୫ ନାବାଳକଙ୍କୁ ଧରିଲା ବଡ଼ ବଜାର ପୋଲିସ: ୩ ମୋବାଇଲ ଜବତ

ବ୍ରହ୍ମପୁର ଅଫିସ,୨୯।୫- ଚୋରି ଅଭିଯୋଗରେ ବଡବଜାର ପୋଲିସ ବୁଧବାର ୫ ଜଣ ନାବାଳକଙ୍କୁ ଚୋରି ଅଭିଯୋଗରେ ଧରିଛି। ସେମାନଙ୍କ ନିକଟରୁ ୩ ମୋବାଇଲ, ୨ ବ୍ଲୁ ଟୁଥ୍‌ ଓ ୫ ଇଅର ଫୋନ୍‌ ଜବତ କରାଯାଇଛି । ମାମଲା ନଂ(୮୭/୧୯) ଅନୁଯାୟୀ ସେମାନଙ୍କୁ ଜୁବେନାଇଲ୍‌ ଜଷ୍ଟିସ ବୋର୍ଡ଼କୁ ପଠାଇଦିଆଯାଇଥିବା ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି। ପୂର୍ବରୁ ଉକ୍ତ ନାବାଳକ ଗ୍ୟାଙ୍ଗଙ୍କୁ ଅନ୍ୟ ଏକ ଚୋରି ଅଭିଯୋଗରେ ଜୁବେନାଇଲ ଜଷ୍ଟିସ ବୋର୍ଡ଼କୁ ପଠାଯାଇଥିଲା। ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଧରାପଡି ନ ଥିବା ପୋଲିସ ସୂଚନା ଦେଇଛି ।

ପ୍ରକାଶ ଯେ, ଉକ୍ତ ଥାନା ଅନ୍ତର୍ଗତ ଲାଲା ସାହିରେ ଥିବା ଜିଓ ମୋବାଇଲ ଦୋକାନରୁ ଗତ ୨୩ ବିଳମ୍ବିତ ରାତିରେ ମୋବାଇଲ ଓ ମୋବାଇଲ ପାଇଁ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିଲା। ଦୋକାନ ମାଲିକ କାଳିଆ ସାହୁ ଏ ନେଇ ବଡବଜ଼ାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସିସି କ୍ୟାମେରା ଭିଡିଓ ଫୁଟେଜକୁ ଆଧାର କରି ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଥିବା ନେଇ ଥାନାଧିକାରୀ ଭୂପତି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିବାବେଳେ ହତ୍ୟା: ବ୍ୟବଚ୍ଛେଦ ପାଇଁ ଖଟିଆରେ ବୁହା ହୋଇ ଆସିଲା ମୃତଦେହ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୫ା୭(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ନିରାକାର ପରିଡ଼ାଭ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କଣ୍ଟିପାଳ ପଞ୍ଚାୟତ ପଇତାପାଣି ଗ୍ରାମରେ ଗତ ଜୁଲାଇ ୩ ତାରିଖ ରାତିରେ ଶୋଇଥିବାବେଳେ ଏକ…

ବର୍ଷା ପାଇଁ ଭଞ୍ଜନଗର ୱାଟର ପାର୍କବନ୍ଦ: ଜଳଭଣ୍ଡାରର ଜଳସ୍ତର ବୃଦ୍ଧି

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ମୌସୁମୀ ବର୍ଷା ଆରମ୍ଭ ହେବା ସହ ଭଞ୍ଜନଗର ୱାଟର ପାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା ଯଥେଷ୍ଟ କମିଯାଇଛି। ଅନ୍ୟପକ୍ଷରେ ପରିଚାଳନା ଖର୍ଚ୍ଚ ବଢ଼ିବା…

ଗାଲେରୀ କାଳୀ ମନ୍ଦିରରୁ ବଡ଼ ଧରଣର ଚୋରି; କୋଟି କୋଟି ଟଙ୍କାର ଅଳଙ୍କାର ଲୁଟ୍‌

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳରେ ଚୋରି ଓ ଡକାୟତି ଘଟଣା ଦିନକୁ ଦିନ ବଢ଼ୁଥିବା ବେଳେ ରବିବାର ସକାଳେ ଆଉ ଏକ…

ପୋଡ଼ମପେଟା ପରେ ଏବେ ଆର୍ଯ୍ୟପଲ୍ଲୀ: କୂଳ ଲଙ୍ଘୁଛି ସମୁଦ୍ର, ଚିନ୍ତାରେ ମତ୍ସ୍ୟଜୀବୀ ସମ୍ପ୍ରଦାୟ

ଛତ୍ରପୁର, ୫।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସମୁଦ୍ର କୂଳ କ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ପୋଡ଼ମପେଟା ସମେତ ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର କୂଳ…

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଛାତ୍ରୀ ଗୁରୁତର, ବିଧାୟକ ମେଡିକାଲରେ ପହଞ୍ଚି…

ଗଞ୍ଜାମ,୪ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅନ୍ତର୍ଗତ ଓ୍ବାର୍ଡ ନଂ ୧୧ ଦାମୋଦରପୁର ଗ୍ରାମର ଭାସ୍କର ବେହେରାଙ୍କ ଝିଅ ବିଜ୍ଞାନ ଛାତ୍ରୀ ସ୍ମୃତିମୟୀ ବେହେରା ଶନିବାର ଅପରାହ୍ନରେ ବିଦ୍ୟୁତ୍‌…

ବାହାଘର ଶୋଭାଯାତ୍ରାରେ ପୋଲିସ କନେଷ୍ଟବଳଙ୍କୁ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୪|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏକ ବିବାହ ଶୋଭାଯାତ୍ରା ରେ ଶୁକ୍ରବାର ମଧ୍ୟାହ୍ନରେ ଜଣେ କନଷ୍ଟେବଳ…

ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ପ୍ରବେଶ ଉପରେ କଟକଣା: ଭୋକ ଉପାସରେ ପରିବାର, କ୍ଷୋବ ପ୍ରକାଶ କରି…

ଛତ୍ରପୁର, ୪।୭ (ଦିଲ୍ଲୀପି ସାମଲ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ ଆଗାମୀ ଜୁଲାଇ ୫ ପର୍ଯ୍ୟନ୍ତ ଗଞ୍ଜାମ ଜିଲାରେ ଲଘୁଚାପ ଜନିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri