୩ରେ ଦ୍ୱିତୀୟ ଦଧୀଚି ପ୍ରତିଭା ସମ୍ମାନ: ଭିନ୍ନ ଭିନ୍ନ କ୍ଷେତ୍ରରୁ ୧୧ ଜଣଙ୍କୁ ଦିଆଯିବ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୧ା୯(ବ୍ୟୁରୋ): ଦଧୀଚି ଏଜୁକେଶନାଲ ଟ୍ରଷ୍ଟ ‘ଦ୍ୱିତୀୟ ଦଧୀଚି ପ୍ରତିଭା ସମ୍ମାନ-୨୦୧୯’ ଆସନ୍ତା ୩ ତାରିଖରେ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହେବ। ଅନୁଷ୍ଠାନର ପ୍ରତିଷ୍ଠା ଦିବସ ଅବସରରେ ଏହି ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ଏହି ଅବସରରେ ଭିନ୍ନ ଭିନ୍ନ କ୍ଷେତ୍ରରେ ନିଜର ପାରିଦର୍ଶିତା ହାସଲ କରିପାରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ ବୋଲି ଶନିବାର ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ କୁହାଯାଇଛି।

କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ (ଦଧୀଚି ଶିକ୍ଷା ଜ୍ୟୋତି ସମ୍ମାନ), ଏମ୍ସର୍‌ ଏନ୍‌ଥେସିଓଲୋଜି ବିଭାଗୀୟ ମୁଖ୍ୟ ତଥା ପ୍ରଫେସର ଡା. ସୁକଦେବ ନାୟକ (ଦଧୀଚି ଚିକିତ୍ସା ଜ୍ୟୋତି ସମ୍ମାନ), ବିଶିଷ୍ଟ ଉଦ୍ୟୋଗପତି ତଥା ରୁଚିର ପରିଚାଳନା ନିର୍ଦ୍ଦେଶକ ଶରତ କୁମାର ସାହୁ (ଦଧୀଚି ଶିଳ୍ପ ଜ୍ୟୋତି ସମ୍ମାନ) ଏବଂ ବୈଜ୍ଞାନିକ ତଥା ଆଇ.ଟି.ଆର. ଚାନ୍ଦିପୁରର ନିର୍ଦ୍ଦେଶକ ବିନୟ କୁମାର ଦାସଙ୍କୁ (ଦଧୀଚି ବିଜ୍ଞାନ ଜ୍ୟୋତି ସମ୍ମାନ) ସମ୍ମାନିତ କରାଯିବା ସହ ଅନ୍ୟ ୭ ଜଣଙ୍କୁ ବିଭିନ୍ନ କ୍ଷେତ୍ର ଲାଗି ସମ୍ବର୍ଦ୍ଧନା ଦିଆଯିବ। କାର୍ଯ୍ୟକ୍ରମରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ଜଳ ସମ୍ପଦ ତଥା ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେବେ ବୋଲି ସହମତି ପ୍ରକାଶ କରିଛନ୍ତି। ସମ୍ମିଳନୀରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡ. ମନୋଜ କୁମାର ଦାଶ, ପରିଚାଳନା ଟ୍ରଷ୍ଟି ବବିତା ଦାଶ, ଉପଦେଷ୍ଟା ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ନିର୍ଦ୍ଦେଶକ ପ୍ରଶାନ୍ତ ପାଢୀ, ନିର୍ଦ୍ଦେଶକ ବାସୁଦେବ ବିଶ୍ୱାଳ, ନିର୍ଦ୍ଦେଶକ ସୀମାଞ୍ଚଳ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁପୁତ୍ରର ମୃତଦେହ ଧରି ଏଏନ୍‌ଏମଙ୍କ ଘର ସମ୍ମୁଖରେ ବସିଲେ ପରିବାର ଲୋକେ

ନିରାକାରପୁର,୯ା୬(ଡି.ଏନ୍‌.ଏ.) : ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ ପାଟଣା ଗ୍ରାମର ୨୪ ଦିନର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏନେଇ ପରିବାର ଲୋକେ ଆଶାକର୍ମୀ ଏବଂ ଏଏନ୍‌ଏମ୍‌ଙ୍କୁ...

ଅଗ୍ନିଶମ ସେବା ରେଞ୍ଜ୍‌ କାର୍ଯ୍ୟାଳୟ ପାଇଁ ଅର୍ଥ ଦାବି

ଭୁବନେଶ୍ୱର,୧୬।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ସମେତ ଅନୁଗୋଳ, ବାଲେଶ୍ୱର, କୋରାପୁଟ ଏବଂ ଶିଳ୍ପନଗରୀ ରାଉରକେଲାରେ ନୂତନ ଅଗ୍ନିଶମ ସେବା ରେଞ୍ଜ୍‌ କାର୍ଯ୍ୟାଳୟ ଖୋଲାଯିବ। ଏଥିପାଇଁ ୨୦୨୦-୨୧ ଆର୍ଥିକ...

ପିକ୍‌କ ଭ୍ୟାଲିକୁ ଇକୋ-ଟୁରିଜମ୍‌ ମାନ୍ୟତା ଦାବି

ପୁରୁଣା ଭୁବନେଶ୍ୱର,୨୭ା୯(ଡି.ଏନ୍‌.ଏ.): ପ୍ରତିବର୍ଷ ସେପ୍ଟେମ୍ବର ୨୭ରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଇଥାଏ। ସାମାଜିକ, ସାଂସ୍କୃତିକ, ଆର୍ଥିକ କ୍ଷେତ୍ରରେ ବିକାଶ ତଥା ପାରସ୍ପରିକ ସମ୍ପର୍କ ବୃଦ୍ଧି...

ରାଜ୍ୟରେ ଆଉ ୩ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନା ଆଉ ୩ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୮ ହଜାର ୩୦୧ କୁ ବୃଦ୍ଧି...

ବିଧାନସଭା ଖବର

୨୮ ସରକାରୀ ଉଦ୍ୟୋଗରେ ତାଲା ରାଜ୍ୟରେ ୨୮ସରକାରୀ ଉଦ୍ୟୋଗରେ ତାଲା ପଡ଼ିଛି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସୋମବାର ଏହି...

ନିର୍ମାଣ ହେବ ଆଉ ୨୫ ଭେଣ୍ଡିଂ ଜୋନ୍‌

ଭୁବନେଶ୍ୱର,୯।୮(ବ୍ୟୁରୋ):ଖୁବ୍‌ଶୀଘ୍ର ସହରରେ ଆଉ ୨୫ଟି ଭେଣ୍ଡିଂ ଜୋନ୍‌ ନିର୍ମାଣ କରିବାକୁ ଯୋଜନା କରୁଛି ବିଏମ୍‌ସି। ତେବେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ(ମୁକ୍ତା) ଯୋଜନାରେ ଏହା ନିର୍ମାଣ ହେବ।...

୫୬ ବୃଦ୍ଧାଶ୍ରମକୁ ଦିଆଯିବ ମେଡିକାଲ କିଟ୍‌

ଭୁବନେଶ୍ୱର,୨୯।୯(ବ୍ୟୁରୋ): ରାଜ୍ୟର ୫୬ଟି ବୃଦ୍ଧାଶ୍ରମକୁ ମେଡିକାଲ କିଟ୍‌ ଯୋଗାଇ ଦିଆଯିବ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୋମବାର ଏହି...

ସାମ୍ପ୍ରତିକ ସ୍ଥିତିରେ ନାମ ପରିବର୍ତ୍ତନ ଅପ୍ରାସଙ୍ଗିକ

ଭୁବନେଶ୍ୱର, ୭।୯(ସୁନିତ୍‌ ମିଶ୍ର/ଅନୁରାଧା ମହାରଣା)କେନ୍ଦ୍ର ସରକାର ଜି୨୦ ଅଧ୍ୟକ୍ଷତା ସମ୍ପର୍କିତ ଦସ୍ତାବିଜଗୁଡ଼ିକରେ ଦେଶର ନାମ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ ଉଲ୍ଲେଖ କରିଛନ୍ତି, ଯାହାକୁ ନେଇ ବିବାଦ...

Advertisement
Archives

Model This Week