୫୨ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୭ା୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୨, ୩୪୦ରେ ପହଞ୍ଚିଛି। ପ୍ରାଣ ହରାଇଲେଣି ୧,୭୬୮ ଲୋକ। ବିଭିନ୍ନ ରାଜ୍ୟରେ ସଂକ୍ରମଣ ସ୍ଥିତି କ୍ରମଶଃ ଜଟିଳ ହେବାରେ ଲାଗିଛି। ସବୁଠାରୁ ବଡ଼କଥା ହେଲା ଗତ ୨୪ ଘଣ୍ଟା ମଧ୍ୟରେ ୨,୯୩୪ ନୂଆ ମାମଲା ସାମ୍ନାକୁ ଆସିବା ସହ ୭୫ ଜଣଙ୍କ ମୃତ୍ୟୁ ଘଟିଛି। କ୍ରମବର୍ଦ୍ଧିଷ୍ଣୁ ରୋଗୀସଂଖ୍ୟା ପରିସ୍ଥିତିକୁ ଜଟିଳ କରିପକାଉଛି। ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ବୁଧବାର ସୁଦ୍ଧା ୧୬,୭୬୦ରେ ପହଞ୍ଚିଛି। ଅନେକ ସ୍ଥାନରେ ହଟ୍‌ସ୍ପଟ୍‌ ଚିହ୍ନଟ କରାଯାଇଛି। କେବଳ ବୁଧବାର ଏହି ରାଜ୍ୟରେ ୧,୨୩୪ ନୂଆ ମାମଲା ନଜରକୁ ଆସିଛି। ମହାରାଷ୍ଟ୍ରରେ ମୋଟ ୬୫୧ ବ୍ୟକ୍ତି ପ୍ରାଣ ହରାଇଲେଣି। ଗୁଜରାଟ ଦ୍ୱିତୀୟ ରାଜ୍ୟ ଭାବେ ସଂକ୍ରମିତ ତାଲିକାରେ ରହିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୬,୬୨୫ରେ ପହଞ୍ଚିଥିବା ବେଳେ ୩୯୬ ଜଣ ପ୍ରାଣ ହରାଇଲେଣି। ସେହିଭଳି ରାଜଧାନୀ ଦିଲ୍ଲୀରେ ୫,୦୦୪ ବ୍ୟକ୍ତି ଆକ୍ରାନ୍ତ ରହିଥିବା ବେଳେ ୬୫ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ତାମିଲନାଡ଼ୁରେ ୪,୮୨୯ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୩୫କୁ ବଢ଼ିଛି। ମଧ୍ୟପ୍ରଦେଶରେ ୧୭୬ ଜଣଙ୍କ ଜୀବନ ଯାଇଥିବା ବେଳେ ୩,୧୩୭ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି। ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ମଧ୍ୟ ସଂକ୍ରମିତଙ୍କ ତାଲିକା ଲମ୍ବି ଲମ୍ବି ଚାଲିଛି। ଏହି ଦୁଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଯଥାକ୍ରମେ ୨,୮୮୦ ଓ ୩,୨୪୦କୁ ବୃଦ୍ଧିପାଇଛି। ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଏଠାରେ ଯଥାକ୍ରମେ ୫୬ ଓ ୯୦।
ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ୧,୭୭୭ ଭୂତାଣୁ ଆକ୍ରାନ୍ତ ରହିଥିବା ବେଳେ ୩୬ ଜଣ ଜୀବନ ହରାଇଛନ୍ତି। ସେହିଭଳି ପଶ୍ଚିମବଙ୍ଗରେ ୧,୪୫୬ ଆକ୍ରାନ୍ତ ରହଥିବା ବେଳେ ୧୪୪ ବ୍ୟକ୍ତି ମୃତ୍ୟୁମୁଖରେ ପଡ଼ିଛନ୍ତି। ପଞ୍ଜାବରେ ୨୭, ତେଲଙ୍ଗାନାରେ ୨୯, କର୍ନାଟକରେ ୨୯ ଜୀବନ ଯାଇଛି। ଯଦିଓ ପ୍ରାୟ ୧୫ ହଜାର ସଂକ୍ରମିତ ସୁସ୍ଥହୋଇ ଘରକୁ ଫେରିଛନ୍ତି, ତଥାପି ଉଗ୍ର ସଂକ୍ରମଣ ସ୍ଥିତି ଏବେ ଭାରତ ଲାଗି ବିପଦ ଆଣିଦେଇଛି। ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ଦୁର୍ଦ୍ଦଶା ବଢ଼ାଇବାର ଆଶଙ୍କା କରାଯାଉଛି। ଏହି ମହାମାରୀରୁ ବର୍ତ୍ତିବା ଲାଗି କେବଳ ସାମାଜିକ ଦୂରତ୍ୱ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ଯଦି ଏହାକୁ ଅଣଦେଖା କରାଯାଏ, ତେବେ ପାଶ୍ଚାତ୍ୟ ଦେଶ ଭଳି ପରିଣାମ ଭୋଗକରିବା ହିଁ ସାର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତିର ଶୋଷଣ ନୂଆ ରୋଗର ପ୍ରକୋପ ବଢ଼ାଇବ

ଓ୍ବାଶିଂଟନ,୧୬ା୪: ମହାମାରୀ କରୋନା ଯୋଗୁ ବିଶ୍ୱ ଏବେ ଥରହର। କେହି କେହି ଏହା ମାନବୀୟ ଅବହେଳାର ପରିଣାମ ବୋଲି କହୁଥିବା ବେଳେ ପ୍ରକୃତିର ଶୋଷଣ ଏଭଳି...

ଟ୍ରାଫିକ୍‌ ନିୟମ ଭାଙ୍ଗିଥିବା ୫୧ ପୋଲିସ ବାବୁଙ୍କୁ ଜରିମାନା

ମିରଟ,୭।୯: ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପୋଲିସ ବାବୁମାନେ ମଧ୍ୟ ଏହି ନୂଆ ଆଇନ ଅନୁସାରେ...

ଦେଶରେ ବଢୁଛି ନୂଆ କୋଭିଡ୍‌ ଷ୍ଟ୍ରେନ

ନୂଆଦିଲ୍ଲୀ,୪।୧: ଦେଶର ବିଭିନ୍ନ ସ୍ଥାନରୁ ସୋମବାର କୋଭିଡ୍‌-୧୯ ନୂତନ ଷ୍ଟ୍ରେନର ୯ଟି ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ଦେଶରେ ନୂତନ ଷ୍ଟ୍ରେନ ସଂକ୍ରମିତଙ୍କ ସଂଖ୍ୟା...

ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ

ଅଯୋଧ୍ୟା,୩ ।୧୦: ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ରବିବାର ସକାଳେ ହଠାତ୍ ବିଗିଡି ଯାଇଛି । ଜିଲା...

ହଠାତ୍‌ ଗୁରୁଦ୍ୱାରା ପହଞ୍ଚିଲେ ମୋଦି: ଗୁରୁ ତେଗ୍‌ ବାହାଦୂରଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୨୦।୧୨: ଦେଶବ୍ୟାପୀ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନରେ ପଞ୍ଜାବ ଏବଂ ହରିୟାଣାର ଚାଷୀ ସଂଗଠନ ଗୁଡ଼ିକ କୃଷି ଆଇନ ହଟାଇବା ନେଇ ଦାବି ଜାରି...

ଲକ୍‌ଡାଉନ୍‌ ସମୟରେ ଘରେ ମଦ ପହଞ୍ଚାଉଛି କୁକୁର, ଭିଡିଓ ଭାଇରାଲ

ଓ୍ବାଶିଂଟନ୍‌: କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଏହାକୁ ରୋକିବା ପାଇଁ ଅଧିକାଂଶ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିରୁ ମଧ୍ୟ ବାଦ୍‌...

ଆଜି ରାଜ୍ୟରେ ପୁଣି ୧୯୧୩ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ରାଜ୍ୟରେ ପୁଣି ୧୯୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୦୯ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୮୦୪ ଜଣ ଲୋକାଲ କେସ୍‌...

CORONAVIRUS UPDATE: ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଲା କରୋନା; ଗୋଟିଏ ଦିନରେ ୧୦୭୮ ଚିହ୍ନଟ

ଭୁବନେଶ୍ୱର, ୨୨।୭(ବ୍ୟୁରୋ): ରାଜ୍ୟରେ କରୋନା ସବୁ ରେକର୍ଡ ଭାଙ୍ଗିଛି। ଦିନକରେ ଅର୍ଥାତ୍‌ ବୁଧବାର ପୁଣି ୧୦୭୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ...

Advertisement


Archives

Model This Week