ସଂକ୍ରମଣରୁ ବଞ୍ଚିବା ଲାଗି ଲୋକେ ଯାନ କିଣିବାକୁ ଗୁରୁତ୍ୱ ଦେବେ

ନୂଆଦିଲ୍ଲୀ,୨୫।୫ କରୋନା ସଂକ୍ରମଣରୁ ବଞ୍ଚିବା ଲାଗି ଲୋକମାନେ ସାଧାରଣ ପରିବହନ ବ୍ୟବସ୍ଥା ଠାରୁ ନିଜକୁ ଦୂରେଇ ରଖିବେ। ଏଥି ଲାଗି ଲୋକମାନେ ନିଜ ଲାଗି ଯାନ କିଣିବାକୁ ମନ ବଳାଇବେ ବୋଲି ଏକ ରିପୋର୍ଟରେ ଉଲ୍ଲେଖ ରହିଛି। ଏହା ଦ୍ୱାରା ଯାନ ଚାହିଦା ବଢିବ ବୋଲି ପ୍ରମୁଖ କମ୍ପାନୀଗୁଡିକ ଆଶାବାଦୀ ରହିଛନ୍ତି। ଲକ୍‌ଡାଉନ ପରେ ଲୋ ସେଗମେଣ୍ଟ ବିଶିଷ୍ଟ ଯାନଗୁଡିକର ଚାହିଦା ବଢିବା ନେଇ ପ୍ରମୁଖ ଯାନ ନିର୍ମାତା ମାରୁତି ସୁଜୁକି ଇଣ୍ଡିଆ ଆଶାବାଦୀ ରହିଛି। କମ୍ପାନୀର ସେଲ୍‌ସ ଏବଂ ମାର୍କେଟିଂ କାର୍ଯ୍ୟନିର୍ବାହି ନିର୍ଦ୍ଦେଶକ ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି , ଲୋକମାନେ ସାର୍ବଜନୀନ ପରିବହନ ବ୍ୟବସ୍ଥା ବାଦ ନିଜ ଯାନ କିଣିବା ଉପରେ ଫୋକସ କରିବେ। ବିଭିନ୍ନ ଗ୍ରାହକ ସର୍ଭେରୁ ଏହା ସାମ୍ନାକୁ ଆସିଛି। ବର୍ତ୍ତମାନ ଆର୍ଥତ୍କ କାର୍ଯ୍ୟକଳାପ ପ୍ରଭାବିତ ରହିଥିବାରୁ ଲୋକଙ୍କ କ୍ରୟ ଶକ୍ତି ଉପରେ ଏହାର ପ୍ରଭାବ ରହିଛି। ଏଭଳି ସ୍ଥିତିରେ ପ୍ରଥମଥର ଲାଗି ଯାନ କିଣୁଥିବା ଗ୍ରାହକ ମାନେ ଲୋ ସେଗମେଣ୍ଟ ମଡେଲ ଉପରେ ବିଶେଷ ଗୁରୁତ୍ୱ ଦେବେ ବୋଲି ଜଣାପଡିଛି। ହୋଣ୍ଡା କାର୍‌ସର ବରିଷ୍ଠ ଉପାଧ୍ୟକ୍ଷ ତଥା ନିର୍ଦ୍ଦେଶକ ରାଜେଶ ଗୋୟଲ କହିଛନ୍ତି ଯେ, ଲୋକମାନେ କୋଭିଡକୁ ନେଇ ସଜାଗ ଅଛନ୍ତି। ଏଣୁ ସାର୍ବଜନୀନ ପରିବହନ ଉପରେ ନିର୍ଭରତା କମିବ। ଫଳରେ କାର କିଣିବା ଲାଗି ଲୋକମାନେ ଅଗ୍ରସର ହେବ। ଲୋକମାନେ ନୂଆ କାର ସହ ୟୁଜଡ କାର ଉପରେ ଧ୍ୟାନ ଦେବେ। ଲୋକଙ୍କୁ ଶସ୍ତାରେ ଯାନ ଉପଲବ୍ଧ ହେବା ସହ ଏହା ବ୍ୟବହାର ଲାଗି ମଧ୍ୟ ସୁବିଧା ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri