୨ ସପ୍ତାହରେ ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ଚରମ ସୀମା ଛୁଇଁବ: ଟ୍ରମ୍ପ୍‌

ଓ୍ବାଶିଂଟନ,୩୦।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ଲୋକଙ୍କ ମୃତ୍ୟୁ ଘଟି ଚାଲିଛି। ଫଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ବହୁ ଦେଶର ସରକାର ସଂକ୍ରମଣ ରୋକିବା ଲାଗି ଲକ୍‌ଡାଉନ୍‌ ଜାରି କରିଛନ୍ତି। ତେବେ କମ୍ୟୁନିଟି ସଂକ୍ରମଣ ଯୋଗୁ ବହୁ ଦେଶରେ କରୋନା ସଂକ୍ରମଣ ରୋକିବା ଅସମ୍ଭବ ହୋଇପଡ଼ିଛି। ଇତିମଧ୍ୟରେ ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୪୨ ହଜାରରୁ ଅଧିକରେ ପହଞ୍ଚିଛି। ଏଠାରେ ମୃତ୍ୟୁ ସଂଖ୍ୟା ୨୪୦୦ ଟପିଛି। ଆସନ୍ତା ଏପ୍ରିଲ୍‌ ୧୨ରେ ଇଷ୍ଟର ଯୋଗୁ ଲୋକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ଲୋକେ ଲକ୍‌ଡାଉନ୍‌କୁ ଅମାନ୍ୟ କରୁଥିବାରୁ ସଂକ୍ରମଣ ରୋକିବା ସମ୍ଭବ ହୋଇପାରୁ ନାହିଁ। ଆସନ୍ତା ୨ ସପ୍ତାହ ମଧ୍ୟରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଚରମ ସୀମାରେ ପହଞ୍ଚିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ୍‌ ସୂଚନା ଦେଇଛନ୍ତି। ସେହିପରି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି ଯେ, କିଛି ଦିନ ମଧ୍ୟରେ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ଟପିବାର ଆଶଙ୍କା ରହିଛି। ଦେଶର ଗ୍ରାମୀଣ ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଥିବା ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

‘ମୁଁ ରାଜନୀତିରୁ ସନ୍ନ୍ୟାସ…’, TMCରେ ବିଦ୍ରୋହ ମଧ୍ୟରେ ମମତା ବାନାର୍ଜୀଙ୍କ ବଡ଼ ଘୋଷଣାକୁ ନେଇ ହଇଚଇ

ନୂଆଦିଲ୍ଲୀ,୨୪।୮: TMC ମୁଖ୍ୟ ମମତା ବାନାର୍ଜୀ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବାର…

Viral Video! ସେଲଫି ନେବା ବେଳେ ମଞ୍ଚ ଉପରେ ରାହୁଲଙ୍କୁ କିସ୍ କରିଦେଲେ ଯୁବତୀ, ଆଉ ତାପରେ…

ମୁମ୍ବାଇ,୨୪।୮: ମହାରାଷ୍ଟ୍ରର ପୁଣେରେ କଂଗ୍ରେସ ଏମପି ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ସରକାର ବିରୋଧରେ CJPର ବଡ଼ ଘୋଷଣା: ୫ ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ନୂଆଦିଲ୍ଲୀରେ ବିରୋଧ ମାର୍ଚ୍ଚ କରିବାକୁ ଘୋଷଣା କରିଛି। ଦଳର ଅଭିଯୋଗ ଅନୁସାରେ, କେନ୍ଦ୍ର ସରକାର ୨୫ ଜୁଲାଇରେ ଦେଶର ଯୁବପିଢ଼ିଙ୍କୁ…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

ଚିନିକୁ ନେଇ ଦେଶରେ ହଇଚଇ: ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍‌ ସଂଘ, ଆଗକୁ…

ନୂଆଦିଲ୍ଲୀ,୨୪।୮: ଦେଶରେ ଚିନିର କୌଣସି ଅଭାବ ନାହିଁ ଏବଂ ଆଗାମୀ ଦିନରେ ଖୁଚୁରା ବଜାରରେ ଚିନି ଦର କମିବାର ଆଶା ରହିଛି ବୋଲି ଭାରତୀୟ ଚିନି ମିଲ…

ମୁନିରଙ୍କୁ ଫୋନ କଲେ ଟ୍ରମ୍ପ: ଯୁଦ୍ଧ ସମ୍ପର୍କରେ ହେଲା ଏମିତି ଆଲୋଚନା

ଓ୍ବାଶିଂଟନ୍‌,୨୪।୮: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଏବଂ ରାଜନୈତିକ ଉତ୍ତେଜନା ମଧ୍ୟରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର ତେହେରାନ…

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri