Posted inଜାତୀୟ

୩ ମାସରେ ଜନ୍ମ ହୋଇନାହାନ୍ତି ଝିଅ

ଡେରାଡୁନ୍‌,୨୨ା୭: ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲାର ୧୩୨ ଗାଁରେ ୩ମାସ ମଧ୍ୟରେ ଆଦୌ ଝିଅ ଜନ୍ମ ହୋଇନାହାନ୍ତି। ଏହି ସମୟ ମଧ୍ୟରେ ଜନ୍ମିତ ସମସ୍ତ ୨୧୬ ଶିଶୁ ପୁଅ। କେନ୍ଦ୍ର ସରକାର ‘ବେଟି ବଚାଓ ବେଟି ପଢ଼ାଓ’ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ଗତ ୩ ମାସ ମଧ୍ୟରେ ଏହିସବୁ ଅଞ୍ଚଳରେ କନ୍ୟା ଶିଶୁ ଜନ୍ମ ନ ହେବା ଜିଲା ପ୍ରଶାସନ ପାଇଁ ସମସ୍ୟା ସୃଷ୍ଟି କରିଛି। ଏହି ଯୋଜନା ଏଠାରେ ଆଦୌ କାର୍ଯ୍ୟକାରୀ ହେଉ ନ ଥିବା ସୂଚନା ମିଳୁଛି।
ଏ ସମ୍ପର୍କରେ ଜିଲାପାଳ ଡ. ଆଶିଷ ଚୌହାନଙ୍କ କହିବା କଥା ହେଲା, ଯେଉଁସବୁ ଅଞ୍ଚଳରେ ଆଦୌ ଝିଅ ଜନ୍ମ ହୋଇନାହାନ୍ତି କିମ୍ବା ଝିଅ ଜନ୍ମ ସଂଖ୍ୟା ଖୁବ୍‌ କମ୍‌ ସେ ସବୁ ଅଞ୍ଚଳକୁ ଚିହ୍ନଟ କରାଯାଉଛି। ଏହା ପଛରେ କାରଣ ତର୍ଜମା କରାଯିବା ସହ ବିସ୍ତୃତ ସର୍ବେକ୍ଷଣ କରାଯିବ ବୋଲି ସେ କହିଛନ୍ତି। ସେହିସବୁ ଅଞ୍ଚଳରେ ଆଶାକର୍ମୀମାନେ କନ୍ୟାସନ୍ତାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଲିଙ୍ଗ ଅସମାନତା ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରି ଦାଖଲ କରିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ସାମାଜିକ କର୍ମୀ କଳ୍ପନା ଠାକୁର କହିଛନ୍ତି, ଶିଶୁକନ୍ୟା ଆଦୌ ଜନ୍ମ ନ ହେବା ପଛରେ ଭ୍ରୂଣହତ୍ୟା ମୁଖ୍ୟ କାରଣ। ସରକାର ଏବଂ ପ୍ରଶାସନ ଏ ଦିଗରେ କିଛି କରୁନାହାନ୍ତି। ସେହିପରି ବରିଷ୍ଠ ଖବରଦାତା ଶିବ ସିଂ ଥନଭାଲ୍‌ କହିଛନ୍ତି, ଭ୍ରୂଣହତ୍ୟା ଯୋଗୁ କେବଳ ପୁଅ ଜନ୍ମ ହେଉଛନ୍ତି। ଏହି କୁପ୍ରଥାର ମୂଳପୋଛ ପାଇଁ ପ୍ରଶାସନ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ ।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇ ଭିଓ୍ବଣ୍ଡିରେ ଶିଳ୍ପ କେନ୍ଦ୍ର ଭଙ୍ଗା ଯୋଜନା: ୨୦ ଲକ୍ଷରୁ ଅଧିକ ବେରୋଜଗାର ହେବା ଆଶଙ୍କା

ମୁମ୍ବାଇ,୨୭।୧୧: ମୁମ୍ବାଇ ଭିଓ୍ବାଣ୍ଡି ଅଞ୍ଚଳରେ ଥିବା ବିଭିନ୍ନ ଶିଳ୍ପ କେନ୍ଦ୍ରକୁ ଭଙ୍ଗାଯିବା ପାଇଁ ସରକାର ଯୋଜନା କରିଛନ୍ତି। ଏହା ଦ୍ୱାରା ୨୦ ଲକ୍ଷରୁ ଅଧିକ ଲୋକ...

ପଶ୍ଚିମବଙ୍ଗରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥରମାଡ଼

କୋଲକାତା,୧୧।୬: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଦିଆଯାଇଥିବା ବିବାଦୀୟ ବୟାନକୁ ନେଇ ଏବେ ଦେଶର ବିଭିନ୍ନ ପ୍ରାନ୍ତରେ ହିଂସାକାଣ୍ଡ ଘଟିବା ସହ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ପଥରମାଡ଼...

ଆତଙ୍କବାଦୀଙ୍କୁ ଧରିବା ଲାଗି ମୁସଲମାନ ସଂଗଠନର ସହଯୋଗ ଲୋଡିଲେ ଡିଜିପି…

ଗୁଆହାଟୀ, ୪।୯ : ଆସାମରେ ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏପରିସ୍ଥଳେ ଆସାମ ପୋଲିସର ମହାନିର୍ଦ୍ଦେଶକ(ଡିଜିପି) ଭାସ୍କର ଜ୍ୟୋତି ମହନ୍ତ...

ନୈନିତାଲରେ ଆମେରିକା ସ୍କୁଟରରେ ପୋଲିସ ପାଟ୍ରୋଲିଂ, ଦାମ୍‌ ୨ ଲକ୍ଷ…

ନୈନିତାଲ,୧୧।୭ : ସ୍ମାର୍ଟ ପୋଲିସ ହେବା ଲାଗି ଉତ୍ତରାଖଣ୍ଡ ପୋଲିସ ପଦକ୍ଷେପ ଗ୍ରହଣ କରିଛି। ଏହି ମର୍ମରେ ନୈନିତାଲରେ ପୋଲିସକୁ ଏଣିକି ଏକ ଭିନ୍ନ ଢଙ୍ଗରେ...

ଯବାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ପୂର୍ବରୁ କେଦାରନାଥ ଏବଂ ବଦ୍ରିନାଥ ଗସ୍ତ କରିବେ। ସର୍ବପ୍ରଥମେ, ଅକ୍ଟୋବର ୨୨ରେ, ପ୍ରଧାନମନ୍ତ୍ରୀ କେଦାରନାଥ ଧାମରେ ପ୍ରାର୍ଥନା କରିବେ...

କଙ୍ଗନାଙ୍କ ଉପରେ ଦେଶଦ୍ରୋହ

ନୂଆଦିଲ୍ଲୀ, ୨୧।୧୧: ଇନଷ୍ଟାଗ୍ରାମରେ ଷ୍ଟୋରି ପୋଷ୍ଟ କରିବାରୁ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କ ଉପରେ ରୁଜୁ ହୋଇଛି ଦେଶଦ୍ରୋହ ମାମଲା। ଭାରତୀୟ ଯୁବ କଂଗ୍ରେସ (ଆଇୟାଇସି)...

ଜମ୍ମୁ-କଶ୍ମୀରରେ ଏନ୍‌କାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ୩ ଆତଙ୍କବାଦୀ

ଶ୍ରୀନଗର,୩୧।୧: ଜମ୍ମୁ-କଶ୍ମୀରରେ ପୁଣି ଥରେ ଆକ୍ରମଣ ଷଡ଼ଯନ୍ତ୍ର ରଚିଥିବା ଆତଙ୍କବାଦୀଙ୍କ ଯୋଜନାକୁ ପଣ୍ଡ କରିଦେଇଛନ୍ତି ସୁରକ୍ଷାକର୍ମୀ। ନଗରୋଟା ଜାତୀୟ ରାଜପଥ ବନ୍‌ ଟୋଲ ପ୍ଲାଜାଠାରେ ସୁରକ୍ଷାକର୍ମୀଙ୍କ...

ଏମ୍‌-ଯୋଗ ଆପ୍‌ ବହୁ ଭାଷାରେ ହେବ ଉପଲବ୍ଧ: ମୋଦି..

ନୂଆଦିଲ୍ଲୀ,୨୧।୬: ଏଣିକି ପୃଥିବୀବ୍ୟାପୀ ଏମ୍‌-ଯୋଗ ଆପ୍‌ ବହୁ ଭାଷାରେ ଉପଲବ୍ଧ ହେବ। ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସମ୍ପର୍କରେ...

Advertisement
Archives

Model This Week