୪୮୩ ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ

ଭଞ୍ଜନଗର,୧୮।୪(ଡି.ଏନ.ଏ)- ଯେଉଁ ଅଞ୍ଚଳରେ ଚାଷ ଜମିକୁ କେନାଲ ପାଣି ସୁବିଧା ନାହିଁ, ସେଠି ବୃହତ୍‌ ଉଠା ଜଳସେଚନ ମାଧ୍ୟମରେ ପାଣି ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏହିଭଳି ଗଞ୍ଜାମ ଜିଲାରେ ୧୪ ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ସେଥିମଧ୍ୟରୁ ୭ ପ୍ରକଳ୍ପ କାମ ସରିଛି। ୧୪ ପ୍ରକଳ୍ପ ପାଇଁ ପ୍ରାୟ ୫ଶହ କୋଟି ଟଙ୍କା ବ୍ୟୟ କରାଯାଇ ୪୮୩ ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ ରଖାଯାଇଛି। ଖରିଫ ସମେତ ରବିରେ ମଧ୍ୟ ଜମିକୁ ପାଇପ ଯୋଗେ ପାଣି ଯୋଗାଣ ଲକ୍ଷ୍ୟ ରଖାଯାଇଛି। ଇନଟେକ୍‌ୱେଲର ପାଣି ମହଜୁଦ୍‌କୁ ଦେଖି ପାଣି ଯୋଗାଇ ଦିଆଯିବ। ଖରିଫରେ ପାଣି ଯୋଗାଣରେ ବିଶେଷ ଅସୁବିଧା ହେବ ନାହିଁ। କିନ୍ତୁ ରବିରେ ଇନଟେକ୍‌ୱେଲରେ ପାଣି ରହିଲେ ହିଁ ପାଣି ଯୋଗାଇ ଦିଆଯିବ। ଚଳିତ ଖରିଫ ଋତୁରେ ପୂର୍ଣ୍ଣାଙ୍ଗ ହୋଇଥିବା ପ୍ରକଳ୍ପ ଗୁଡିକ ଉଦ୍‌ଘାଟନ ପରେ ଜମିକୁ ପାଣି ଯୋଗାଣ ଲକ୍ଷ୍ୟ ରଖାଯାଇଛି। ପାଣି ଯୋଗାଣ ହେଲେ ଚାଷୀମାନେ ପ୍ରକଳ୍ପର ଫାଇଦା ନେବେ। ପ୍ରକାଶ ଯେ,ଗଞ୍ଜାମ ଜିଲାରେ ବାରମ୍ବାର ବନ୍ୟା, ବାତ୍ୟା ସହ ମରୁଡି ଯୋଗୁ ବିଗତ କିଛିବର୍ଷ ହେବ ଚାଷୀମାନେ କ୍ଷତି ସହୁଛନ୍ତି। ତେଣୁ ସରକାରଙ୍କ ପକ୍ଷରୁ ମରୁଡି ମୁକାବିଲା ସହ ଅଧିକ ଅଞ୍ଚଳକୁ ଜଳସେଚନ ଲକ୍ଷ୍ୟ ନେଇ ବୃହତ ଉଠା ଜଳସେଚନ ପ୍ରକଳ୍ପ କାମ ଆରମ୍ଭ କରିଛନ୍ତି ା ଗଞ୍ଜାମ ଜିଲାର ଭଞ୍ଜନଗର ବ୍ଲକ ଗଣ୍ଡିଶୁଳା, ହରିଗଡ, ଗାଲେରୀ ଠାରେ ୩ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଉକ୍ତ ପ୍ରକଳ୍ପକୁ ଗ୍ରୀଡ୍‌ରୁ ସିଧା ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା ହେଉଛି। ଗାଲେରୀ ଓ ହରିଗଡ ପ୍ରକଳ୍ପ କାମ ପୂର୍ଣ୍ଣାଙ୍ଗ ହୋଇଥିବା ବେଳେ ଗଣ୍ଡିଶୁଳା ପମ୍ପ ହାଉସ କାମ ଚଳିତ ମାସ ଶେଷ ସୁଧା ସରିବା ଲକ୍ଷ୍ୟ ରଖାଯାଇଛି। ପାଇପ୍‌ କେଉଁ ଅଞ୍ଚଳରେ ବିଛାଯିବ ସେନେଇ ଚୂଡାନ୍ତ ହୋଇ ପାରିନାହିଁ। ତାହା ଚୁଡାନ୍ତ ହେଲେ ପାଇପ୍‌ ବିଛାଯିବ। ଏହି ପ୍ରକଳ୍ପର ଫାଇଦା ମୁଜାଗଡ ଓ ଗୁଣ୍ଡିରିବାଡି ପଞ୍ଚାୟତବାସୀ ପାଇବେ। ୩ଟି ଯାକ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରାୟ ୧୫୦ ହେକ୍ଟର ଜମିକୁ ଜଳସେଚନ ହେବ। ସେହିଭଳି ହନୁମନ୍ତପଲ୍ଲୀ, ମାଧବରିଡା, ପାଟପୁର, ସୋରଡା ପ୍ରକଳ୍ପ କାମ ସରିଛି। ମୁର୍ଗାପଲ୍ଲୀ, ଗୋକୁଳପୁର, ହରିପୁର, କଳିଙ୍ଗଦୋଳା, ଦେଉଳପଲ୍ଲୀ ୧ ଓ ୨ ପ୍ରମୁଖ ପ୍ରକଳ୍ପ କାମ ଚାଲିଛି। ଗତବର୍ଷ ଗାଲେରୀ ପ୍ରକଳ୍ପ ପାଇଁ ଥିବା ପାଇପ୍‌ରେ କୌଣସି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଫଳରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପାଇପ ପୋଡିଯାଇଥିଲା। ଏନେଇ ଗାଲେରୀ ପୋଲିସ ଏକ ମାମଲା ସେ ସମୟରେ ରୁଜୁ କରିଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରି ପାରିନାହିଁ। କମ୍ପାନୀର କ୍ଷତି ଯୋଗୁ କାମ ମଝିରେ ଧିମା ହୋଇଯାଇଥିଲା। ବର୍ତ୍ତମାନ ପୁଣି ସ୍ବାଭାବିକ ଭାବେ ଚାଲିଛି। ଖରିଫ ଫସଲ ଆରମ୍ଭ ପୂର୍ବରୁ ପ୍ରକଳ୍ପଗୁଡିକ ପୂର୍ଣ୍ଣାଙ୍ଗ କରି ପାଣି ଯୋଗାଇବା ବ୍ୟବସ୍ଥା କରିବା ପାଇଁ ଚାଷୀ ମହଲରେ ଦାବି ହୋଇଛି। ୧୪ଟି ଯାକ ପ୍ରକଳ୍ପ କାମ ରାଜ୍ୟ ବାହାରର ଏକ କମ୍ପାନୀ ନେଇଛି। ଗଣ୍ଡିଶୁଳା ପ୍ରକଳ୍ପ ଦାୟିତ୍ୱରେ ଥିବା ଜଣେ ଯନ୍ତ୍ରୀ ଏଠାରେ କହିଛନ୍ତି ଯେ, କାମ ସରିବା ପରେ ସରକାରଙ୍କୁ ପ୍ରକଳ୍ପ ହସ୍ତାନ୍ତର କରାଯିବ। କେତକ ପ୍ରକଳ୍ପ କାମର ପାଇପ ବିଛା ହୋଇନାହିଁ। ଆଗାମୀ ଦିନରେ ତାହା ପୂର୍ଣ୍ଣାଙ୍ଗ ହେବ। ବିଭିନ୍ନ କାରଣ ଯୋଗୁ କିଛି ପ୍ରକଳ୍ପ କାମ ଧିମେଇ ଯାଇଥିଲା। ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାମଗୁଡିକ ପୂର୍ଣ୍ଣାଙ୍ଗ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଠାକୁରାଣୀ ଯାତ୍ରା: ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼

ପୁରୁଷୋତ୍ତମପୁର,୧୫।୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଠାରେ ଚାଲିଥିବା ପଞ୍ଚଠାକୁରାଣୀଙ୍କ ଯାତ୍ରା ନବମ ଦିନରେ ପହଞ୍ଚିଛି। ପଞ୍ଚ ଠାକୁରାଣୀ ମା’ କନକା, କାଳୁଆ, ତାରାତାରିଣୀ, କାଳୀ...

ଦାଣ୍ଡ-ବାଡ଼ି କବାଟ କିଳି ଆତ୍ମହତ୍ୟା କଲେ ଯୁବକ, ୨-୩ ଦିନ ପରେ…

ଛତ୍ରପୁର,୧୫ା୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ପାଲିଆ ଛତ୍ରପୁର ମଝିସାହିରେ ଜଣେ ଯୁବକ ଛାତର କ୍ଲାମ୍ପରେ ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଥିବା...

ସକାଳୁ ଉଠିବାର କିଛି ସମୟ ପରେ ଛାତିରେ ହେଲା ପ୍ରବଳ ଯନ୍ତ୍ରଣା, ଆଉ ତା’ ପରେ…

ଭଞ୍ଜନଗର,୧୫ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଜଣାଶୁଣା ବ୍ୟବସାୟୀ ତଥା ବରିଷ୍ଠ ବିଜେଡି ସଂଗଠକ ବିଶ୍ୱନାଥ ପ୍ରଧାନ (୬୦) ଗୁରୁବାର ସକାଳୁ ଉଠିବା ପରେ...

ଭଞ୍ଜନଗରରେ ତ୍ରିରଙ୍ଗା ଶୋଭାଯାତ୍ରା,ସାମିଲ ହେଲେ ସବୁ ବର୍ଗର ଲୋକେ

ଭଞ୍ଜନଗର,୧୫।୫(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଗୁରୁବାର ଭାରତୀୟ ଯବାନଙ୍କ ପରାକ୍ରମକୁ ଦର୍ଶାଇ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ...

ପୁରୁଷୋତ୍ତମପୁରରେ ଉଡ଼ିଲା ତ୍ରିରଙ୍ଗା, ଅପରେଶନ ସିନ୍ଦୂରରେ ଯବାନଙ୍କ ବିରତ୍ୱକୁ ନେଇ ପରାକ୍ରମ ଶୋଭାଯାତ୍ରା

ପୁରୁଷୋତ୍ତମପୁର,୧୫।୫ (ସିମାଞ୍ଚଳ ମିଶ୍ର): ଜମ୍ମୁ କଶ୍ମୀରର ପହଲଗାମ୍‌ରେ ପାକିସ୍ଥାନୀ ଆତଙ୍କବାଦୀଙ୍କ ଆକ୍ରମଣର ଉଚିତ ଜବାବ ଦେଇ ‘ଅପରେଶନ ସିନ୍ଦୂର’ ଜରିଆରେ ପରାକ୍ରମ ଦେଖାଇଥିଲେ ଭାରତୀୟ ବୀର...

ଭାରତୀୟ ସେନାର ଶକ୍ତି ବଢାଇଲା ଓଡ଼ିଶା, ଟେଷ୍ଟ କଲା ଡ୍ରୋନ୍‌ କିଲର ‘ଭାର୍ଗବାସ୍ତ୍ର’

ବ୍ରହ୍ମପୁର,୧୫ା୫(ସୁବାସ ଚନ୍ଦ୍ର ପାଢ଼ୀ): ଡ୍ରୋନ୍‌ ଜରିଆରେ ହେଉଥିବା ଆକ୍ରମଣକୁ ରୋକିବା ପାଇଁ ‘ଭାର୍ଗବାସ୍ତ୍ର’ ନାମରେ ଏକ କାଉଣ୍ଟର୍‌ ଆଟାକ ସିଷ୍ଟମ ତିଆରି କରାଯାଇଛି। ଗଞ୍ଜାମ ଜିଲାର...

ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାକୁ ନେଇ ଉତ୍ସବମୁଖର ବାସୁଦେବପୁର, ଯୋଗ ଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୧୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବାସୁଦେବପୁର ଗ୍ରାମରେ ଚାଲିଥିବା ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ବୁଧବାର ୬ଷ୍ଠ ଦିନରେ ପହଞ୍ଚିିଛି। ୭...

ଜଙ୍ଗଲରେ ପ୍ରସ୍ତୁତ ହେଉଥିଲା ଦେଶୀ ମଦ: ଅତର୍କିତ ଚଢ଼ାଉ କରି ମଦ ପୋଚ୍‌ ଜବତ, ୪ଜଣଙ୍କ ନାମରେ ମାମଲା

ଦିଗପହଣ୍ଡି,୧୪।୫(ଅଶେଷ ନାଥ ମିଶ୍ର): ପ୍ରସ୍ତୁତ ହେଉଥିଲା ଅପମିଶ୍ରିତ ଦେଶୀ ମଦ। ପାଟ୍ରୋଲିଂ କରୁଥିବା ବେଳେ ଅତର୍କିତ ଚଢ଼ାଉ କରିଥିଲା ଦିଗପହଣ୍ଡି ପୋଲିସ। ଘଟଣାରେ ୮ ଶହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri