୪ ଶିକାରୀ ଅଟକ, ୨ ବନ୍ଧୁକ ଜବତ

ଝରିଗାଁ,୧୪ା୬(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଭଇରାଘୁମର ଜଙ୍ଗଲକୁ ଚଢ଼େଇ ଶିକାର କରିବା ନେଇ ଆସିଥିବା କୁହୁଡି ଗ୍ରାମର ୪ ଜଣଙ୍କୁ ଝରିଗାଁ ବନାଞ୍ଚଳ କାର୍ଯ୍ୟାଳୟରେ ଅଟକ ରଖିବା ସହ ସେମାନଙ୍କ ନିକଟରୁ ଦୁଇ ଦେଶୀ ପୁରୁଣା ବନ୍ଧୁକ ଜବତ କରାଯାଇଛି। ପ୍ରାପ୍ତ ଖବରରୁ ପ୍ରକାଶ ଯେ, ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଭୁବନେଶ୍ୱରରୁ ସର୍ଭେ ପାଇଁ ଆସିଥିବା ଟିମ୍‌ ସହ ସ୍ଥାନୀୟ ବନ ବିଭାଗୀୟ ରେଞ୍ଜର ମୁକୁନ୍ଦ ଦିଶାରୀ, ଫରେଷ୍ଟର ଚନ୍ଦ୍ରଧ୍ୱଜ ଲାମତାଙ୍କ ସହ ବନ ବିଭାଗୀୟ କର୍ମଚାରୀମାନେ ଗୁରୁବାର ଚକଲାପଦରସ୍ଥିତ ଘୁମର ଜଙ୍ଗଲକୁ ଯାଇଥିଲେ। ସେଠାରେ ଚଢ଼େଇ ଶିକାରକୁ ଆସିଥିବା ଲୋକଙ୍କ ସହ ସାମ୍ନାସାମ୍ନି ହୋଇଥିଲେ। ଦୁଇଜଣ ଦେଶୀ ବନ୍ଧୁକଧାରୀଙ୍କ ସହ ଆଉ ଦୁଇ ଜଣଙ୍କୁ ବନ ବିଭାଗୀୟ କର୍ମଚାରୀମାନେ ଧରି ଝରିଗାଁ ବନ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆଣିଥିଲେ। ସେମାନେ ହେଲେ କୁହୁଡ଼ି ଗ୍ରାମର ଅଭିକେତ ଭୁଞ୍ଜିଆ(୪୫), ମନୋହର ପୂଜାରୀ(୪୦), ବିକ୍ରମ ପୂଜାରୀ(୩୭) ଏବଂ ଗଜେନ୍ଦ୍ର ସୁନା(୪୨)। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ରେଞ୍ଜର ମୁକୁନ୍ଦ ଦିଶାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପରୀକ୍ଷାକୁ ଡଙ୍ଗରିଆଙ୍କ ନା

ରାୟଗଡ଼ା ଅଫିସ,୧୮।୫: ରାୟଗଡ଼ା ଜିଲା ନିୟମଗିରି ପାଦଦେଶରେ ବସବାସ କରୁଥିବା ୧୭ ଡଙ୍ଗରିଆ ଆଦିବାସୀ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ...

ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘର ଅନଶନ

ରାୟଗଡ଼ା ଅଫିସ,୧୯।୧୨: ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘ ପକ୍ଷରୁ ୧୦ଟି ଦାବି ନେଇ ରାୟଗଡ଼ା ଡିଭିଜନ ସମ୍ମୁଖରେ ଅନଶନ ପୂର୍ବାହ୍ନ ୧୦ଟାରୁ ୫ଟା ପର୍ଯ୍ୟନ୍ତ...

ମୁନିଗୁଡାରେ ଜେଏମ୍‌ଏଫ୍‌ସି କୋର୍ଟ ପାଇଁ ଜାଗା ଚି଼ହ୍ନଟ ପ୍ରକ୍ରିୟା ଆରମ୍ଭ

ମୁନିଗୁଡା,୧୬।୧୧: ରାୟଗଡା ଜିଲା ମୁନିଗୁଡାରେ ନୂତନ ଭାବେ ହେବାକୁ ଥିବା ଜେଏମ୍‌ଏଫ୍‌ସି କୋର୍ଟ ପାଇଁ ଶୁକ୍ରବାର ଜାଗା ଚି଼ହ୍ନଟ ପ୍ରକ୍ରିୟା ଆରମ୍ବ ହୋଇଛି। ମୁନିଗୁଡା ତହସିଲଦାର...

ବିବାହ କାର୍ଯ୍ୟରୁ ଫେରୁଥିବା କାର୍‌ ଦୁର୍ଘଟଣାଗସ୍ତ

ପାପଡାହାଣ୍ଡି,୧।୫(ଡି.ଏନ୍‌.ଏ.): ବିବାହ କାର୍ଯ୍ୟରେ ଯୋଗ ଦେଇ ଫେରୁଥିବା ଏକ କାର୍‌ ନବରଙ୍ଗପୁର ଜଲା ପାପଡାହାଣ୍ଡି ବ୍ଲକ  ତୁମ୍ବର୍ଲା ଫାଣ୍ଡି ନିକଟରେ ବୁଧବାର ଦୁର୍ଘଟଣାଗସ୍ତ ହୋଇଛି। ଏଥିରେ...

ସୁଙ୍ଗେର ବୋମା ନିଷ୍କ୍ରିୟ ମାମଲା: ୪୮ ଘଣ୍ଟା ମଧ୍ୟରେ ୬ଜଣଙ୍କୁ ବାନ୍ଧିଲା ରାୟଗଡ଼ା ପୋଲିସ

ରାୟଗଡ଼ା,୯।୧୨(ସ୍ବ.ପ୍ର.): ରାୟଗଡ଼ା ଜିଲା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ବୁଧବାର ଜିଲା ପୋଲିସ ଏବଂ ସିଆରପିଏଫ୍‌ କାଶୀପୁର ବ୍ଲକ ସୁଙ୍ଗେର ଗ୍ରାମର ଏକ...

ଗ୍ରାମାଞ୍ଚଳରେ ଅବାଧ ଅଶ୍ଳୀଳ ନୃତ୍ୟ

ଗୁଣପୁର,୮।୬(ଡି.ଏନ୍‌.ଏ.): ଅଶ୍ଲୀଳ ରେକର୍ଡ ଡ୍ୟାନ୍ସ ଉପରେ ଲଗାମ ଲାଗି ପାରୁନାହିଁ । ଯାତ୍ରା ନାମରେ ଚାଲିଛି ଅଙ୍ଗ ପ୍ରଦର୍ଶନ। ରାୟଗଡା ଜିଲା ଗୁଣପୁର ଏବଂ ରାମନାଗୁଡାର...

ରେରା ନିୟମ ଉଲ୍ଲଂଘନ କରି ଆପାର୍ଟମେଣ୍ଟ

ରାୟଗଡ଼ା ଅଫିସ,୨୧ା୧୧:ରାୟଗଡ଼ା ସହରରେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଗୃହ ନିର୍ମାଣ ପାଇଁ ସ୍ଥାନର ଅଭାବ ଦେଖାଦେଇଛି। ଫଳରେ ସହରରେ ଆପାର୍ଟମେଣ୍ଟର ଚାହିଦା ବଢ଼ୁଛି। ୫ ବର୍ଷ...

ମୁନିଗୁଡ଼ା ଅଞ୍ଚଳରେ ମାଓବାଦୀ ପୋଷ୍ଟର, ବ୍ୟାନର: ଲୋକେ ଭୟଭୀତ

ମୁନିଗୁଡା,୧୦।୧୧(ଡି.ଏନ୍‌.ଏ.): ରାୟଗଡା ଜିଲା ମୁନିଗୁଡା ବ୍ଲକ ତଥା ଅମ୍ବାଦଳା ଥାନା ଅନ୍ତର୍ଗତ ବିଜାବଣ୍ଡଳି ଗ୍ରାମ ଛକ ନିକଟରେ ରବିବାର ମାଓବାଦୀ ବ୍ୟାନର ଓ ପୋଷ୍ଟର ଲାଗିଥିବା...

Advertisement
Archives

Model This Week