୪ଟି ବସ୍‌ ଯୋଗେ ସୁରତରୁ ଗଞ୍ଜାମ ଫେରୁଛନ୍ତି ୨୨୮ ଶ୍ରମିକ: ନିଜ ପଞ୍ଚାୟତ ଆଇସୋଲଶନ ସେଣ୍ଟରରେ ରହିବେ ୧୪ ଦିନ

ଛତ୍ରପୁର, ୨୮।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ୨୨୮ ଶ୍ରମିକ ନିଜ ଖର୍ଚ୍ଚରେ ୪ଟି ବସ୍‌ ଯୋଗେ ସୁରତରୁ ଗଞ୍ଜାମ ଫେରୁଥିବା ନେଇ ଗଞ୍ଜାମ ଜ଼ିଲା ପ୍ରଶାସନକୁ ଖବର ମିଳିଛି। ସୋମବାର ସୁରତରୁ ବାହାରିଥିବା ଉକ୍ତ ବସ୍‌ଗୁଡିକ ବୁଧବାର ସକାଳେ ଗଞ୍ଜାମ ଜ଼ିଲାରେ ପହଞ୍ଚିବ ବୋଲି ଜଣାପଡିଛି । ଏ ସମ୍ପର୍କରେ ଗଞ୍ଜାମ ଜିଲା ପ୍ରଶାସନକୁ ଖବର ଆସିବା ପରେ ପ୍ରଶାସନ ସଜାଗ ହୋଇଉଠିଛି। ଜ଼ିଲା ସୀମାନ୍ତରେ ସମସ୍ତେ ପହଞ୍ଚିବା ପରେ ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ନିକଟ ବସ୍‌ ଟର୍ମିନାଲକୁ ଅଣାଯିବ। ସେଠାରେ ସମସ୍ତଙ୍କର ସ୍କ୍ରିନିଂ କରାଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ପରେ ସମସ୍ତଙ୍କୁ ନିଜ ପଞ୍ଚାୟତ ଆଇସୋଲଶନ ସେଣ୍ଟରରେ ୧୪ ଦିନ କ୍ୱାରାଣ୍ଟାଇନରେ ରଖାଯିବ ବୋଲି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି। ଏଥିସହ ଛତ୍ରପୁର ବସ୍‌ ଟର୍ମିନାଲରେ ମଧ୍ୟ ସୁରତ ଫେରନ୍ତାଙ୍କୁ ରିସିଭ କରାଯାଇପାରିବ ବୋଲି ସୂଚନା ଦିଆଯାଇଛି। ବ୍ରହ୍ମପୁର ଉର୍ଣ୍ଣୟନ କର୍ତ୍ତୃପକ୍ଷ(ବିଡିଏ) ଏଥିରେ ସହଯୋଗ କରିବେ। ଛତ୍ରପୁରସ୍ଥିତ କୋଭିଡ ସେଲ ଏହାର ମନିଟରିଂ କରୁଛନ୍ତି । ଫ୍ଲୁ ସହ ଜ୍ୱର ଥିଲେ ସେମାନଙ୍କର ସ୍ବାବ ଟେଷ୍ଟିଙ୍ଗ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ-ପଥର ମାଫିଆ ଛକାପଞ୍ଝା

ଢେଙ୍କାନାଳ ଅଫିସ, ୨୦।୯ – ପ୍ରଶାସନ ଆଖିରେ ଧୂଳିଦେଇ ସୁରକ୍ଷିତ ଭାବେ ପଥର ଚୋରା ଚାଲାଣ କରିବାକୁ କରାଯାଇଛି ହ୍ବାଟ୍‌ସ ଆପ୍‌ ଗ୍ରୁପ୍‌। ତହସିଲ କର୍ମଚାରୀଙ୍କ...

ଔଷଧ ପ୍ରସ୍ତୁତିରେ ବିତୁଛି ବେଳ

କେନ୍ଦୁଝର, ୩ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)-କେନ୍ଦୁଝର ସଦର ବ୍ଲକ ଅଧୀନ ବେଲପଶି ଗ୍ରାମର କବିରାଜ ହରେକୃଷ୍ଣ ମହାନ୍ତ ବେଶ ଜଣାଶୁଣା। ତାଙ୍କ ଜଡିବୁଟି ଔଷଧରେ ଅନେକ ରୋଗ...

ବ୍ଲକ୍‌ ପ୍ରଶାସନକୁ ମାସ୍କ ଯୋଗାଇଲା ମା’ଶକ୍ତି ଏସ୍‌ଏଚ୍‌ଜି

ଏରସମା,୨୭ା୪ (ସ୍ବ.ପ୍ର.): କରୋନା ମୁକାବିଲା ଲାଗି ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏହି ପରିପ୍ରେକ୍ଷୀରେ ସବୁ ଲୋକଙ୍କୁ ମାସ୍କ...

ବାଲେଶ୍ୱର ସହରରେ ଲାଗିଲା ୬ ସାନିଟାଇଜ ମେଶିନ

ବାଲେଶ୍ୱର ଅଫିସ, ୫।୬: ମହାମାରୀ କରୋନା ଯୋଗୁ ସବୁବର୍ଗର ଲୋକେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କ ହାତପାଣ୍ଠିରୁ ୧୦ଲକ୍ଷ...

ମାଓବାଦୀଙ୍କ ଶହୀଦ ସପ୍ତାହ : କୋରାପୁଟ ଜିଲାରେ ହାଇଆର୍ଲଟ, ଗାଡ଼ି ଚଳାଚଳ ବନ୍ଦ

କୋରାପୁଟ,୨୮।୭(ସ୍ବ.ପ୍ର.): ଅବିଭକ୍ତ କୋରାପୁଟ ଜିଲାରେ ମାଓବାଦୀଙ୍କ ପକ୍ଷରୁ ଶହୀଦ ସପ୍ତାହ ଆରମ୍ଭ ହୋଇଥିବାବେଳେ କୋରାପୁଟରେ ଆଂଶିକ ପ୍ରଭାବ ଦେଖାଯାଇଛି। ବିଶେଷକରି ଜିଲାର ପଟ୍ଟାଙ୍ଗି ବ୍ଲକର ଆବଲି,...

ଚରମ୍ପାରେ ହେବ ଫ୍ଲାଏଓଭର ବ୍ରିଜ୍‌

ଭଦ୍ରକ ଅଫିସ, ୧୯।୫ – ଭଦ୍ରକ ଜିଲା ଚରମ୍ପାରେ ଫ୍ଲାଏଓଭର ବ୍ରିଜ୍‌ ନିର୍ମାଣ ହେବ। ଜାତୀୟ ରାଜପଥ ପ୍ରାଧିକରଣର କର୍ତ୍ତୃପକ୍ଷ ନିକଟରେ ଏନେଇ କ୍ଷେତ୍ର ପରିଦର୍ଶନ...

‘ଦୃଢ଼ ଇଚ୍ଛାଶକ୍ତିରେ ଚାଲିଛି ୫-ଟି, ମୋ ସରକାର’

ଭୁବନେଶ୍ୱର,୧୫।୨(ବ୍ୟୁରୋ): ସ୍ବଚ୍ଛ ଉପାୟରେ ଜନସାଧାରଣଙ୍କୁ ସେବା ଯୋଗାଇ ରାଜ୍ୟ ସରକାର ପ୍ରଶାସନିକ ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି। ପରାମର୍ଶଭିତ୍ତିକ ପ୍ରଶାସନ ହେଉଛି ବିକାଶ ଯାତ୍ରାର...

ପାଣି ପାଇଁ ବିକଳ ସହରବାସୀ

ଢେଙ୍କାନାଳ ଅଫିସ, ୯।୭:  ମୁନ୍ଦାଏ ପାଣି ପାଇଁ ଏଠି ନିତି ସଂଘର୍ଷ। ପାଣି ଚିନ୍ତାରୁ ଆରମ୍ଭ ହୁଏ ସକାଳ। ବର୍ଷା ଦିନେ ବି ମିଳେନି ସମସ୍ୟାରୁ ମୁକ୍ତି।...

Coronavirus Update


Archives

Model This Week

Why Dharitri