୬ ଦଫା ଦାବି ନେଇ କେନ୍ଦୁପତ୍ର ଶ୍ରମିକଙ୍କ ରାସ୍ତାରୋକୋ

ଜମନକିରା,୧୧।୩(ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ଅଞ୍ଚଳରେ କାର୍ଯ୍ୟରତ କେନ୍ଦୁପତ୍ର ଶ୍ରମିକ, ତୋଳାଳି କର୍ମଚାରୀ, ବନ୍ଧେଇ ଶ୍ରମିକମାନେ ବୁଧବାର ଜମନକିରା ବ୍ଲକ୍‌ ମୁଖ୍ୟଛକ ରାଜରାସ୍ତା ୫୩କୁ ଅବରୋଧ କରିଛନ୍ତି। କର୍ମଚାରୀମାନଙ୍କ ଦରମା ବୃଦ୍ଧି, ସାମାଜିକ ସୁରକ୍ଷା, କେନ୍ଦୁପତ୍ର ବିକ୍ରି ନୀତିରେ ସଂଶୋଧନ, କେନ୍ଦୁପତ୍ରରୁ ଜିଏସ୍‌ଟି ପ୍ରତ୍ୟାହାର ଆଦି ଦାବିନେଇ ପୂର୍ବ ନିଷ୍ପତ୍ତିକ୍ରମେ ଏହି ଅବରୋଧ ହୋଇଛି। ପୂର୍ବାହ୍ନ ସାଢ଼େ ୧୦ଟାରୁ ଅପରାହ୍ନ ସାଢ଼େ ୧ଟା ପର୍ଯ୍ୟନ୍ତ ଅବରୋଧ କରାଯାଇଥିଲା। ଫଳରେ ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିଲା। ତେବେ ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକ ସ୍ବାଭାବିକ ରହିଥିଲା।
କେନ୍ଦୁପତ୍ର ତୋଳାଳି କର୍ମଚାରୀ ଓ ବନ୍ଧେଇ ଶ୍ରମିକ ପ୍ରତି ସରକାରଙ୍କ ଅନ୍ୟାୟ ବିରୋଧରେ ମାର୍ଚ୍ଚ ୨ ଓ ୩ ତାରିଖ ଦୁଇଦିନ ଧରି ରେଞ୍ଜ କାର୍ଯ୍ୟାଳୟ ଗୁଡ଼ିକରେ ଗଣଧାରଣା ଦେଇଥିଲେ। ପରେ ମଧ୍ୟ ସରକାର ସମସ୍ୟା ସମାଧାନ ନ କରିବାରୁ ବୁଧବାର ରାଜରାସ୍ତାକୁ ଅବରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାନଗାରୁ ୩ ସଂକ୍ରମିତ ଚିହ୍ନଟ: ଗୋପାଳପୁର ପଞ୍ଚାୟତକୁ ୨୪ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ବାହାନଗା, ୧୫।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ ଗୋପାଳପୁର ସରପଞ୍ଚ ଯୋଗେଶ ଚନ୍ଦ୍ର ପତି ଶୁକ୍ରବାର ପଞ୍ଚାୟତର ସମସ୍ତ ବଜାର-ଗାଁକୁ ୨୪ ଘଣ୍ଟିଆ ସଟ୍‌ ଡାଉନ୍‌...

ଚେନ୍ନାଇରେ ଠିକା ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଶବବାହକ ଗାଡ଼ି ଅଟକ

ଚାନ୍ଦବାଲି, ୨୫।୪ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଭୂଇଁବୃତି ପଞ୍ଚାୟତ ନୂଆଗଁାର ଜଳଧର ଦାସ(୫୨) ଚେନ୍ନାଇରେ ଏଲ୍‌ ଆଣ୍ଡ୍‌ ଟି କମ୍ପାନୀରେ...

ମଣ୍ଡିରେ ଅବ୍ୟବସ୍ଥା ଦେଖି ବିଧାୟକ ଅସନ୍ତୁଷ୍ଟ

ଲୋଇସିଂହା,୧୫।୧୨(ଡି.ଏନ୍‌.ଏ): ଲୋଇସିଂହା ବିଧାୟକ ମୁକେଶ ମହାଲଙ୍ଗ ଗୁରୁବାର ଆଗଲପୁର ଗସ୍ତ କରି ବିଭିନ୍ନ ମଣ୍ଡି ପରିଦର୍ଶନ କରିଥିଲେ। ଆଗଲପୁର, ଭରସୁଜା, ରୋତ, ବକଟି, ପଟୁଆପାଲି ଓ...

ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଶାଳକାଠ ଜବତ

ଭବାନୀପାଟଣା,୨୦।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ଭବାନୀପାଟଣା ସଦର ରେଞ୍ଜ ପକ୍ଷରୁ ଶୁକ୍ରବାର ସକାଳେ ଦେଢ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ମୂଲ୍ୟବାନ ଶାଳକାଠ ଜବତ...

ଗଞ୍ଜାମ ଏନ୍‌ଏସି ପାଇଁ ନାମାଙ୍କନପତ୍ର ଦାଖଲ କଲେ ପ୍ରାର୍ଥୀ

ଗଞ୍ଜାମ,୬ା୩(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସିରେ ଆଗାମୀ ପୌର ନିର୍ବାଚନ ପାଇଁ ବିଜେଡି ଚେୟାରମ୍ୟାନ ପ୍ରାର୍ଥୀ ଝୁଲି ପାତ୍ରଙ୍କ ସମେତ ୧୦ ଜଣ କାଉନସିଲର ପ୍ରାର୍ଥୀ ରବିବାର ଛତ୍ରପୁର...

ସୋଲାର ପାନୀୟ ଜଳ ପ୍ରକଳ୍ପ ଅଚଳ

ଚମ୍ପୁଆ, ୪। ୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ସାତହଳିଆ ଗ୍ରାମରେ ପ୍ରାୟ ୨୦ ଦିନ ହେବ ସୋଲାର ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇଯାଇଥିବାରୁ...

ଓସିଏ ସଭାପତି ପ୍ରାର୍ଥୀ ହେବେ ବିଧାୟକ ପ୍ରଣବ ପ୍ରକାଶ ଦାସ

ପୁରୀ ଅଫିସ,୧୪ା୧୦: ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ୍‌ (ଓସିଏ) ସଭାପତି ପ୍ରାର୍ଥୀ ହେବେ ଯାଜପୁର ବିଧାୟକ ତଥା ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଏହି...

ସୁନାଦୋକାନ ଉପରେ ୨୨ ଲକ୍ଷ ଜରିମାନା

ଜୟପୁର, ୮ା୧୦ (ନି.ପ୍ର.): ଜୟପୁର ସହରର ମୁଖ୍ୟ ରାସ୍ତାରେ ଥିବା ଏକ ସୁନା ଦୋକାନ ଉପରେ ଚଢ଼ାଉ କରି ୨୨ ଲକ୍ଷ ୪୨ ହଜାର ଟଙ୍କା...

Advertisement
Archives

Model This Week