Posted inଜାତୀୟ

୩୭୦କୁ ନେଇ କଂଗ୍ରେସ ଦୁଇଭାଗ

ନୂଆଦିଲ୍ଲୀ,୭ା୮(ପି.ଟି.): ଜମ୍ମୁ-କଶ୍ମୀରକୁ ଦୁଇଭାଗ କରିବା ସହ କେନ୍ଦ୍ର ସରକାର ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦ କରିବା ଘଟଣାକୁ ନେଇ କଂଗ୍ରେସ ଦୁଇ ଭାଗ ହୋଇଯାଇଛି। କଂଗ୍ରେସର ବରିଷ୍ଠ ନେତାମାନେ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ବିରୋଧ କରିଥିବାବେଳେ ଦଳର ଅନେକ ନେତା ଏହା ସପକ୍ଷରେ ମତ ଦେଇଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦକ ଜ୍ୟୋତିରାଦିତ୍ୟ ସିନ୍ଧିଆ, କଂଗ୍ରେସ ନେତା ଜନାର୍ଦ୍ଦନ ଦ୍ୱିବେଦୀ କେନ୍ଦ୍ରର ପଦକ୍ଷେପକୁ ସ୍ବାଗତ କରିଛନ୍ତି। ସିନ୍ଧିଆ ଦେଶର ହିତ ଲାଗି କେନ୍ଦ୍ର ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ସ୍ବାଗତ କରିଛନ୍ତି। ଟୁଇଟ୍‌ କରି ସେ କହିଛନ୍ତି, ମୁଁ ଏହାକୁ ସମର୍ଥନ କରେ ଓ ସାମ୍ବିଧାନିକ ବିଧିବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବା ଉଚିତ। ଏନେଇ କେହି ପ୍ରଶ୍ନ ଉଠାଇବା ଅନୁଚିତ। ବିଳମ୍ବରେ ହେଲେ ବି ଏହି ଐତିହାସିକ ଭୁଲ୍‌କୁ ସଂଶୋଧନ କରାଯାଇ ପାରିଛି ବୋଲି କଂଗ୍ରେସ ନେତା ଦ୍ୱିବେଦୀ ପ୍ରକାଶ କରିଛନ୍ତି। ସ୍ବାଧୀନତା ପରେ ଅଧିକାଂଶ ସ୍ବାଧୀନତା ସଂଗ୍ରାମୀ ୩୭୦ ଧାରାକୁ ଗ୍ରହଣ କରିବାକୁ ରାଜି ନ ଥିଲେ ବୋଲି କହିଛନ୍ତି। ଦ୍ୱିବେଦୀଙ୍କ ସହଯୋଗୀ ଦୀପେନ୍ଦର ହୁଡ଼ା ମଧ୍ୟ ଜାତୀୟ ସ୍ବାର୍ଥ ଲାଗି ଏଭଳି ପଦକ୍ଷେପର ଆବଶ୍ୟକତା ଥିଲା ବୋଲି ପ୍ରକାଶ କରିଛନ୍ତି। ମୁମ୍ବାଇ କଂଗ୍ରେସ ମୁଖ୍ୟ ମିଲିନ୍ଦ ଦେଓରା ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେବା ଘଟଣା ବିମୁଦ୍ରୀକରଣଠାରୁ ଭଲ ବୋଲି ପ୍ରକାଶ କରିଛନ୍ତି। ଭାରତର ସାର୍ବଭୌମତ୍ୱ, ସ୍ବାର୍ଥ ଲାଗି ଯାହା ଉଦ୍ଦିଷ୍ଟ ଓ ଜମ୍ମୁ-କଶ୍ମୀରରେ ଶାନ୍ତି ଓ ବିକାଶ ଲାଗି ଯାହା ଠିକ୍‌ ତାକୁ ଦଳ ଆଦର୍ଶଗତ ଭାବେ ବିଚାର କରିବା ଉଚିତ ବୋଲି ସେ କହିଛନ୍ତି।
ସଭାରେ କଂଗ୍ରେସର ମୁଖ୍ୟ ସଚେତକ ଭୁବନେଶ୍ୱର କଲିଥା ଏହି ପ୍ରସଙ୍ଗକୁ ନେଇ ମଙ୍ଗଳବାର ଇସ୍ତଫା ଦେଇଥିଲେ। ବିଲ୍‌କୁ ବିରୋଧ କରିବା ଲାଗି କଂଗ୍ରେସ ସବୁ ସଦସ୍ୟଙ୍କୁ ହୁଇପ୍‌ ଜାରି କରିବା ଲାଗି ତାଙ୍କୁ କହିବାରୁ ସେ ଏଭଳି ପଦକ୍ଷେପ ନେଇଥିଲେ। ରାଏବରେଲିର କଂଗ୍ରେସ ବିଧାୟକ ଅଦିତି ସିଂ ଟୁଇଟର୍‌ରେ ‘ଜୟହିନ୍ଦ’
ଲେଖିବା ସହ ଆମେ ସମସ୍ତେ ଏକାଠି ଅଛୁ ବୋଲି ଉଲ୍ଲେଖ କରିଥିଲେ। ୩୭୦ ଉଛ୍ଚେଦ କରାଯିବା ଏକ ଐତିହାସିକ ନିଷ୍ପତ୍ତି ଓ ଏହାକୁ ନେଇ ରାଜନୀତି କରାଯିବା ଅନୁଚିତ ବୋଲି ସେ କହିଛନ୍ତି। ରାଜସ୍ଥାନର କଂଗ୍ରେସ ମନ୍ତ୍ରୀ ଅlଶୋକ ଚନ୍ଦ୍‌ନା କେନ୍ଦ୍ର ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। କଂଗ୍ରେସର ବହୁ ନେତା ୩୭୦ ଉଚ୍ଛେଦ ଓ ଜମ୍ମୁ-କଶ୍ମୀରକୁ ଭାଗ ଭାଗ କରାଯିବା ସପକ୍ଷରେ ମତ ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ସମସ୍ତ ରାଜ୍ୟପାଳଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୭।୩: ସାରା ଦେଶରେ ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇଛି। କରୋନା ସହ ମୁକାବିଲା ପାଇଁ କେନ୍ଦ୍ର ସରକାର ସାରାଦେଶରେ ଲକ୍‌ଡାଉନ୍‌...

ଇସ୍ରୋର ହେବନାହିଁ ଘରୋଇକରଣ: ଏସ୍ ସୋମନାଥ

ଥିରୁଭାନନ୍ତପୁରମ(କେରଳ),୧୩ ।୧: ଭାରତୀୟ ମହାକାଶ ଓ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ)ର ମୁଖ୍ୟ ଭାବେ ରକେଟ ବୈଜ୍ଞାନିକ ଏସ୍ ସୋମନାଥଙ୍କୁ ନିଯୁକ୍ତି ମିଳିଛି । ଏସ୍ ସୋମନାଥଙ୍କର ଏଝଖଠ...

କରୋନା ବେଳେ ଗଙ୍ଗାରେ କେତେ ମୃତଦେହ ଭାସିଛି ରିପୋର୍ଟ ଦିଅ

ନୂଆଦିଲ୍ଲୀ, ୧୭ା୫: କରୋନା ମହାମାରୀରେ ଗଙ୍ଗା ନଦୀରେ ମୃତଦେହ ଭାସିବା ଘଟଣାରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ଉତ୍ତରପ୍ରଦେଶ ଏବଂ ବିହାର ସରକାରଙ୍କୁ ରିପୋର୍ଟ ମାଗିଛନ୍ତି। ନଦୀରେ...

ସଭର୍‌କରଙ୍କ ନାଁରେ ଜେଏନ୍‌ୟୁ ମାର୍ଗ

ନୂଆଦିଲ୍ଲୀ, ୧୮ା୩: ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ) ପ୍ରଶାସନ ପକ୍ଷରୁ ହିନ୍ଦୁତ୍ୱ ବିଚାରଧାରାରେ ବିଶ୍ୱାସ ରଖିଥିବା ନେତା ଭି.ଡି. ସଭର୍‌କରଙ୍କ ଏକ ସାଇନ୍‌ବୋର୍ଡ ମରାଯାଇ ତାଙ୍କ ନାମରେ...

ନୁପୂରଙ୍କୁ ରାଜ୍‌ ଠାକ୍‌ରେଙ୍କ ସମର୍ଥନ

ମୁମ୍ବାଇ,୨୪।୮: ଏକ ନ୍ୟୁଜ୍‌ ଚ୍ୟାନେଲରେ ବିତର୍କ ବେଳେ ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଭାଜପାରୁ ନିଲମ୍ବିତ ହୋଇଥିବା ମୁଖପାତ୍ର ନୁପୂର ଶର୍ମାଙ୍କୁ ମହାରାଷ୍ଟ୍ର...

ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀଙ୍କ ପୁଅର ଚାକିରି ନେଲା ପ୍ରଶାସନ

ଶ୍ରୀନଗର,୧୦।୭: ଆତଙ୍କବାଦୀ ସଂଗଠନ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗରେ ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ୧୧ ଜଣ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ବହିଷ୍କୃତ କର୍ମଚାରୀଙ୍କ ମଧ୍ୟରେ...

କାଜୁ ବିକ୍ରି କରି ଘର ଚଳାଉଥିବା ଏହି ଝିଅ ଏବେ ଯିବେ ନାସା

କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ ଏବଂ କଠିନ ପରିଶ୍ରମ ଦ୍ୱାରା ସାରା ଜଗତକୁ ମଧ୍ୟ ଜିଣିହୁଏ। ଏହି ଉକ୍ତିଟିର ସଫଳ...

‘ବେକାରୀ ଜରୁରୀକାଳୀନ ପରିସ୍ଥିତି’ ଘୋଷଣା କରିବାକୁ ଦାବି କଲା କଂଗ୍ରେସ

ହାଇଦ୍ରାବାଦ,୧୮।୩: ତେଲେଙ୍ଗାନାର ବରିଷ୍ଠ କଂଗ୍ରେସ ନେତା ଦାସୋଜୁ ଶ୍ରାବଣ କୁମାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ତୁରନ୍ତ ଏକ‘ବେକାରୀ ଜରୁରୀକାଳୀନ ପରିସ୍ଥିତି’ ଘୋଷଣା କରିବାକୁ ଦାବି...

Advertisement
Archives

Model This Week