୫ ପ୍ରତିଶତ ଲୋକ ଲକ୍‌ଡାଉନ୍‌ ନିୟମ ମାନୁନାହାନ୍ତି

ଭୁବନେଶ୍ୱର,୩।୪(ବ୍ୟୁରୋ): ଶୃଙ୍ଖଳିତ ଓ ବ୍ୟବସ୍ଥିତ ରହି ଲକ୍‌ଡାଉନ୍‌ର ଅବଶିଷ୍ଟ ସମୟକୁ ସଫଳ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି। ଲକ୍‌ଡାଉନ୍‌ର ପ୍ରଥମ ସପ୍ତାହରେ ହୋଇଥିବା ଭୁଲ୍‌ର ପୁନରାବୃତ୍ତି ନ କରି ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ଘରେ ରହି ଲକ୍‌ଡାଉନ୍‌କୁ ଶତପ୍ରତିଶତ ସଫଳ କରିବାକୁ ସେ ନିବେଦନ କରିଛନ୍ତି। ଏକ ଭିଡିଓ ବାର୍ତ୍ତା ଜରିଆରେ ଧର୍ମେନ୍ଦ୍ର କହିଛନ୍ତି ଯେ, ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇଥିବା ଲକ୍‌ଡାଉନକୁ ପାଖାପାଖି ଏକସପ୍ତାହ ପୂରିଥିବା ବେଳେ ଏହା ଦ୍ୱିତୀୟ ସପ୍ତାହକୁ ପ୍ରବେଶ କରିଛି। ଦେଶର ସମସ୍ତ ନାଗରିକ, ସବୁ ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ସବୁ ପ୍ରକାର ଭେଦଭାବକୁ ଭୁଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଲକ୍‌ଡାଉନ୍‌ ଆହ୍ବାନକୁ ସଫଳ କରିବାରେ ଲାଗିଛନ୍ତି। ସମସ୍ତେ କରୋନାକୁ ହରାଇବା ପାଇଁ ଏକଜୁଟ ହୋଇଛନ୍ତି। ସମସ୍ତେ ଭେଦଭାବକୁ ଭୁଲି କରୋନା ବିରୋଧରେ ଏକାଠି ହେବା ଭଳି ଦେଶରେ ଗୋଟିଏ ବଡ଼ ଜନ ଆନ୍ଦୋଳନ ତିଆରି ହୋଇଛି, ହେଲେ କିଛି ଛୋଟ ବିସଙ୍ଗତି ବା ଅବ୍ୟବସ୍ଥା ଦୃଷ୍ଟିକୁ ଆସିଛି। ସାରା ଦେଶ ଲକ୍‌ଡାଉନ୍‌ ସତ୍ତ୍ୱେ କିଛି ଜାଗାରେ ଲୋକମାନେ ଘରୁ ବାହାରକୁ ବାହାରୁଛନ୍ତି। ଦେଶର ପ୍ରାୟ ୯୦ରୁ ୯୫ ପ୍ରତିଶତ ଲୋକ ଏହାକୁ ଶୃଙ୍ଖଳିତ ଭାବେ ପାଳନ କରୁଥିବାବେଳେ ୫ ପ୍ରତିଶତ ଲୋକ ଏହାର ବ୍ୟତିକ୍ରମ କରିବାକୁ ଚେଷ୍ଟା କରୁଛନ୍ତି। ଲକ୍‌ଡାଉନକୁ ଶୃଙ୍ଖଳିତଭାବେ ପାଳନ କରୁ ନ ଥିବା ଲୋକଙ୍କୁ ବୁଝାଇ ଶତପ୍ରତିଶତ ସଫଳ କରିବାକୁ ପଡିବ। ଆମେରିକା, ଇଟାଲୀ, ଚାଇନା ସମେତ ଅନେକ ଧନୀ ରାଷ୍ଟ୍ର କରୋନା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାତ୍ର ବିଶ୍ୱର କିଛି ଛୋଟ ଦେଶ ଲକ୍‌ଡାଉନକୁ ସୀମିତ ରଖି ସଙ୍କଟକୁ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି। ବର୍ତ୍ତମାନ ଅଜାଣତରେ ଛୋଟ ଭୁଲ୍‌ ହେଲେ ଏହାର ବଡ଼ ମୂଲ୍ୟ ଦେବାକୁ ପଡ଼ିପାରେ ବୋଲି ଧର୍ମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ ୧୦ ସ୍ବତନ୍ତ୍ର ଟ୍ରେନ: ନିୟମିତ ଟ୍ରେନ୍‌ରେ କୋଚ ସଂଖ୍ୟା ବୃଦ୍ଧି

ଭୁବନେଶ୍ୱର, ୨୪ା୯(ବ୍ୟୁରୋ): ଦୁର୍ଗାପୂଜା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୧୦ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି। ଯାତ୍ରୀ ସଂଖ୍ୟା ବୃଦ୍ଧି ସମ୍ଭାବନା ଥିବାରୁ ଚଳାଚଳ କରୁଥିବା...

ସାଇକେଲରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ହକିପ୍ରେମୀ

ଭୁବନେଶ୍ବର,୧୦।୧(ବ୍ୟୁରୋ): ବର୍ତ୍ତମାନ ହକିକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି। କଟକରୁ ସୁନ୍ଦରଗଡ, ସବୁଠି ଉତ୍ସବ ମୁଖର । ପ୍ରଥମ ଥର ପାଇଁ ହକିର ଏନ୍ତୁଡିଶାଳ ସୁନ୍ଦରଗଡରେ...

‘କୋଭିରାପ୍‌’କୁ ଆଇସିଏମ୍‌ଆର୍‌ ସ୍ବୀକୃତି

ନୂଆଦିଲ୍ଲୀ, ୨୨ା୧୦ (ଆଇଏଏନ୍‌ଏସ୍‌): କରୋନା ସଂକ୍ରମଣ ଚିହ୍ନଟ ଲାଗି ଆଇଆଇଟି ଖଡ଼ଗପୁରର ଗବେଷକଙ୍କ ଦ୍ୱାରା ଏକ ରୋଗ ନିରୂପଣ ଯନ୍ତ୍ର (ଡାଇଗ୍ନୋଷ୍ଟିକ୍‌ ଟେଷ୍ଟ ମେଶିନ) ବିକଶିତ...

ଅଭିଯୋଗ ଶୁଣିବ ଜନଶୁଣାଣି ପୋର୍ଟାଲ

ଭୁବନେଶ୍ୱର, ୨୫ା୧୧(ବ୍ୟୁରୋ): କୌଣସି କାର୍ଯ୍ୟାଳୟକୁ ନ ଯାଇ ହାତପାଆନ୍ତାରେ ମିଳିବ ସେବା। ଲୋକମାନେ ଡିଜିଟାଲ ପ୍ଲାଟ୍‌ଫର୍ମରେ ନିଜର ଅଭିଯୋଗ ଦାଖଲ କରିପାରିବେ। ପୁରାତନ ପୁସ୍ତକ, ବିରଳ...

ବଗଲାକୁ ନେଇ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ

ପୂରୀ ଅଫିସ, ୨୫।୮: ବଗଲା ଧର୍ମଶାଳା ଜମି ବିବାଦ ଦିନକୁ ଦିନ ଅଧିକ ତୀବ୍ର ହେଉଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିଭିନ୍ନ ରାଜନୈତିକ ଦଳ ବିରୋଧ...

ତହସିଲ ଅଫିସରୁ ୬୩ ଲକ୍ଷ ଟଙ୍କା ଆତ୍ମସାତ

ଡାବୁଗାଁ, ୩୦।୫: ନବରଙ୍ଗପୁର ଜିଲା ଡାବୁଗାଁ ତହସିଲ କାର୍ଯ୍ୟାଳୟରେ ୬୩ ଲକ୍ଷ ୬୨ ହଜାର ୭୩ରୁ ଊର୍ଦ୍ଧ୍ୱ ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗରେ ବରିଷ୍ଠ ରାଜସ୍ବ...

୫୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୮ା୩(ବ୍ୟୁରୋ): ରାଜ୍ୟରୁ ସୋମବାର ୪୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୫୧୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ

ପୁରୀ ଅଫିସ,୧ା୭: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନେଇ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ପ୍ରଭୁ ସୁଦର୍ଶନ ରଥାରୂଢ଼...

Advertisement
Archives

Model This Week