୪୮୩ ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ

ଭଞ୍ଜନଗର,୧୮।୪(ଡି.ଏନ.ଏ)- ଯେଉଁ ଅଞ୍ଚଳରେ ଚାଷ ଜମିକୁ କେନାଲ ପାଣି ସୁବିଧା ନାହିଁ, ସେଠି ବୃହତ୍‌ ଉଠା ଜଳସେଚନ ମାଧ୍ୟମରେ ପାଣି ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏହିଭଳି ଗଞ୍ଜାମ ଜିଲାରେ ୧୪ ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ସେଥିମଧ୍ୟରୁ ୭ ପ୍ରକଳ୍ପ କାମ ସରିଛି। ୧୪ ପ୍ରକଳ୍ପ ପାଇଁ ପ୍ରାୟ ୫ଶହ କୋଟି ଟଙ୍କା ବ୍ୟୟ କରାଯାଇ ୪୮୩ ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ ରଖାଯାଇଛି। ଖରିଫ ସମେତ ରବିରେ ମଧ୍ୟ ଜମିକୁ ପାଇପ ଯୋଗେ ପାଣି ଯୋଗାଣ ଲକ୍ଷ୍ୟ ରଖାଯାଇଛି। ଇନଟେକ୍‌ୱେଲର ପାଣି ମହଜୁଦ୍‌କୁ ଦେଖି ପାଣି ଯୋଗାଇ ଦିଆଯିବ। ଖରିଫରେ ପାଣି ଯୋଗାଣରେ ବିଶେଷ ଅସୁବିଧା ହେବ ନାହିଁ। କିନ୍ତୁ ରବିରେ ଇନଟେକ୍‌ୱେଲରେ ପାଣି ରହିଲେ ହିଁ ପାଣି ଯୋଗାଇ ଦିଆଯିବ। ଚଳିତ ଖରିଫ ଋତୁରେ ପୂର୍ଣ୍ଣାଙ୍ଗ ହୋଇଥିବା ପ୍ରକଳ୍ପ ଗୁଡିକ ଉଦ୍‌ଘାଟନ ପରେ ଜମିକୁ ପାଣି ଯୋଗାଣ ଲକ୍ଷ୍ୟ ରଖାଯାଇଛି। ପାଣି ଯୋଗାଣ ହେଲେ ଚାଷୀମାନେ ପ୍ରକଳ୍ପର ଫାଇଦା ନେବେ। ପ୍ରକାଶ ଯେ,ଗଞ୍ଜାମ ଜିଲାରେ ବାରମ୍ବାର ବନ୍ୟା, ବାତ୍ୟା ସହ ମରୁଡି ଯୋଗୁ ବିଗତ କିଛିବର୍ଷ ହେବ ଚାଷୀମାନେ କ୍ଷତି ସହୁଛନ୍ତି। ତେଣୁ ସରକାରଙ୍କ ପକ୍ଷରୁ ମରୁଡି ମୁକାବିଲା ସହ ଅଧିକ ଅଞ୍ଚଳକୁ ଜଳସେଚନ ଲକ୍ଷ୍ୟ ନେଇ ବୃହତ ଉଠା ଜଳସେଚନ ପ୍ରକଳ୍ପ କାମ ଆରମ୍ଭ କରିଛନ୍ତି ା ଗଞ୍ଜାମ ଜିଲାର ଭଞ୍ଜନଗର ବ୍ଲକ ଗଣ୍ଡିଶୁଳା, ହରିଗଡ, ଗାଲେରୀ ଠାରେ ୩ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଉକ୍ତ ପ୍ରକଳ୍ପକୁ ଗ୍ରୀଡ୍‌ରୁ ସିଧା ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା ହେଉଛି। ଗାଲେରୀ ଓ ହରିଗଡ ପ୍ରକଳ୍ପ କାମ ପୂର୍ଣ୍ଣାଙ୍ଗ ହୋଇଥିବା ବେଳେ ଗଣ୍ଡିଶୁଳା ପମ୍ପ ହାଉସ କାମ ଚଳିତ ମାସ ଶେଷ ସୁଧା ସରିବା ଲକ୍ଷ୍ୟ ରଖାଯାଇଛି। ପାଇପ୍‌ କେଉଁ ଅଞ୍ଚଳରେ ବିଛାଯିବ ସେନେଇ ଚୂଡାନ୍ତ ହୋଇ ପାରିନାହିଁ। ତାହା ଚୁଡାନ୍ତ ହେଲେ ପାଇପ୍‌ ବିଛାଯିବ। ଏହି ପ୍ରକଳ୍ପର ଫାଇଦା ମୁଜାଗଡ ଓ ଗୁଣ୍ଡିରିବାଡି ପଞ୍ଚାୟତବାସୀ ପାଇବେ। ୩ଟି ଯାକ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରାୟ ୧୫୦ ହେକ୍ଟର ଜମିକୁ ଜଳସେଚନ ହେବ। ସେହିଭଳି ହନୁମନ୍ତପଲ୍ଲୀ, ମାଧବରିଡା, ପାଟପୁର, ସୋରଡା ପ୍ରକଳ୍ପ କାମ ସରିଛି। ମୁର୍ଗାପଲ୍ଲୀ, ଗୋକୁଳପୁର, ହରିପୁର, କଳିଙ୍ଗଦୋଳା, ଦେଉଳପଲ୍ଲୀ ୧ ଓ ୨ ପ୍ରମୁଖ ପ୍ରକଳ୍ପ କାମ ଚାଲିଛି। ଗତବର୍ଷ ଗାଲେରୀ ପ୍ରକଳ୍ପ ପାଇଁ ଥିବା ପାଇପ୍‌ରେ କୌଣସି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଫଳରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପାଇପ ପୋଡିଯାଇଥିଲା। ଏନେଇ ଗାଲେରୀ ପୋଲିସ ଏକ ମାମଲା ସେ ସମୟରେ ରୁଜୁ କରିଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରି ପାରିନାହିଁ। କମ୍ପାନୀର କ୍ଷତି ଯୋଗୁ କାମ ମଝିରେ ଧିମା ହୋଇଯାଇଥିଲା। ବର୍ତ୍ତମାନ ପୁଣି ସ୍ବାଭାବିକ ଭାବେ ଚାଲିଛି। ଖରିଫ ଫସଲ ଆରମ୍ଭ ପୂର୍ବରୁ ପ୍ରକଳ୍ପଗୁଡିକ ପୂର୍ଣ୍ଣାଙ୍ଗ କରି ପାଣି ଯୋଗାଇବା ବ୍ୟବସ୍ଥା କରିବା ପାଇଁ ଚାଷୀ ମହଲରେ ଦାବି ହୋଇଛି। ୧୪ଟି ଯାକ ପ୍ରକଳ୍ପ କାମ ରାଜ୍ୟ ବାହାରର ଏକ କମ୍ପାନୀ ନେଇଛି। ଗଣ୍ଡିଶୁଳା ପ୍ରକଳ୍ପ ଦାୟିତ୍ୱରେ ଥିବା ଜଣେ ଯନ୍ତ୍ରୀ ଏଠାରେ କହିଛନ୍ତି ଯେ, କାମ ସରିବା ପରେ ସରକାରଙ୍କୁ ପ୍ରକଳ୍ପ ହସ୍ତାନ୍ତର କରାଯିବ। କେତକ ପ୍ରକଳ୍ପ କାମର ପାଇପ ବିଛା ହୋଇନାହିଁ। ଆଗାମୀ ଦିନରେ ତାହା ପୂର୍ଣ୍ଣାଙ୍ଗ ହେବ। ବିଭିନ୍ନ କାରଣ ଯୋଗୁ କିଛି ପ୍ରକଳ୍ପ କାମ ଧିମେଇ ଯାଇଥିଲା। ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାମଗୁଡିକ ପୂର୍ଣ୍ଣାଙ୍ଗ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

କେସିଙ୍ଗା ପଞ୍ଚାୟତ ସମିତିରେ ପାନୀୟଜଳବିଦ୍ୟୁତ ଉପରେ ଗୁରୁତ୍ୱ

କେସିଙ୍ଗା, ୨୧।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୧ତମ ସାଧାରଣ ବୈଠକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ସଭାପତିତ୍ୱରେ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ…

ନୂତନ ପରିବା ବଜାର କମ୍ପ୍ଲେକ୍ସକୁ ସ୍ଥାନାନ୍ତର ପାଇଁ ତତ୍ପର ପୌରପରିଷଦ

ଛତ୍ରପୁର, ୨୧/୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଜନସାଧାରଣଙ୍କ ସୁବିଧା ପାଇଁ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ନବନିର୍ମିତ ପରିବା…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

ଏନସିସି ନାଭାଲ ୱିଙ୍ଗ କ୍ୟାଡେଟ ଚୟନ ଶିବିର: ଯୋଗ୍ୟ ଛାତ୍ରୀଛାତ୍ର ଚୟନ

ଭଞ୍ଜନଗର,୨୧।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶୁକ୍ରବାର ଏନସିସି ନାଭାଲ ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ…

ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇ ଆଉ ଫେରି ନ ଥିଲେ ପୂର୍ଣ୍ଣବାସୀ: ମାଟିତଳୁ ମିଳିଲା…

ସୋରଡା,୨୧।୮(ରଜନି ମହାପାତ୍ର):ଗଞ୍ଜାମ ସୋରଡା ଥାନା ସାପଡିହ ଗାଁରେ ଅଭାବନୀୟ ଘଟଣା । ଜଙ୍ଗଲରୁ ମିଳିଲା ମହିଳାଙ୍କ ମୃତଦେହ। ମାଟିତଳୁ ଉଦ୍ଧାର ହେଲା ମୃତଦେହ। ମୃତକ ହେଲେ ସାପଡିହ…

ଭୁବନେଶ୍ୱରରୁ ଆସିଲା ଦଳୀୟ ସୁପ୍ରିମୋଙ୍କ ଡାକରା, ଶଙ୍ଖଭବନରେ ପହଞ୍ଚିଲେ ଗଞ୍ଜାମ ବିଜେଡି ନେତା, ବଡ଼ଧରଣର…

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ। ଏଥିପାଇଁ ଚଳଚଞ୍ଚଳ ଶଙ୍ଖଭବନ। ଦଳୀୟ ସଂଗଠନ କିଭଳି ସୁଦୃଢ଼ ହେବ ସେଥିପାଇଁ ଚାଲିଛି ମାନସ ମନ୍ଥନ। ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri