୨ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା, ଜଗନ୍ନାଥପ୍ରସାଦ ଶଟ୍‌ଡାଉନ୍‌

ଜଗନ୍ନାଥପ୍ରସାଦ,୨୫ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳରେ କାର୍ଯ୍ୟରତ ୨ଜଣ ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ଶନିବାର ରାତିରେ ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କୁ ସଙ୍ଗେ ସଙ୍ଗେ ବ୍ରହ୍ମପୁରସ୍ଥିତ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହ ଜଗନ୍ନାଥପ୍ରସାଦ ପଞ୍ଚାୟତ ଇନ୍ଦ୍ରଗଡ ସାହିକୁ ରବିବାର ସକାଳୁ ଶଟ୍‌ଡାଉନ୍‌ କରାଯାଇଛି।
ସ୍ବାସ୍ଥ୍ୟକର୍ମୀ ଦ୍ୱୟ କିପରି ସଂକ୍ରମିତ ହେଲେ ଜଣାପଡି ନ ଥିଲେ ମଧ୍ୟ ବିଭିନ୍ନ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ରେଜିଷ୍ଟ୍ରେଶନ୍‌ କରୁଥିବା ସୂଚନା ମିଳିଛି। ସେମାନଙ୍କ ପରିବାର ସଦସ୍ୟଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖି ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଛି। ଅନ୍ୟପକ୍ଷରେ ସେମାନେ କାର୍ଯ୍ୟକରୁଥିବା ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀମାନଙ୍କର ମଧ୍ୟ ସ୍ବାବ୍‌ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଜଗନ୍ନାଥପ୍ରସାଦ ବିଡିଓ ସୁରେଶ ଚନ୍ଦ୍ର ପଣ୍ଡା ଓ ଥାନା ଅଧିକାରୀ ଯୁବରାଜ ସ୍ବାଇଁ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି।
ସୋମବାର ସକାଳ ୯ଟାରୁ ମଙ୍ଗଳବାର ସକାଳ ୯ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଶଟ୍‌ଡାଉନ୍‌ କରାଯିବ ବୋଲି ସରପଞ୍ଚ ଦେବୀପ୍ରସାଦ ମହାପାତ୍ର କହିଛନ୍ତି। ଏହି ସମୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ସ୍ବାସ୍ଥ୍ୟ ଟିମ୍‌ ଘର ଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚ କରିବେ। ଆବଶ୍ୟକ ପଡିଲେ ଶଟ୍‌ଡାଉନ୍‌ ଅବଧି ବୃଦ୍ଧି କରାଯିବ ବୋଲି ସରପଞ୍ଚ ମହାପାତ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲା କୋଭିଡ୍‌ ସ୍ଥିତି ସମୀକ୍ଷା

ଭୁବନେଶ୍ୱର ୯।୯(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ...

୨୦୧୯-୨୦ ସୁଦ୍ଧା ୯୭ ବିବାହ ବନ୍ଦ

ସୁବାସ ପାଢୀ ବ୍ରହ୍ମପୁର ଅଫିସ,୧୭ା୩ ସମାଜରେ ଥିବା କୁସଂସ୍କାର ମଧ୍ୟରେ ଅନ୍ୟତମ ହେଉଛି ବାଲ୍ୟ ବିବାହ। ପୂର୍ବ କାଳରୁ ଚଳି ଆସୁଥିବା ଏହି ପ୍ରଥା ଆଜି...

ରଥଯାତ୍ରାରେ ୧୫ ଲକ୍ଷ ଭକ୍ତଙ୍କ ସମାଗମ ନେଇ ଆକଳନ

ପୁରୀ ଅଫିସ,୨୩।୫: ଭକ୍ତଙ୍କ ଗହଣରେ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ପ୍ରଥମ ସମନ୍ବୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ୧୫ ଲକ୍ଷ ଭକ୍ତଙ୍କ...

ଭିଜିଲାନ୍ସ ଜାଲରେ ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ

ଘସିପୁରା,୨୧।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବଳ ପଣ୍ଡା ଶନିବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭୋର ସମୟରୁ ପଣ୍ଡାଙ୍କ...

ଶବ୍ଦ ପ୍ରଦୂଷଣ ଅଭିଯୋଗ, ୨ ଡିଜେ ଗାଡି ଜବତ ୪୪ ହଜାର ୫ ଶହ ଟଙ୍କା ଜରିମାନା

ଆସିକା,୭ା୯(ଡି.ଏନ୍‌.ଏ.)- ଆସିକା ଥାନା ଇଲାକାରେ ବେଆଇନ ଭାବେ ଶବ୍ଦ ପ୍ରଦୂଷଣ କରୁଥିବା ଅଭିଯୋଗରେ ୨ଟି ଡିଜେ ଗାଡିକୁ ଶୁକ୍ରବାର ପୋଲିସ ଜବତ କରିଛି। ଏ ନେଇ...

ବନ୍ୟଜନ୍ତୁକୁ ଗିଳିଲା ବୋଡ଼ା ସାପ

ବୁଗୁଡ଼ା,୧୫ା୮(ଡି.ଏନ୍‌.ଏ.)- ବୁଗୁଡ଼ା ଥାନା ମୋଟାବାଡ଼ି ନିକଟସ୍ଥ ପଡ଼ିଆରେ ବୁଧବାର ସନ୍ଧ୍ୟାରେ ଏକ ବନ୍ୟଜନ୍ତକୁ ଗିଳିବା ଅବସ୍ଥାରେ ବୋଡ଼ା ସାପକୁ ଦେଖିବାକୁ ମିଳିଛି। ଲୋକେ ବିଲରେ କାମ...

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ତତ୍ପର: କୂଳକୁ ଫେରିଲା ଟ୍ରଲର, ଦୀଘାରେ ଏନ୍‌ଡିଆରଏଫ୍‌ର ସଚେତନତା

ଭୋଗରାଇ,୨୩ା୫(ଡି.ଏନ୍‌.ଏ.): ଆସୁଛି ବାତ୍ୟା ୟାସ୍‌। ବାଲେଶ୍ୱର ଉପକୂଳ ସହିତ ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ସମୁଦ୍ର କୂଳରେ ଏହି ଭୟଙ୍କର ସାମୁଦ୍ରିକ ଝଡ଼ ସ୍ଥଳଭାଗ ଛୁଇଁବା ନେଇ...

ଆଜି ଆଉ ୯ ମୁଣ୍ଡ ନେଲା କରୋନା: ଅଛନ୍ତି କଟକର ଜଣେ ୨୩ ବର୍ଷୀୟ ଯୁବକ

ଭୁବନେଶ୍ୱର,୧୩।୮(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୯ ମୁଣ୍ଡ ନେଇଛି କରୋନା। ମୃତକଙ୍କ ମଧ୍ୟରୁ କଟକର ଜଣେ ୨୩ ବର୍ଷୀୟ ଯୁବକ ଓ ୭୨ ବର୍ଷୀୟ ବୃଦ୍ଧ,...

Advertisement
Archives

Model This Week