୬୦୦ ଲିଟର ଦେଶୀ ମଦ, ୯୨୮୦ କେଜି ମହୁଲ ପୋଚ ଜବତ: ୨ ଗିରଫ

ଆନନ୍ଦପୁର,୧୮।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢ଼ାଉରେ ବହୁଳ ପରିମାଣର ଦେଶୀ ମଦ, ରନ୍ଧାସାମଗ୍ରୀ ଜବତ ହୋଇଛି। ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ କଣ୍ଟିପାଳର ସୁବାସ ନାୟକ(୨୫) ଓ ନିତ୍ୟାନନ୍ଦ ନାହାକ(୬୦)।
କେନ୍ଦୁଝର ଜିଲା ଅବକାରୀ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ସୀତାକାନ୍ତ ମୁଦୁଲି, ଆନନ୍ଦପୁର ଉପଜିଲାପାଳ ରବୀନ୍ଦ୍ର କୁମାର ସାହୁଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ ହୋଇଥିଲା। ଆନନ୍ଦପୁର ଅବକାରୀ ବିଭାଗ ଇନ୍ସପେକ୍ଟର ସନ୍ତୋଷ ପ୍ରଧାନଙ୍କ ତତ୍ୱାବଧାନରେ ଅବକାରୀ ବିଭାଗ ଅଫିସ ଇନ୍‌ଚାର୍ଜ ନରେନ୍ଦ୍ର ପ୍ରଧାନ, ଅବକାରୀ ବିଭାଗ କର୍ମଚାରୀଙ୍କ ସହିତ ପୋଲିସର ସ୍ବତନ୍ତ୍ର ସ୍କାଡ୍‌ ଏହି ଚଢ଼ାଉରେ ସାମିଲ ହୋଇ ଆନନ୍ଦପୁର ଥାନା କଣ୍ଟିପାଳ ପଞ୍ଚାୟତର ବାଘମରା ସାହି, ମହାପାତ୍ର ସାହି, ପଇତାପାଣିର ୬ଟି ସ୍ଥାନରେ ଚଢ଼ାଉ କରିଥିଲୋ। ଚଢ଼ାଉରେ ୬ ଶହ ଲିଟର ଦେଶୀ ମଦ, ୯୨୮୦ କେଜି ମହୁଲ ପୋଚ ଜବତ କରାଯିବା ସହ ବହୁ ପରିମାଣରେ ରନ୍ଧାମଦକୁ ନଷ୍ଟ କରାଯାଇଛି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ଓଆଇସି ନରେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡୁମ୍ବୁଳା ଗ୍ରାମରେ ମାତିଲେ ଦୁର୍ବୃତ୍ତ; କବାଟ ଭାଙ୍ଗି ନେଇଗଲେ ଅଳଙ୍କାର, ଟଙ୍କା

ଦିଗପହଣ୍ଡି,୧।୬(ଡି.ଏନ.ଏ.)-ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବଡଡୁମ୍ବୁଳା ପଞ୍ଚାୟତ ଅଧୀନ ସାନ ଡୁମ୍ବୁଳା ଗ୍ରାମରେ ରବିବାର ରାତିରେ ଲୁଟ୍‌ ହୋଇଛି। ଗ୍ରାମର ଜି.ରାଧାକାନ୍ତ ପ୍ରଧାନ ଓ ତାଙ୍କ...

‘ଗୁଲାବ’କୁ ନେଇ ସତର୍କତା ଜାରି କଲା ପ୍ରଶାସନ: ସନ୍ଧ୍ୟା ସୁଦ୍ଧା ସୁରକ୍ଷିତ ସ୍ଥାନକୁ କରାଯିବ ସ୍ଥାନାନ୍ତର

ହିଞ୍ଜିଳିକାଟୁ,୨୬ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଓ ପୌର ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ଗୁଲାବ ମୁକାବିଲା ନିମନ୍ତେ ସତର୍କତା ପ୍ରକାଶ ପାଇଛି। ରବିବାର ଛତ୍ରପୁର...

କୋଇଲା ପର୍‌ମିଟ୍‌ରେ ମାଟି ଚାଲାଣ

ସମ୍ବଲପୁର,୧୪ା୧୦(ବ୍ୟୁରୋ):ସମ୍ବଲପୁର ଜିଲା ତଲାବିରା କୋଇଲା ଖଣିରେ କୋଇଲା ପରିବହନ ଓ ଚୋରା ଚାଲାଣକୁ ନେଇ ନିୟମିତ ଆପରାଧିକ କାର୍ଯ୍ୟ ଘଟୁଛି। ଏପରିସ୍ଥଳେ ବୁଧବାର ରାତିରେ ଆଦାନୀ...

ବାଇକ୍‌ ଆରୋହୀଙ୍କୁ ୬ କି.ମି. ଘୋଷାରି ନେଲା ଟ୍ରକ୍‌

ସୋନପୁର,୫।୨(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଲଛିପୁର ଥାନା ଅଞ୍ଚଳରେ ଶନିବାର ଛାତି ଥରାଇଲା ଭଳି ଦୁର୍ଘଟଣା ଘଟିଛି। ଅର୍ଜୁନପୁର-ବୁର୍ଡା ରାସ୍ତାର ପଣ୍ଡକିଟାଲ ଛକ ନିକଟରେ ଏହି ଘଟଣା ଘଟିଛି।...

ସମସ୍ୟାରେ ଉବୁଟୁବୁ ଖଣ୍ଡବା ଗାଁ

ଆର୍‌.ଉଦୟଗିରି,୨୦ା୯(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଜରିଆରେ ଭାରତ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ...

ଠକେଇ ଅଭିଯୋଗ: ୪ ଗିରଫ, ସ୍କର୍ପିଓ ଜବତ

ବ୍ରହ୍ମପୁର ଅଫିସ,୪|୮-ବୈଦ୍ୟନାଥପୁର ପୋଲିସ ୪ ଠକଙ୍କୁ ଶୁକ୍ରବାର ଗିରଫ କରିଛି। ସେମାନେ ଇଷ୍ଟ ଇଣ୍ଡିଆ-୧୮୧୮ ଲେଖା ହୋଇଥିବା ଏକ କଏନ (ମୁଦ୍ରା) ଯାହାକି ହନୁମାନ ପଇସା...

ବିଦ୍ୟୁତ୍‌ ସଂସ୍ପର୍ଶରେ ଯୁବକଙ୍କ ପ୍ରାଣ ଗଲା

ବାଲେଶ୍ୱର ଅଫିସ, ୨୭।୯: ବାଲେଶ୍ୱର ଚାନ୍ଦିପୁର ଥାନା ବଡ଼କିଆ ଗ୍ରାମର ବସନ୍ତ ସାମଲ (୩୫) ଶୁକ୍ରବାର ପୂର୍ବାହ୍ନରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ବସନ୍ତ...

ଉମରକୋଟରେ ଭାଜପାର ନିତ୍ୟାନନ୍ଦ ଗଣ୍ଡ ବିଜୟୀ

ନବରଙ୍ଗପୁର, ୨୩।୫(ବି.ପ୍ର.)-ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାଜପା ବିଜୟୀ ହୋଇଛି। ଭାଜପାର ନିତ୍ୟନନ୍ଦ ଗଣ୍ଡ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ସୁବାସ ଗଣ୍ଡଙ୍କୁ ୯,୭୬୩ ଭୋଟରେ ହରାଇଛନ୍ତି।...

Advertisement
Archives

Model This Week