୫ ପରାନୀ କୁଟୁମର ବୋଝ୍‌:ସରକାରୀ ଯୋଜନାରୁ ବଁଚିତ ଦିବ୍ୟାଙ୍ଗ ଗଣେଶ

ବିନିକା,୨୧ା୫(ଡି.ଏନ୍‌.ଏ.) ବିନିକା,୨୦ା୫(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା ଗଁା ହାଇସ୍କୁଲ ପଡ଼ାର ଦିବ୍ୟାଙ୍ଗ ଗଣେଶ ବାଘ(୨୮)। ଜନମୁ ତାକର ଗୁଟେ ଆଏଁଖ୍‌ ନାଇଁ ଦିଶବାର। ସେ ନିହାତି ଗରିବ୍‌ ଘରର ପିଲା ହେଇଥିଲା ବେଲେ ଚିକିସତ୍ା ଲାଗି ଟଁକା ପଏସାର ବଡ଼ଭାରି ଅଭାବ୍‌ ରହିଛେ। ଆଏଜ୍‌ବି ସେ ଅନେକ ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ଥିବାର ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ, ସିଂଘିଯୁବା ଗଁା ହାଇସ୍କୁଲ ପଡ଼ାର ଗଣେଶକଁର ପରିବାର କହେଲେ ବାପ୍‌ ରାଜେନ୍ଦ୍ର ବାଘ(୬୪), ମା’ ପ୍ରେମ(୬୦), ମାଏକିନା ରଶ୍ମିତା(୨୭), ଝି’ ମୀରା ଆର ପୁଓ ମିଲନକେ ନେଇ ତାକର ସଁସାର। ଗଣେଶର ଜନମ୍‌ବେଲୁ ଭୁଜନି ଆଏଁଖ୍‌ଟା ମୁଜି ହେଇ ରହିଛେ, ସେ ଡେବରି ଆଏଁଖ୍‌ଥି ଯାହା ଦେଖୁଛନ୍‌। ବହୁତ ବଛର ଆଗ୍‌ରୁ ମା’ବାପ୍‌ ତାହାକୁ ବୁର୍ଲା ଚିକିସତ୍ା ଲାଗି ନେଇଥିଲେ। ହେଲେ ଡାକ୍‌ତର ଚିକିସତ୍ା ଲାଗି ବହୁତ୍‌ ଟଁକା ଦରକାର ବଲି କହେଲାରୁ ମା’ବାପ୍‌ ନିରାଶ ହେଇ ପୁଓକେ ଧରି ଘରକେ ଫିରିଆସିଥିଲେ। ସେଦିନ୍‌ଠାନୁ ଗଣେଶର ଚିକିସତ୍ା ଅଟକିଛେ। ଗଣେଶର ବାପା ଆଗରୁ କୁଲି ମଜୁରି କରି କୁଟୁମ ପୁଷୁଥିଲେ। ହେଲେ ବଏସ୍‌ ଅଧ୍‌କା ଲାଗି ସେ ଏହେଦେ କାମଧଁଦା ନାଇଁ କରିପାରବାର। ପରିବାରର ବୋଝ୍‌ ଏହେଦେ ଗଣେଶ ଉପରେ ରହିଛେ। ଗଣେଶ ଗଁାର ମାହାଜନ ପାସେ କାମ କରି ଦିନକ ୨ଶହ ଟଁକା ରୁଜଗାର କରୁଛନ୍‌। ସେ ଯାହା କମଉଛନ୍‌ ପରିବାରର ତେଲନୁନ୍‌ରେ ସରିଯାଉଛେ, ଏନ୍‌ତାଥି ଅଁାଖିର ଚିକିସତ୍ା କଥା କିଏ ପଚାରେ। ଗଣେଶ ଅନେକ ସରକାରୀ ଯୋଜନାରୁ ବଁଚିତ ଥିବାର ଅଭିଯୋଗ କରିଛନ୍‌। ଆଏଜତକ୍‌ ତାହାକୁ କେହେନ୍‌ସି ଅବାସ ଯୋଜନାରେ ସାମିଲ ନାଇଁ କରାଯାଇ। ଦିବ୍ୟାଙ୍ଗ ପରମାନପତର ଥିଲେ ବି ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ଚାଉଲ ନାଇଁ ପାଏବାର। ମା’ବାପ୍‌ ଆର ଗଣେଶ ପାଉଥିବାର ୫ଶହ ଟଁକା ଭତା, ଫ୍ୟାମିଲି ବେନିଫିସେରୀ ଯୋଜନାରେ ଝନ୍‌ପିଛା ୫ କେ.ଜି ହିସାବେ ପାଉଥିବାର ୩୦ କେ.ଜି. ଚାଉଲ ପରିବାରର ସାହାଭରସା ପାଲଟିଛେ। ଇ ବାବ୍‌ଦେ ସିଂଘିଯୁବା କାର୍ଯ୍ୟନିର୍ବାହୀ ଅଧ୍‌କାରୀ ରମାକାନ୍ତ ନାଏକକୁଁ ପଚରାଲାରୁ ଗଣେଶ ଇ ବାବ୍‌ଦେ ଆମକୁ ନାଇଁ ଜନେଇ। ତାହାକୁ କେନ୍‌ଥେଇ ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ସାମିଲ କରାଯାଇ ପାରବା ସେ ବିଷେରେ ବିନିକା ଯୋଗାଣ ଅଧ୍‌କାରୀକଁର ସଂଗେ କଥା ହେମି। ଯେତେ ଜଲଦି ହେବା ତାକୁ ବିଜୁ ପକ୍କାଘର ଯୋଜନାରେ ସାମିଲ କରବାର ଦିଗେ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ। ସେନ୍‌ତା ଗଣେଶର ଅଁାଖିର ଚିକିସତ୍ା ବାବ୍‌ଦେ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିସତ୍ା ଅଧ୍‌କାରୀ ପ୍ରଭାସ ପଧାନକୁଁ ପଚରାଲାରୁ ତାକର ଅଁାଖି ପରୀକ୍ଷା କଲା ଉତାରୁ କେନ୍‌ ପରକାର ଚିକିସତ୍ା ଦରକାର କହିହେବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଜଳଭଣ୍ଡାରରେ ବଢୁଛି ବନ୍ୟାଜଳ ପରିମାଣ, ପୁଣି ଖୋଲିଲା ୫ ଗେଟ୍‌, ଜଳସ୍ତର ରହିଛି…

ସମ୍ବଲପୁର,୧୭ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ଅତ୍ୟଧକ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ ଜଳଭଣ୍ଡାରର…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

ସମ୍ବଲପୁର ଯୁଯୁମୁରା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ମହିଳା ଓଏଏସ୍ ଟ୍ରେନିଙ୍କ ସମେତ ୨ ମୃତ, ୧୨ ଆହତ

ସମ୍ବଲପୁର,୧୫|୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଜାତୀୟ ରାଜପଥ-୫୫ରେ ସମ୍ବଲପୁର ପଟକୁ ଯାଉଥିବା ଓଡ଼ିଶା…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri