୩୯ କୋଟି ଲୋକଙ୍କୁ ପ୍ରଦାନ କରାଯାଇଛି ୩୪,୮୦୦ କୋଟିର ପିଏମ୍‌ଜିକେପି ସହାୟତା

ନୂଆଦିଲ୍ଲୀ,୬।୫: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ କକରାଯାଉଛି। ମେ ୫ ସୁଦ୍ଧା ଦେଶର ୩୯ କୋଟି ଲୋକଙ୍କୁ ୩୪,୮୦୦ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ(ପିଏମ୍‌ଜିକେପି) ପ୍ରଦାନ କରାଯାଇଛି। ପିଏମ୍‌-କିଷାନ ଯୋଜନାରେ ୮ କୋଟି ୧୯ ଲକ୍ଷ ହିତାଧିକାରୀଙ୍କୁ ୧୬,୩୯୪ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି। ସେହିପରି ଜନ ଧନ ଯୋଜନାରେ ୨୦ କୋଟି ୫ ଲକ୍ଷ ମହିଳାଙ୍କ ସଞ୍ଚୟ ଖାତାକୁ ୧୦,୦୨୫ କୋଟି ଟଙ୍କା ସହାୟତା ପ୍ରଥମ କିସ୍ତିରେ ପ୍ରଦାନ କରାଯାଇଥିବାବେଳେ ଦ୍ୱିତୀୟ କିସ୍ତିରେ ୫ କୋଟି ୫୭ ଲକ୍ଷଙ୍କୁ ୨,୭୮୫ କୋଟି ଟଙ୍କା ସରକାର ଯୋଗାଇ ଦେଇଛନ୍ତି। ସେହିପରି ୧,୪୦୫ କୋଟି ଟଙ୍କା ୨ କୋଟି ୮୨ ଲକ୍ଷ ବୟସ୍କ ବ୍ୟକ୍ତି, ନିରାଶ୍ରୟ ଏବଂ ଦିବ୍ୟାଙ୍ଗଙ୍କୁ ପ୍ରଦାନ କରାଯାଇଛି। ନିର୍ମାଣ କାର୍ଯ୍ୟରେ ନିୟୋଜିତ ୨ କୋଟି ୨୦ ଲକ୍ଷ ଶ୍ରମିକଙ୍କୁ ୩,୪୯୨ କୋଟି ୫୭ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏପ୍ରିଲ୍‌ରେ ଦେଶର ୬୦ କୋଟି ୩୩ ଲକ୍ଷ ଲୋକଙ୍କୁ ଖାଦ୍ୟଶସ୍ୟ ବିତରଣ କରାଯାଇଥିବାବେଳେ ମେ’ରେ ୧୨ କୋଟି ୩୯ ଲକ୍ଷ ଲୋକଙ୍କୁ ଆବଶ୍ୟକ ଖାଦ୍ୟ ଯୋଗାଇ ଦିଆଯାଇଛି। ୫ କୋଟି ୨୧ ଲକ୍ଷ ହିତାଧିକାରୀଙ୍କୁ ଡାଲି ଜାତୀୟ ଖାଦ୍ୟ ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ୫ କୋଟି ସିଲିଣ୍ଡର୍‌ ବୁକିଂ କରାଯାଇଥିବାବେଳେ ୪ କୋଟି ୮୨ ଲକ୍ଷ ସିଲିଣ୍ଡର ହିତାଧିକାରୀଙ୍କୁ ଯୋଗାଇ ଦିଆଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ କମିଶନରଙ୍କ କ୍ଷମତା ବଢ଼ିଲା, ଯେ କୌଣସି ବ୍ୟକ୍ତିଙ୍କୁ କରିପାରିବେ ଗିରଫ…

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀ ପୋଲିସ କମିଶନରଙ୍କର କ୍ଷମତାରେ ବୃଦ୍ଧି ହୋଇଛି। ଉପରାଜ୍ୟପାଳ ଅନୀଲ ବୈଜଲ ଦିଲ୍ଲୀ ପୋଲିସ କମିଶନରଙ୍କ କ୍ଷମତାକୁ ଅକ୍ଟୋବର ୧୮ ପର୍ଯ୍ୟନ୍ତ ଜାତୀୟ ସୁରକ୍ଷା...

ଲୁଧିଆନା ଜେଲରେ ଗୁଳିକାଣ୍ଡ: ଏସିପି ଆହତ

ଲୁଧିଆନା,୨୭।୬: ପଞ୍ଜାବର ଲୁଧିଆନାରେ ଥିବା ସେଣ୍ଟ୍ରାଲ୍‌ ଜେଲରେ ଦୁଇ ଗୋଷ୍ଠୀ କଏଦୀଙ୍କ ମଧ୍ୟରେ ପ୍ରଥମେ ପଥରମାଡ ଓ ପରେ ଗୁଳି ମାଡ ହୋଇଥିଲା। ଏଥିରେ କେତେଜଣ...

ବିଧାନସଭା ନିର୍ବାଚନରେ ଏକାକି ଲଢିବ ଜେଡିୟୁ

ପାଟନା,୯।୬: ଆସନ୍ତା ବିଧାନସଭା ନିର୍ବାଚନରେ ଜନତାଦଳ ୟୁନାଇଟେଡ(ଜେଡିୟୁ) ଏକାକି ଲଢିବ ବୋଲି ଜଣାପଡିଛି। ଭାଜପା ସହ ଜେଡିୟୁ ମେଣ୍ଟ କରିବ ନାହିଁ ବୋଲି ବିହାର ମୁଖ୍ୟମନ୍ତ୍ରୀ...

ଟିକନରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର,୯।୧୨: ଜମ୍ମୁ-କଶ୍ମୀରରେ ଗୁରୁବାର ଭୋର୍‌ ୫ଟା ସମୟରେ ସମୟରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୁଣ୍ଡଗଡ଼ିଛି। ଦକ୍ଷିଣ କଶ୍ମୀରର ପୁଲଓ୍ବାମା ଜିଲାର ଟିକନ ଅଞ୍ଚଳରେ କିଛି...

‘ବଳାତ୍କାରୀଙ୍କୁ ୬ ମାସରେ ଫାଶୀ ଲାଗି ଆଇନ ହେଉ’

ନୂଆଦିଲ୍ଲୀ,୪ା୧୨: ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ପୋଡ଼ି ମାରିଦେବା ଘଟଣାକୁ ନେଇ ଦେଶବ୍ୟାପୀ ପ୍ରତିବାଦ କରାଯାଉଥିବାବେଳେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ବାତି ମାଲିଓ୍ବାଲ...

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ଶାହାପୁର-କିରନି-କ୍ୱାସବା ସେକ୍ଟରରେ ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର,୧।୧୧: ଜମ୍ମୁୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଲଗାତାର ଉତ୍ତେଜନା ବଢ଼ିବାରେ ଲାଗିଛି। ରବିବାର ସକାଳ ୭ଟା ୩୦ରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକରୁ ଭାରତୀୟ...

ଖାଲି ପାଦରେ ୧୪ କିଲୋମିଟର ଚାଲିଲେ ସ୍ମୃତି

ମୁମ୍ବାଇ,୨୮।୫: ଉତ୍ତରପ୍ରଦେଶ ଅମେଠୀର ଲୋକ ସଭା ଆସନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଜିତି ସ୍ମୃତି ଇରାନୀ ବଡ଼ ରେକର୍ଡ କରିଛନ୍ତି। ଏହି...

ବୋଲେରୋ ଉପରେ ଚଢିଗଲା ଟ୍ରକ

ବାଲିଆ,୨୫।୧୨-ଉତ୍ତରପ୍ରଦେଶର ବାଲିଆ ଜିଲା ସାହାଟୱାର ପୋଲିସ ଷ୍ଟେସନ ନିକଟ ବାଶଂଡିହ-ରେବତୀ ରାସ୍ତାରେ ଗୁରୁବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ମାଲ ବୋଝେଇ...

Advertisement


Archives

Model This Week