୬ ଜିଲାରେ ବଢ଼ିବ କୋଭିଡ କେୟାର ଶଯ୍ୟା

ଭୁବନେଶ୍ୱର, ୧୨।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏ ନେଇ ରାଜ୍ୟରେ ୬ଟି ଜିଲାରେ କୋଭିଡ କେୟାର ସଯ୍ୟା ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇଛି। ଗଞ୍ଜାମ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ବଲାଙ୍ଗୀରରେ ଶଯ୍ୟା ସଂଖ୍ୟା ବଢ଼ିବ। ମଙ୍ଗଳବାର ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ଆଗାମୀ ସପ୍ତାହକ ମଧ୍ୟରେ ୬ଟି ଜିଲାରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ସେହିପରି ବିଭିନ୍ନ ଅଞ୍ଚଳରେ ନିର୍ମିତ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ସୁପରିଚାଳନାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏହାଛଡ଼ା କ୍ୱାରାଣ୍ଟାଇନ କେନ୍ଦ୍ରରେ ଅନ୍ତେବାସୀଙ୍କୁ କୋଭିଡ ରୋଗ ପରିଚାଳନା ତାଲିମ ଦିଆଯିବ। ସଙ୍ଗରୋଧରୁ ମୁକ୍ତି ପରେ ସେମାନେ କୋଭିଡ ସ୍ବେଚ୍ଛାସେବୀ ଭାବେ କାମ କରିପାରିବେ। ଏଥିପାଇଁ ସଂକ୍ଷିପ୍ତ ସାର୍ଟିଫିକେଟ କୋର୍ସ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପକ୍ଷରେ ଗ୍ରାମ୍ୟ ଅର୍ଥନୀତିକୁ ସଶକ୍ତ କରିବାକୁ ଅଧିକ ପାଣ୍ଠି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କୃଷି ଅର୍ଥନୀତି ସୁଦୃଢ କରିବାକୁ ରାଜ୍ୟ ସରକାର ୩ଟି ଅଧ୍ୟାଦେଶ ଆଣିବେ ବୋଲି ଜଣାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଝାରପଡ଼ା ଜେଲରେ ଗଞ୍ଜେଇ, ସିଗାରେଟ, ଟଙ୍କା

ଭୁବନେଶ୍ୱର,୯।୬ (ବ୍ୟୁରୋ): ଖୋର୍ଦ୍ଧା ଜେଲ୍‌ରେ ନିଶା କାରବାର ଚାଲୁଥିବା ଓ କଏଦୀମାନେ ମୋବାଇଲ୍‌ ଫୋନ୍‌ରେ କଥା ହେଉଥିବାର ଭିଡ଼ିଓ ରବିବାର ଭାଇରାଲ ହେବାପରେ ଚଢ଼ାଉ କରାଯାଇଥିଲା।...

ସହର ପାଣି ବିପଦ ଆଣିପାରେ

ଭୁବନେଶ୍ୱର,୨।୮(ବ୍ୟୁରୋ): କରୋନା ମହାମାରୀ ଯୋଗୁ ରାଜ୍ୟବାସୀ ନିଜ ଜୀବନକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ରାଜ୍ୟ ସରକାର ମଧ୍ୟ ଲୋକମାନଙ୍କ ସ୍ବାସ୍ଥ୍ୟ ରକ୍ଷା ପାଇଁ ପ୍ରୟାସ ଚଳାଇଛନ୍ତି।...

ଡିସେମ୍ବର ୨୬ରୁ ଜାନୁୟାରୀ ୪ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଲାଗି ଭିତରକନିକା ବନ୍ଦ

ରାଜନଗର,୨୪।୧୨(ଡି.ଏନ୍‌.ଏ.): ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଚଳିତ ମାସ ଡିସେମ୍ବର ୨୬ରୁ ଜାନୁୟାରୀ ୪ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ। ଏ...

ରଥରେ ଭାଙ୍ଗିଲା ଅଧରପଣା ହାଣ୍ଡି

ପୁରୀ ଅଫିସ,୪ା୭: ସିଂହଦ୍ୱାର ସମ୍ମୁଖ ତିନିରଥ ଉପରେ ଶୁକ୍ରବାର ଅଧରପଣା ନୀତି ସମ୍ପନ୍ନ ହୋଇଛି। ବିନା ଭକ୍ତରେ ରଥାରୂଢ ଠାକୁରଙ୍କ ସମ୍ମୁଖରେ ଭଙ୍ଗାଯାଇଛି ୯ଟି ଅଧରପଣା...

ଭୁବନେଶ୍ୱରରେ ପୁଣି କରୋନା ପଜିଟିଭ

ଭୁବନେଶ୍ୱର,୭।୫(ବ୍ୟୁରୋ)-ପୁଣି ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି କରୋନା ପଜିଟିଭ। ଗୁରୁବାର ସାରେ ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଥିବା ମଞ୍ଚେଶ୍ୱର , ଭିଏସ୍‌ଏସ୍‌ନଗର ଓ ସୂର୍ଯ୍ୟନଗର ଅଞ୍ଚଳରୁ...

ଓଡ଼ିଶାର ୪୨ ବିଧାନସଭା ଓ ୬ଟି ଲୋକସଭା ଆସନ ପାଇଁ ମତଦାନ ଜାରି

ଭୁବନେଶ୍ୱର,୨୩।୪: ତୃତୀୟ ପର୍ଯ୍ୟାୟ ର୍ନିବାଚନରେ ଓଡ଼ିଶାର ୪୨ ବିଧାନସଭା ଓ ୬ଟି ଲୋକସଭା ଆସନ ପାଇଁ ମଙ୍ଗଳବାର ସକାଳୁ ମତଦାନ ଆରମ୍ଭ ହୋଇଛି। ୬ ଲୋକସଭା...

ଶେଷ ହେଲା ତିର୍ତ୍ତୋଲ, ବାଲେଶ୍ୱର ଉପନିର୍ବାଚନ: ଇଭିଏମ୍‌ରେ ସିଲ୍‌ ୧୫ ଜଣଙ୍କ ଭାଗ୍ୟ

ଭୁବନେଶ୍ୱର,୩ା୧୧(ବ୍ୟୁରୋ)-ତିର୍ତ୍ତୋଲ ଏବଂ ବାଲେଶ୍ୱର ବିଧାନସଭା ଉପନିର୍ବାଚନ ମଙ୍ଗଳବାର ଶେଷ ହୋଇଛି। ଉଭୟ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌...

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ବାଲେଶ୍ୱର ଅଫିସ୍‌, ୧୦।୧୨: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡିଛନ୍ତି ସହକାରୀ ନିର୍ବାହୀ ଯନ୍ତ୍ରୀ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଚଢାଉ ହୋଇଥିବା ଜଣାପଡିଛି।...

Advertisement


Archives

Model This Week

Why Dharitri