୩ ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି,୧୯।୪ (ଡି.ଏନ.ଏ.)- ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ୩ ଜଣ ହାର୍ଡକୋର ମାଓବାଦୀଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ମଙ୍ଗଳ କୁଞ୍ଜାମି୍‌, ବୁଦୁରା ମାଡକାମି ଓ  ବାମନ୍‌ ମାଣ୍ଡାବି। ବସ୍ତର ରେଞ୍ଜ ଡି.ଆଇ.ଜି. ବିବେକାନନ୍ଦ ସିହ୍ନାଙ୍କ ସୂଚନା ଅନୁଯାୟୀ  ଦାନ୍ତେୱାଡା ଜିଲା କଟ୍‌କଲ୍ୟାଣ ଅଞ୍ଚଳରେ ପୋଲିସ କୋମ୍ବିଂ ଅପରେସନ କରୁଥିବା ବେଳେ  ଉପରୋକ୍ତ ମାଓବାଦୀଙ୍କୁ ଗିରଫ କରିଥିଲା।  ସେମାନଙ୍କଠାରୁ ବିପୁଳ ପରିମାଣରେ ଅଫୁଟା ବୋମା,  ଜିଲୋଟିନ୍‌ , ବ୍ୟାନର ଓ ପୋଷ୍ଟର ଜବତ ହୋଇଛି। ଏହି ୩ ଜଣ ଜନ ମିଲିସିଆ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ଓଡିଶା, ଆନ୍ଧ୍ର ଓ ଛତିଶଗଡରେ ବହୁ ମାଓବାଦୀ ହିଂସାରେ ଜଡିତ  ଅଛନ୍ତି। ଇନ୍‌ଫରର୍ମର ସନ୍ଦେହରେ ହତ୍ୟା, ରାସ୍ତାକାମକୁ ବିରୋଧ କରି ଗାଡି ପୋଡିବା, ପୋଲିସ ଉପରେ ଆକ୍ରମଣ ଭଳି ବହୁ ମାମଲାରେ ସେମାନେ  ଜଡିତ ଥିବା ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ AI ଭିଡିଓ ପୋଷ୍ଟ କରି ଯୁବକ ଗିରଫ

ଭୁବନେଶ୍ୱର,୧୮।୬: ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ AI ତିଆରି ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ଅଭିଯୋଗରେ ରାୟଗଡ଼ା ଜିଲାର ଜଣେ ଯୁବକଙ୍କୁ କ୍ରାଇମ ବ୍ରାଞ୍ଚ ଗିରଫ...

ଝିଅ ଘରକୁ ଯାଇ ଫେରୁଥିଲେ, ପଛପଟୁ ପିଟିଲା ବାଇକ୍‌: ଚାଲିଗଲା ରାମଙ୍କ ଜୀବନ

କଲ୍ୟାଣସିଂହପୁର,୧୮।୬(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କାଶିପୁର ବ୍ଲକ କଲ୍ୟାଣସିହପୁର ସିମାନ୍ତ ମାଣ୍ଡିବିସି ପଞ୍ଚାୟତରର ଭିତରଚରା ଗାଁରେ ଏକ ବାଇକ୍‌ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କ...

ଶୋଇଥିବା ବେଳେ ଚୋଟ ମାରିଲା ସାପ, ଚାଲିଗଲା ନାବାଳକଙ୍କ ଜୀବନ

ଗୁଣପୁର,୧୭।୬(ପ୍ରଦୀପ କୁମାର ପାଢ଼ୀ)- ରାୟଗଡ଼ା ଜିଲା ଗୁଡ଼ାରୀ ବ୍ଲକ ପେଣ୍ଡିଲି ପଞ୍ଚାୟତ ଦୁପୁଲୁ ପାଡୁ ଗ୍ରାମର ଜନୈକ ନାବାଳକଙ୍କ ସାପ କାମୁଡାରେ ମୁତ୍ୟୁ ହୋଇଥିବା ଅଭିଯୋଗ...

ଆମ୍ବଗଛ ତଳେ ବାଇକ୍‌ ରଖି ଝୁଲିପଡ଼ିଲେ ଯୁବକ, କେଉଁ ପରିସ୍ଥିତିରେ ସେ…

ରାୟଗଡ଼ା,୮ା୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ଅନ୍ତର୍ଗତ କାଣିଯୋଡ଼ି ଆମ୍ବତୋଟା ନିକଟରେ ଏକ ଆମ୍ବଗଛରେ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ...

ଦେଢ଼ ମାସ ତଳେ କରିଥିଲେ ପ୍ରେମ ବିବାହ, ଗୋଟିଏ ଗଛରେ ଝୁଲିପଡ଼ିଲେ ନବଦମ୍ପତି

ରାୟଗଡ଼ା,୪ା୬(ଆଶିଷ ରଞ୍ଜନ ପଣ୍ଡା): ଗଛରୁ ଝୁଲନ୍ତା ଅବସ୍ଥାରେ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ରାୟଗଡ଼ା ଜିଲା ଅଣ୍ଡିରାକଞ୍ଚ ଥାନା ଅନ୍ତର୍ଗତ ପାଇକକୁପାଖାଲ ଗ୍ରାମରେ ଏଭଳି ଅଭାବନୀୟ...

ହୋଟେଲ ମାଲିକଙ୍କ ଘରୁ ୧୦ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ପୋଛିନେଲେ ଚୋର: ଧରିପାରୁନି ପୋଲିସ

ରାୟଗଡ଼ା,୩୦।୫(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରର ନିୟୁ କଲୋନୀରେ ରହୁଥିବା ହୋଟେଲ କୈଳାଶର ମାଲିକ ସୁବ୍ରତ ପତିଙ୍କ ଘରେ ଗୁରୁବାର ବିଳମ୍ବିତ ରାତିରେ ଏକ ବଡ଼...

ଭିଜିଲାନ୍ସ ଜାଲରେ ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ଗାଡ଼ିରୁ ମିଳିଲା ପୁଳା ପୁଳା ଟଙ୍କା…

ରାୟଗଡ଼ା,୨୮।୫(ଆଶିଷ ରଞ୍ଜନ ପଣ୍ଡା)- ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ଜାଲରେ ପଡ଼ିଲେ ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସହଦେବ କିଶନ। ତାଙ୍କ ନିକଟରୁ ଲକ୍ଷାଧିକ...

ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ଧକ୍କା, ଚାଲିଗଲା ୨ ବାଇକ ଆରୋହୀଙ୍କ ଜୀବନ

ରାୟଗଡା,୨୭।୫(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ସିର୍ଜୁଳି ପଞ୍ଚାୟତର କଇଠପଦର ନିକଟ ମୁଖ୍ୟରାସ୍ତା ଉପରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଛିଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri