇଁ ଆର୍‌ଡି ବିଭାଗ...

ବଡ଼ ଓଡିଆ ମଠ ଦେଲା ଚଉସରା ମାଳ

ପୁରୀ ଅଫିସ, ୧୪ା୧: ନବାଙ୍କରେ ଠାକୁରଙ୍କ ଫୁଲ ମେଲାଣ ହୁଏ। ମହଲକ୍ଷ୍ମୀଙ୍କ ଘରୁ ଆସିଥିବା କୁସୁମ ତଥା ଗେଣ୍ଡୁ ଫୁଲ ଲାଗି ହୋଇଥାଏ। ମହାଲକ୍ଷ୍ମୀଙ୍କ ପକ୍ଷରୁ...

ବୃକ୍ଷରୋପଣ ପାଲଟିଛି ପ୍ରହସନ

ଚମ୍ପୁଆ, ୨।୧୦(ଡି.ଏନ.ଏ.)-ଜୀବ ଜଗତ ବଞ୍ଚିରହିବା ତଥା ପରିବେଶର ସୁରକ୍ଷା ପାଇଁ ଜଙ୍ଗଲ ସୃଷ୍ଟି କରିବା ଅତ୍ୟନ୍ତ ଆବଶ୍ୟକ ହୋଇ ପଡିଥିବା ବେଳେ ସରକାରୀ ଓ ବେସରକାରୀ...


Coronavirus Update

Archives

Model This Week

Why Dharitri