୩୧ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଯାପିତ

ବ୍ରହ୍ମପୁର ଅଫିସ, ୧୭।୧: ଗଞ୍ଜାମ ଜିଲା ବ୍ରହ୍ମପୁର ଟ୍ରାଫିକ୍‌ ପୋଲିସ ଓ ଜିଲା ସଡ଼କ ସୁରକ୍ଷା ସମିତି ପକ୍ଷରୁ ୩୧ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଗତ୧୧ ତାରିଖଠାରୁ ବ୍ରହ୍ମପୁର ଟ୍ରାଫିକ୍‌ ପୋଲିସ ଓ ସଡ଼କ ସୁରକ୍ଷା ସମିତି ପକ୍ଷରୁ ଜିଲା ସମେତ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଟ୍ରାଫିକ୍‌ ସଚେତନତା ବାର୍ତ୍ତା ଦିଆଯାଇଥିଲା। ଶୁକ୍ରବାର ଉଦ୍‌ଯାପନୀ ଦିବସରେ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡଠାରେ ଟ୍ରାଫିକ୍‌ ପୋଲିସ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରହ୍ମପୁର ଏସ୍‌ପି ପିନାକି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେ ଉପସ୍ଥିତ ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କୁ ଗାଡ଼ି ଚଳାଇବା ସମୟରେ ହେଲ୍‌ମେଟ ପିନ୍ଧିବା ସହିତ ଟ୍ରାଫିକ୍‌ ନିୟମ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡିଏସ୍‌ପି ସାର୍ଥକ ରାୟ ଅଧ୍ୟକ୍ଷତା କରିଥିବା ବେଳେ ଏଏସ୍‌ପି ପ୍ରଭାତ ରାଉତରାୟ ,ପ୍ରଶାନ୍ତ କୁମାର ମିଶ୍ର, ସଦର ଏସ୍‌ଡିପିଓ ଜୟନ୍ତ ମହାପାତ୍ରଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରୁଥିଲେ ଦୁଇ ବନ୍ଧୁ: ହେଲେ ରାସ୍ତାରେ ଚାହିଁ ବସିଥିଲା ମୃତ୍ୟୁ

ବୌଦ୍ଧ,୧୫।୧୦(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ରଙ୍ଗମଟିଆଠରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା ଘାଡ଼ି ଧକ୍କାରେ...

ମହେନ୍ଦ୍ର ହାଇସ୍କୁଲରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ଗୋଟିଏ ହଲ୍‌ରେ ୧୫୦ ପିଲା

ଆଠମଲ୍ଲିକ,୧୧ା୮(ଡି.ଏନ.ଏ.) – ଅନୁଗୋଳ ଜିଲା ଆଠମଲ୍ଲିକ ସଦର ମହକୁମାସ୍ଥିତ ବହୁ ପୁରାତନ ମହେନ୍ଦ୍ର ହାଇସ୍କୁଲ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଏଠାରେ ପଢୁଥିବା ଛାତ୍ରୀଛାତ୍ରଙ୍କୁ...

ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ

ବ୍ରହ୍ମପୁର ଅଫିସ୍‌,୧୫।୮-ବ୍ରହ୍ମପୁର ଷ୍ଟାଡିୟମ୍‌ରେ ଗୁରୁବାର ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଟି. ଆଓ...

ଚାଷୀ ଜୀବିତ ଥିଲାବେଳେ ପଚାରିଲେନି କେହି, ମଲାପରେ ଦରଦ ଦେଖାଉଛି ପ୍ରଶାସନ

ସମ୍ବଲପୁର,୧୭ା୩(ବ୍ୟୁରୋ): ରାଜ୍ୟରେ ଧାନର ଅଭାବୀ ବିକ୍ରି ଓ ଚାଷୀ ସମସ୍ୟା ନେଇ ବିଧାନସଭାଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରାଯାଉଛି। ଏପରି ସମୟରେ ସମ୍ବଲପୁର...

ସାମୁଦ୍ରିକ ଝଡ଼ ସତର୍କତା: ଜିଲାର ୬୪ ଗ୍ରାମର ଅଧିବାସୀ ସ୍ଥାନାନ୍ତର ହେବେ

କେନ୍ଦ୍ରାପଡ଼ା ଅଫିସ, ୧୮ା୫: ସାମୁଦ୍ରିକ ଝଡ ଅମ୍ଫନ୍‌କୁ ନେଇ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ତତ୍ପର ହୋଇଉଠିଛି। ଜିଲାର ୬୪ଟି ସୁନାମି ପ୍ରବଣ ଗ୍ରାମର ଅଧିବାସୀଙ୍କୁ ସ୍ଥାନାନ୍ତର...

ପୂର୍ବ ଶତ୍ରୁତା: ଡଙ୍ଗା, ଜାଲରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଗଞ୍ଜାମ, ୧୪।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଋଷିକୂଲ୍ୟାସ୍ଥିତ ସମୁଦ୍ର କୂଳରେ ଥିବା ଡଙ୍ଗା ଓ ଜାଲରେ କେହି ଦୁର୍ବୃତ୍ତ ରବିବାର ରାତିରେ ନିଆଁ ଲଗାଇ ଦେଇଛନ୍ତି। ଏଥିରେ...

ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସଙ୍ଗ: ଓକିଲ ସଂଘର ବିରୋଧ, ଆନ୍ଦୋଳନ ଚେତାବନୀ

ପୁରୀ ଅଫିସ, ୨୨ା୮: ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ନିଷ୍ପତ୍ତିକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି। ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ସାଧାରଣ ଜନତା ଅସୁବିଧାର...

ଏମଜିଏନଆରଇଜିଏସ୍‌ରେ ଶ୍ରମିକଙ୍କୁ ମିଳୁନି ପ୍ରାପ୍ର୍ୟ: ପିଡି ଡିଆର୍‌ଡିଏଙ୍କୁ ଦାବିପତ୍ର ପ୍ରଦାନ

ଭବାନୀପାଟଣା,୨୮।୬(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲାର ନର୍ଲା ବ୍ଲକରେ ଏମଜିଏନଆରଇଜିଏସ୍‌ ବାଟବଣା ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ୧୨ ଜଣ ଶ୍ରମିକ ପିଡି ଡିଆର୍‌ଡିଏଙ୍କୁ ଲିଖିତ...

Advertisement
Archives

Model This Week