Posted inଫୁରସତ

୪୭ବର୍ଷ ପୁରୁଣା ଜୋତାର ମୂଲ୍ୟ ୩ କୋଟି

ଜୋତା ପୁରୁଣା ହୋଇଗଲା ପରେ ତା’ର ସ୍ଥାନ ଅଳିଆଗଦା ହୋଇଥାଏ। ଯେତେ ଦାମୀ ହେଲେ ହେଁ ପୁରୁଣା ଚିରାଫଟା ଜୋତାକୁ କେହି ପାଦରେ ପିନ୍ଧିବାକୁ ଚାହାନ୍ତି ନାହିଁ। କିନ୍ତୁ ନିକଟରେ ନ୍ୟୁୟର୍କର ସୋଦବୀ ଅକ୍ସନ ହାଉସ୍‌ରେ ହୋଇଥିବା ନିଲାମୀରେ ୪୭ ବର୍ଷ ପୁରୁଣା ଏକ ଜୋତା ଯେତିକି ମୂଲ୍ୟରେ ବିକ୍ରି ହୋଇଛି ତାହା ସମସ୍ତଙ୍କୁ ଚକିତ କରିଦେଇଛି। କାରଣ ତାହା ନିଲାମ ହୋଇଛି ହଜାରେ କି ଲକ୍ଷେ ନୁହେଁ, ୩ କୋଟି ଟଙ୍କାରେ। ଏହା ହେଉଛି କୌଣସି ପୁରୁଣା ଜୋତାର ସବୁଠାରୁ ବଡ଼ ନିଲାମୀ। ଭାବୁଥିବେ ଏହି ଜୋତାର ନିଶ୍ଚୟ କିଛି ବିଶେଷତ୍ୱ ଥିବ। ହଁ, ଧଳା ରଙ୍ଗର ଏହି ଜୋତାକୁ ଆଟଲିଟ୍‌ଙ୍କ ପାଇଁ ୧୯୭୨ରେ ନାଇକ୍‌ର କୋ ଫାଉଣ୍ଡର ଓ ଟ୍ରାକ କୋଚ୍‌ ବିଲ ବୋଓ୍ବର୍ନମନ୍‌ ଡିଜାଇନ କରିଥିଲେ। ଏ ହେଉଛି ନାଇକ୍‌ର ପ୍ରଥମ ସ୍ନିକର। ୧୯୭୨ର ଅଲିମ୍ପିକ୍‌ ଟ୍ରାଏଲ ପାଇଁ ଏହାକୁ ତିଆରି କରାଯାଇଥିଲା। ଉକ୍ତ ଜୋତାର ନାମ ‘ମୁନ୍‌ ଶୁ’ ରଖାଯାଇଥିଲା। ସେତେବେଳେ ଏହାର ମାତ୍ର ୧୨ ଯୋଡ଼ି ତିଆରି ହୋଇଥିଲା। ଜୋତାଟିକୁ ନିଲାମରେ ଏତେଟଙ୍କା ଦେଇ ନେଇଥିବା ବ୍ୟକ୍ତି ଜଣକ ହେଉଛନ୍ତି କାନାଡାର ମାଇଲ୍ସ ନାଡାଲ। ସେ ଐତିହାସିକ ମହତ୍ତ୍ୱସମ୍ପନ୍ନ ଜିନିଷକୁ ଅଧିକରୁ ଅଧିକ ଟଙ୍କାରେ କିଣି ନିଜ ସଂଗ୍ରହାଳୟରେ ରଖନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ପାଇଁ ମହିଳା ରାତିରେ କରନ୍ତି ହଳ….

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପାଳିତ ହୋଇଥାଏ। ଉତ୍ତରପ୍ରଦେଶ କାନପୁରରେ ଇନ୍ଦ୍ରବେଦଙ୍କୁ ଖୁସି କରିବା ପାଇଁ ସ୍ଥାନୀୟ ଦୋଲପୁରରେ ରାତିରେ ମହିଳାମାନେ ହଳ...

ପ୍ରଥମ ଦରମା ଟଙ୍କାରେ ମା’ ଭଗବତୀଙ୍କ ପାଖେ ଭୋଗ କରିଥିଲି: ମହେଶ୍ବର ଜେନା

ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅନ୍ତର୍ଗତ ସାନହନ୍ତୁଆଡ ଗାଁରେ ମୋର ଜନ୍ମ। ବାଣପୁର ବାଳକ ଉଚ୍ଚ ବିଦ୍ୟାଳୟରୁ ୧୯୮୮ରେ ମାଟ୍ରିକ ପାସ୍‌ କରିବା ପରେ ଗୋଦାବରୀଶ...

ମେଦବୃଦ୍ଧି ସମସ୍ୟା ଦୂର କରେ ଥଣ୍ଡା କ୍ଷୀର

କ୍ଷୀର ଆମ ଶରୀର ପାଇଁ କେତେ ଉପକାରୀ, ତାହା ସମସ୍ତଙ୍କୁ ଜଣା। ବିଶେଷକରି ଉଷୁମ କ୍ଷୀର ପିଇବାକୁ ସମସ୍ତେ ଭଲପାଆନ୍ତି। ହେଲେ ଶୁଣି ଆଶ୍ଚର୍ଯ୍ୟ ହେବେ...

ବିଶ୍ୱର ସବୁଠୁ ଭୋକିଲା, ମାରାତ୍ମକ ଜୀବ

ନୂଆଦିଲ୍ଲୀ: ସାଧାରଣତଃ ସାପ ଭୟଙ୍କର ବୋଲି ସମସ୍ତେ ଜାଣିଛନ୍ତି। ସାପର ବିଷ ନିମିଷକରେ ମଣିଷର ଜୀବନ ନେଇଯାଏ। ମାତ୍ର ସାପଠାରୁ ବି ଭୟଙ୍କର ଜୀବ ଅଛି।...

ଟାର୍ଗେଟ୍‌ ଅଲିମ୍ପିକ୍ସ

୧୯୯୩ ମସିହା ମେ ୧୦ ତାରିଖ ସୁନ୍ଦରଗଡ଼ ଜିଲା ସଉନାମରା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଅମିତ ରୋହିଦାସ। ୪ବର୍ଷ ବୟସରୁ ହକି ଖେଳିବା ପ୍ରତି...

ଏଠାରେ କଏଦୀଙ୍କ ସହ ରୁହନ୍ତି ପକ୍ଷୀ, କାରଣ ଜାଣିଲେ…

ଆପଣ ନିଶ୍ଚିତ ଭାବରେ ଟିଭିରେ ଜେଲ୍‌ ପରିସ୍ଥିତି ଦେଖିଥିବେ। ଜେଲରେ ବନ୍ଦୀ ଭାବେ ଜୀବନ କାଟିବା ଅତ୍ୟନ୍ତ କଷ୍ଟକର। କିନ୍ତୁ ଏମିତି ଏକ ଜେଲ୍‌ ଅଛି,...

ଛାତ୍ରବତ୍ସଳ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌

ଦେବଭୂମି ପବିତ୍ର ଭାରତବର୍ଷରେ ଯେଉଁ କେତେଜଣ ମହାନ୍‌ ଦାର୍ଶନିକ, ରାଷ୍ଟ୍ରନାୟକ, ଚିନ୍ତାନାୟକ, ମାନବପ୍ରେମୀ ସେମାନଙ୍କର ଉତ୍ସର୍ଗୀକୃତ ସେବା, ତ୍ୟାଗ, ପ୍ରେମର ପ୍ରତିଦାନରେ ଭାରତବର୍ଷକୁ ସମଗ୍ର ବିଶ୍ୱରେ...

ପ୍ରେମ ଦିବସ ପାଇଁ ୧୪୪ ଧାରା

ଲକ୍ଷ୍ନୌ: କୋଭିଡ୍‌-୧୯ ମହାମାରୀ ସମ୍ପୂର୍ଣ୍ଣ ଯାଇ ନ ଥିଲେ ମଧ୍ୟ ବହୁ ମାତ୍ରାରେ ସେଥିରୁ ଦେଶ ମୁକ୍ତି ପାଇଛି। ବର୍ତ୍ତମାନ ପ୍ରେମୀଯୁଗଳଙ୍କ ପାଇଁ ପ୍ରେମ ସପ୍ତାହ...

Advertisement
Archives

Model This Week