Posted inଜାତୀୟ

୩୭୦ ଉପରେ ପାର୍ଲାମେଣ୍ଟରେ ଭାଷଣ ଦେଇ ରାତାରାତି ହିରୋ ହେଲେ ଏମ୍‌ପି, ଏବେ ଫେସବୁକକୁ ନେଇ ଚିନ୍ତିତ

ନୂଆଦିଲ୍ଲୀ, ୮।୮:ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ଏବଂ ରାଜ୍ୟକୁ ଦୁଇଭାଗ କରି ୨ଟି କେନ୍ଦ୍ର ଶାସିତ ଅଞ୍ଚଳ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଦେଶବାସୀ। କିଛି ରାଜନୈତିକ ଦଳ ପକ୍ଷରୁ ଏହାକୁ ବିରୋଧ କରାଯାଉଥିଲେ ମଧ୍ୟ ମୋଟାମୋଟି ଭାବେ ଅନେକ ଏହାକୁ ସମର୍ଥନ କରୁଛନ୍ତି। ମଙ୍ଗଳବାର ଏହି ପ୍ରସଙ୍ଗକୁ ନେଇ ସଂସଦରେ ଜୋରଦାର୍‌ ଚର୍ଚ୍ଚା ହୋଇଥିଲା। କିନ୍ତୁ ଲଦାଖର ପ୍ରତିନିଧିତ୍ୱ କରୁଥିବା ୩୪ ବର୍ଷୀୟ ଭାଜପା ଏମ୍‌ପି ଜମୟାଙ୍ଗ ସେରିଂ ନାଗ୍ୟାଲ ଲୋକ ସଭାରେ ରଖିଥିବା ମତ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି। ବାଚସ୍ପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ତାଙ୍କ ଭାଷଣକୁ ପ୍ରଶଂସା କରିଥିଲେ। ରାତାରାତି ସାରା ଦେଶରେ ଏକ ସେଲିବ୍ରିଟି ହୋଇଯାଇଥିଲେ ସେରିଂ। ଏହାର ଫଳସ୍ବରୂପ ତାଙ୍କ ସୋସିଆଲ ମିଡିଆ ଫେସବୁକରେ ବହୁ ସଂଖ୍ୟାରେ ବନ୍ଧ୍ବତ୍ୱ ପ୍ରସ୍ତାବ ଆସିଲା। ବାଧ୍ୟ ହୋଇ ସେ ଆଉ କାହାର ବନ୍ଧୁତ୍ୱ ସ୍ବୀକାର କରିପାରିବେ ନାହିଁ ବୋଲି ଘୋଷଣା କଲେ। ସେ ସ୍ପଷ୍ଟ କରିଥିଲେ ଯେ, ‘ଆଉ ଫ୍ରେଣ୍ଡ ରିକ୍ୱେଷ୍ଟ ଆକ୍ସେପ୍ଟ କରିପାରିବି ନାହିଁ, କାରଣ ଏହାର ଲିମିଟ ମାତ୍ର ୫ ହଜାର। ତେଣୁ ଆପଣ ବଟନ ଦବାନ୍ତୁ ଏବଂ ମୋର ଅଫିସିଆଲ ପେଜ ସହ ସମ୍ପର୍କ ରଖନ୍ତୁ।’। ସୂଚନାଯୋଗ୍ୟ,ଜମୟାଙ୍ଗ୍‌ ନିଜ ଭାଷଣରେ କହିଥିଲେ, ଲଦାଖ ଅନେକ ବର୍ଷ ପୂର୍ବରୁ କେନ୍ଦ୍ର ଶାସିତ ଅଞ୍ଚଳ ହେବାକୁ ଦାବି କରି ଆସୁଥିଲା। ଆଜି ଲଦାଖ ବିକାଶଠାରୁ ଦୂରରେ ଅଛି, ସେଥିପାଇଁ ଏହି ଧାରା ୩୭୦ ଏବଂ କଂଗ୍ରେସ ଦଳ ହିଁ ଦାୟୀ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ବିଜ୍ଞାପନରେ କେବଳ ମୋଦି, ନୀତିଶ ଗାଏବ୍‌

ପାଟନା, ୨୬।୧୦: ଆସନ୍ତା ଅକ୍ଟୋବର ୨୮ରେ ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ହେବ। କିନ୍ତୁ ଏହାର ଠିକ ପୂର୍ବରୁ ଭାଜପା ଖବରକାଗଜରେ ଏକ...

୨ ସପ୍ତାହ ବଢିପାରେ ଲକ୍‌ଡାଉନ ଅବଧି

ନୂଆଦିଲ୍ଲୀ,୧୧।୪: କରୋନା ଭାଇରସକୁ ନେଇ ଦେଶରେ ଚାଲିଥିବା ୨୧ ଦିନିଆ ଲକ୍‌ଡାଉନ ଅବଧି ଆଉ ୩ ଦିନ ପରେ ଶେଷ ହେବାକୁ ଯାଉଛି। ହେଲେ ଏହି...

ଭାରତରେ ଦ୍ୱିତୀୟ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ, ୧୪ା୩: କରୋନା ଭୂତାଣୁ ଭାରତରେ ଆଉ ଏକ ମୁଣ୍ଡ ନେଇଛି। ମଙ୍ଗଳବାର କର୍ନାଟକର କାଲବୁର୍ଗୀରେ ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କର କରୋନାରେ ମୃତ୍ୟୁ ଘଟିଥିବାବେଳେ...

ମୁହଁ ଖୋଲିଲେ ଗେହଲଟ

ଜୟପୁର,୨୪ ।୪: ରାଜସ୍ଥାନରେ କିଛିଦିନ ହେବ ଅନୁମାନ ଲଗାଯାଉଛି କି ମୁଖ୍ୟମନ୍ତ୍ରୀ ବଦଳି ପାରନ୍ତି । ଏବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ...

ରାଜଭବନ ଆଗରେ ମେଣ୍ଢା ଧରି ବିକ୍ଷୋଭ

କୋଲକାତା, ୨୦।୫: ନାରଦ ଷ୍ଟିଙ୍ଗ୍‌ ଅପରେଶନ ମାମଲାର ତଦନ୍ତ କରୁଥିବା ସିବିଆଇ ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ ଫିର୍‌ହାଦ ହକିମ, ସୁବ୍ରତ ମୁଖାର୍ଜୀ ଏବଂ ଟିଏମ୍‌ସି ବିଧାୟକ...

ମଦ ନୀତି ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କୁ ପୁଣି ଥରେ ସମନ ପଠାଇଲା ସିବିଆଇ

ନୂଆଦିଲ୍ଲୀ,୬।୧୨: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ସିବିଆଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କୁ ସିବିଆଇ ପୁଣି ଥରେ ସମନ କରିଛି।...

ଲାଲୁ ଯାଦବ, ରାବ୍ରି ଦେବୀ, ତେଜସ୍ବୀଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୪।୧୦: ଜମି ବଦଳରେ ଚାକିରି ଦେବା ମାମଲାରେ ଲାଲୁଙ୍କ ପରିବାର ସଦସ୍ୟଙ୍କୁ ଦିଲ୍ଲୀର ରୌଜ୍‌ ଏଭେନ୍ୟୁ କୋର୍ଟ ବୁଧବାର ଜାମିନ ପ୍ରଦାନ କରିଛନ୍ତି। ଆରଜେଡି ସୁପ୍ରିମୋ...

ଆଇନଜୀବୀରୁ ବହିର୍ବ୍ୟାପାର ମନ୍ତ୍ରୀ

ନୂଆଦିଲ୍ଲୀ, ୭ା୮: ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ମଙ୍ଗଳବାର ରାତି ୧୧ଟାରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ବୁଧବାର ନୂଆଦିଲ୍ଲୀସ୍ଥିତ...

Advertisement
Archives

Model This Week