ପାରଳାଖେମୁଣ୍ଡି, ୧୯।୪ (ସ୍ବ.ପ୍ର.) – ଗଜପତି ଜିଲା ସଦର ପାରଳାଖେମୁଣ୍ଡିସ୍ଥିତ ଶିଶୁ କଲ୍ୟାଣ ସମିତି ପକ୍ଷରୁ ବିହାରରେ ଥିବା ୪ଜଣ ଶିଶୁ ଶ୍ରମିକଙ୍କୁ ଆଣିବା ପାଇଁ ବ୍ୟବସ୍ଥା ହେଉଥିବା ଶିଶୁକଲ୍ୟାଣ ସମିତି ପକ୍ଷରୁ କୁହାଯାଇଛି। ଏହି ଶିଶୁମାନେ ସେଠାରେ ନିର୍ଯାତିତ ହେଉଥିବା ଅଭିଯୋଗ ହୋଇଛି। ଖବରରୁ ଜଣାପଡିଛି ଗଜପତି ଜିଲା ରାୟଗଡ ବ୍ଲକ ଗଣ୍ଡାହାତୀ ଅଞ୍ଚଳର ଜଣେ ମଧ୍ୟସ୍ଥିଙ୍କ ଦ୍ୱାରା ପ୍ରଲୋଭିତ ହୋଇ ସେହି ଅଞ୍ଚଳର ୪ ଜଣ ନାବାଳକଙ୍କ ସମେତ ମୋଟ ୬ ଜଣ ବିହାର ଯାଇଥିଲେ। ବିହାରର ଗୟା ଜିଲା ଅନ୍ତର୍ଗତ ମାନପୁରଠାରେ ଥିବା ଏକ ଜୋତା କାରଖାନାରେ ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ସେଠାରେ କିଛି ଦିନ କାର୍ଯ୍ୟ କରିବା ପରେ ସେମାନଙ୍କୁ ନିର୍ଯାତନା ମିଳିଥିଲା। ସୁଯୋଗ ଦେଖି ସମ୍ପୃକ୍ତ ନାବାଳକମାନେ ଏହି ଖବର ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାରର ଅଭିଭାବକମାନେ ଏହା ଜାଣିବା ପରେ ସେମାନେ ପାରଳାଖେମୁଣ୍ଡିସ୍ଥିତ ଚାଇଲ୍ଡଲାଇନର ସହଯୋଗ ଲୋଡିଥିଲେ ା ପାରଳାଖେମୁଣ୍ଡି ଚାଇଲ୍ଡଲାଇନ ପକ୍ଷରୁ ଏହି ସମସ୍ତ ତଥ୍ୟ ଜିଲା ଶିଶୁ କଲ୍ୟାଣ ସମିତିକୁ ଅବଗତ କରାଯାଇଥିଲା। ଶିଶୁ କଲ୍ୟାଣ ସମିତି ସମ୍ପୃକ୍ତ ୪ ନାବାଳକଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ଗୟା ଜିଲା ଶିଶୁକଲ୍ୟାଣ ସମିତି ସହ ଯୋଗାଯୋଗ କରିଛି। ଖୁବ୍ଶୀଘ୍ର ନାବାଳକମାନଙ୍କୁ ଗଜପତି ଜିଲାକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ବିନୋଦ ଚନ୍ଦ୍ର ଜେନା କହିଛନ୍ତି ା
Posted inଆଞ୍ଚଳିକ ଖବର View All

କବାଟ ଭାଙ୍ଗି ଘରୁ ସୁନାଗହଣା, ଟଙ୍କା ଚୋରି
ଦିଗପହଣ୍ଡି,୯ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ଗୁଡ଼ିଆଗଳି ବାସିନ୍ଦା ସୁଦର୍ଶନ ସାହୁଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୪୦ ହଜାର ଟଙ୍କା ଏବଂ ବହୁ ପରିମାଣର ସୁନାଗହଣା...

ସୌଜନ୍ୟ ବଦଳରେ ସ୍ବଜନ୍ୟ ଲେଖାକୁ ନେଇ ଉଦବେଗ ପ୍ରକାଶ କଲେ ପର୍ଯ୍ୟଟକ
ଦାରିଙ୍ଗବାଡି, ୨୯।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଓଡିଶାର କାଶ୍ମୀର ଭାବେ ବହୁ ପରିଚିତ। ଦୈନିକ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡିକୁ ବୁଲିବାକୁ ଆସୁଛନ୍ତି...

ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ କରିଥିଲେ ହତ୍ୟା: କୋର୍ଟ ଶୁଣାଇଲେ ଆଜୀବନ କାରାଦଣ୍ଡ
ଭଞ୍ଜନଗର,୨୨।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଆଖୁପଦର ଗ୍ରାମର ଗୀତାଞ୍ଜଳୀ ମୁଳିଙ୍କୁ ତାଙ୍କ ସ୍ବାମୀ ରାଜୁ ମୁଳିି ୨୦୨୩ ମସିହା ମେ ମାସ...

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ନେଇ ଯାଉଥିବା ବୋଲେରୋ ଧକ୍କାରେ ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ
ରାଜନଗର,୨୧ା୨( ଭାସ୍କର ରାଉତରାୟ ): ମାଟ୍ରିକ ପିଲାଙ୍କୁ ନେଇ ପରୀକ୍ଷାକେନ୍ଦ୍ରକୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏକ ବୋଲେରୋ। ଫଳରେ ବୋଲେରୋରେ ଥିବା ୧୧ ପରୀକ୍ଷାର୍ଥୀ...

ଅଟୋ ଚଲାଇଲେ ମନ୍ତ୍ରୀ, ବସିଲେ ଏମ୍ଏଲ୍, ଏମ୍ପି
ଗଜପତି,୭।୧୧(ଗିରିଧାରୀ ପରିଛା): ଦିନିକିଆ ଗଜପତି ଜିଲା ଗସ୍ତରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗକୁଳ ମଲ୍ଲିକ। ୨ଦିନ ଧରି ପ୍ରଶାସନିକ ତରଫରୁ ଆୟୋଜିତ ମତ୍ସ୍ୟ...

ସହରରେ ଚାଞ୍ଚଲ୍ୟ: ମନୋରମାଙ୍କ ହତ୍ୟାକାରୀ ହାରିଦେଲେ ଜୀବନ
କେନ୍ଦୁଝର,୬ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟାଳୟରେ ଶଙ୍କରଗଳି ପବିତ୍ରଡିହାରେ ଗତ ୪ ତାରିଖରେ ଜଣେ ୨୦ ବର୍ଷୀୟା ଯୁବତୀ ମନୋରମା ବେହେରା ହତ୍ୟାକାଣ୍ଡର ଅଭିଯୁକ୍ତ...

ଓଡ଼ିଶା: ଆଜିର ଫଟୋ ( ୮ ଅଗଷ୍ଟ, ୨୦୨୪)
ଭୁବନେଶ୍ୱର ଉପକୂଳ ଅଞ୍ଚଳରେ ବର୍ଷା ହେବାପରେ ଚାଷୀମାନେ ଧାନ ଚାରା ରୋପଣ କରୁଛନ୍ତି

୩ ଦିନ ପରେ କୂଅରୁ ଉଦ୍ଧାର ହେଲା ଗାଈ, ଏହି ଦାବି କଲେ ସ୍ଥାନୀୟ ବାସିନ୍ଦା
ଦାରିଙ୍ଗବାଡି, ୮/୬ (ଅରୁଣ ସାହୁ ): କଥାରେ ଅଛି “ରଖେ ହରି ତ ମାରେ କିଏ”। ଏଭଳି ଉକ୍ତିକୁ ନେଇ ଅନେକ ସମୟରେ ଉଦାହରଣ ଦେଖିବାକୁ...
Archives
