Posted inଖେଳ

୩ ମାସ ପରେ ଲା ଲିଗାର ପ୍ରତ୍ୟାବର୍ତ୍ତନ: ରିୟଲ ବେଟିସ୍‌କୁ ହରାଇଲା ସେବିଲା

ମାଡ୍ରିଡ,୧୨।୬: ଦୀର୍ଘ ୩ ମାସ ପରେ ସ୍ପାନିଶ ଫୁଟବଲ ଲିଗ୍‌ ଗୁରବାର ପ୍ରତ୍ୟାବର୍ତ୍ତନ କରିଛି। ପ୍ରତ୍ୟାବର୍ତ୍ତନର ପ୍ରଥମ ମ୍ୟାଚ୍‌ରେ ସେବିଲା ତା’ର ସ୍ଥାନୀୟ ପ୍ରତିଦ୍ୱନ୍ଦ୍ୱୀ ରିୟଲ ବେଟିସ୍‌କୁ ୨-୦ ଗୋଲରେ ପରାସ୍ତ କରିଛି। କୋଡିଡ-୧୯ କାରଣରୁ ମାର୍ଚ୍ଚ ମାସରୁ ସ୍ଥଗିତ ରହିଥିଲା। ଏହାପୂର୍ବରୁ ଜର୍ମାନୀର ଜଣାଶୁଣା ଫୁଟବଲ ଲିଗ୍ନ ବଣ୍ଡେସ୍‌ଲିଗା ମଧ୍ୟ ଆରମ୍ଭ ହୋଇଛି। ଏହାପରେ ଇଂଲଣ୍ଡର ପ୍ରିମିୟର ଲିଗ୍‌ ଓ ଇଟାଲୀଆନ୍‌ ଲିଗ୍‌କୁ ଆରମ୍ଭ କରିବାକୁ ପ୍ରସ୍ତୁତି ଜାରି ରହିଛି।
ସେବିଲା ଓ ରିୟଲ ବେଟିସ୍‌ ମଧ୍ୟରେ ଖେଳାଳଯାଇଥିବା ମ୍ୟାଚ୍‌ରେ ସରକାରଙ୍କ ସବୁ ନିର୍ଦ୍ଦେଶନାମାକୁ ପାଳନ କରାଯାଇଥିଲା। ସୁରକ୍ଷା ଓ ସ୍ବାସ୍ଥ୍ୟଗତ ଦୃଷ୍ଟିକୋଣରୁ ସବୁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ମ୍ୟାଚ୍‌ର ୫୬ତମ ମିନିଟ୍‌ରେ ସେବିଲା ତଫରୁ ଲୁକାସ ଓକାମ୍ପୋସ ପେନାଲ୍ଟି ଜରିଆରେ ପ୍ରଥମ ଗୋଲ ସ୍କୋର କରିଥିଲେ। ସେହିପରି ୬୨ତମ ମିନିଟ୍‌ରେ ଫର୍ଣ୍ଣାଣ୍ଡୋ ଗୋଲ ଦେଇ ସେବିଲାକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଅନ୍ୟପଟେ ରିୟଲ ବେଟିସ୍‌ ତରଫରୁ ଗୋଟିଏ ହେଲେ ବି ଗୋଲ ସ୍କୋର କରାଯାଇ ନ ଥିଲା। ସେବିଲା ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ୪୩,୦୦୦ କ୍ଷମତା ବିଶିଷ୍ଟ ରାମୋନ ସାଞ୍ଚେଜ୍‌ ପିଜଜୁଆନ୍‌ ଷ୍ଟାଡିୟମରେ ଦର୍ଶକ ଅନୁପସ୍ଥିତ ଥିଲେ। ତେବେ ଟେଲିଭିଜନ୍‌ରେ ଦର୍ଶକ ଏହି ମ୍ୟାଚ୍‌କୁ ଉପଭୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୁଜରାଟର ଅବିଶ୍ୱସନୀୟ ବିଜୟ

ଲକ୍ଷ୍ନୌ,୨୨।୪: ଭରତରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଆଇପିଏଲ୍‌ର ୩୦ତମ ଲୋସ୍କୋରିଂ ମ୍ୟାଚ୍‌ରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ...

ଅଲିମ୍ପିକ ପ୍ରସ୍ତୁତି ପାଇଁ ବିସିସିଆଇ ଦେବ ୧୦ କୋଟି

ନୂଆଦିଲ୍ଲୀ, ୨୧ା୬(ପି.ଟି.)-ଅଲିମ୍ପିକ୍ସରେ ଭାଗନେବାକୁ ଥିବା ଭାରତୀୟ ଆଥ୍‌ଲେଟମାନଙ୍କ ଟ୍ରେନିଂ ଓ ପ୍ରସ୍ତୁତି ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧୦ କୋଟି ଟଙ୍କା ସହାୟତା...

କିଟ୍‌ ମହିଳା ରୋଇଂ ଦଳକୁ ରୌପ୍ୟ

ଭୁବନେଶ୍ୱର, ୩୦।୫ (କ୍ରୀଡ଼ା ପ୍ରତିନିଧି): ଉତ୍ତର ପ୍ରଦେଶର ବିଭିନ୍ନ ସହରରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ କିଟ୍‌ର ମହିଳା ରୋଇଂ ଦଳ ରୌପ୍ୟ ପଦକ...

କ୍ୱାର୍ଟରରେ ଅମିତ ପଙ୍ଘାଲ

ବର୍ମିଂହାମ୍‌,୧ା୮: ଭାରତୀୟ ବକ୍ସର ଅମିତ ପଙ୍ଘାଲ ବିଜୟ ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତାଙ୍କର ଅଭିଯାନ ଆରମ୍ଭ କରିଛନ୍ତି। ସୋମବାର ସେ ପୁରୁଷ ଫ୍ଲାଇଓ୍ବେଟ୍‌ (୫୧କେଜି) କ୍ୱାର୍ଟର...

ଜାତୀୟ ଦଳରୁ ଆସିଲା ଡାକରା

ଚେନ୍ନାଇ,୩୦।୧: ଆସନ୍ତା ୭ ତାରିଖରୁ ଅହମ୍ମଦାବାଦଠାରୁ ଆରମ୍ଭ ହେବାକୁ ଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ସିରିଜ୍‌ ଲାଗି ଭାରତୀୟ ଦଳରେ ଦୁଇ ଖେଳାଳିଙ୍କୁ ସାମିଲ...

ବୋଲର୍‌ ହେବା ଲାଗି ଝାଳ ବୁହାଉଛନ୍ତି କୋହଲି

ନୂଆଦିଲ୍ଲୀ, ୨୦।୯: ଏବେ ବ୍ୟାଟିଂ ବ୍ୟତିତ ବୋଲିଂ କରିବାକୁ ମନ ବଳାଇଲେଣି ପୂର୍ବ ଭାରତୀୟ ଅଧିନାୟକ ତଥା ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି। ମଙ୍ଗଳବାର ଭାରତ...

ଅଷ୍ଟ୍ରେଲିଆ ସାମ୍ନାରେ ୨୫୬ ରନ ଲକ୍ଷ୍ୟ

ମୁମ୍ବାଇ, ୧୪।୧- ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ସାମ୍ନାରେ ଭାରତ ୨୫୬ ରନ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଟସ୍‌...

ଉଦ୍‌ଘାଟନୀ ମ୍ୟାଚରେ କେରଳ ବ୍ଲାଷ୍ଟର୍ସ ବିଜୟୀ

କୋଚି, ୨୧ା୧୦- ଇଣ୍ଡିଆନ ସୁପର ଲିଗ୍‌ ୨୦୧୯-୨୦ର ଉଦ୍‌ଘାଟନୀ ମ୍ୟାଚରେ ଦୁଇଥର ରନର୍ସ ଅପ୍‌ କେରଳ ବ୍ଲାଷ୍ଟର୍ସ ବିଜୟ ଲାଭ କରିଛି। ସ୍ଥାନୀୟ ଜବାହରଲାଲ ନେହେରୁ...

Advertisement
Archives

Model This Week