୨ ବିଦେଶ ଫେରନ୍ତା ଲୁଚିଛନ୍ତି ଘରେ, ଅଞ୍ଚଳରେ ଉତ୍ତେଜନା

ଧାମନଗର,୨୪ା୩(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ବୟାଙ୍ଗଡିହି ପଞ୍ଚାୟତ ଅଞ୍ଚଳରେ ଦୁଇ ଯୁବକ ଦୁବାଇରୁ ଘରକୁ ଫେରି ଲୁଚିଥିବା ଏବଂ ପ୍ରଶାସନର ନିଷ୍କ୍ରିୟତା ଯୋଗୁ ଉକ୍ତ ପଞ୍ଚାୟତରେ ଉତ୍ତେଜନା ଦେଖାଦେଇଛି। ଉକ୍ତ ପଞ୍ଚାୟତର ସରପଞ୍ଚ ଖବର ପାଇ ଆଶା କର୍ମୀ, ଅଙ୍ଗନଓ୍ବାଡି କର୍ମୀଙ୍କ ଦ୍ୱାରା ଚିହ୍ନଟ ପାଇଁ ଉଦ୍ୟମ ଜାରି ରଖିଥିବାବେଳେ ସେମାନେ ଲୁଚୁଥିବାନେଇ ପ୍ରଶାସନକୁ ଅବଗତ କରିଛନ୍ତି। କିନ୍ତୁ ପ୍ରଶାସନ ତରଫରୁ କୌଣସି ସହଯୋଗ କରୁ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେହି ପଞ୍ଚାୟତରେ ବହୁ ଯୁବକ ବାହାର ରାଜ୍ୟରୁ ଘରକୁ ଫେରିଥିବାବେଳେ ସେମାନଙ୍କୁ ନିଜ ଘରେ ଅବାଧ ପ୍ରବେଶ ନେଇ ପଞ୍ଚାୟତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଇ-ଅଭିଯୋଗ ଦରଖାସ୍ତ: ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଅନିବାର୍ଯ୍ୟ

ଛତ୍ରପୁର,୫ା୧(ଡି.ଏନ.ଏ.)-ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଇ-ଅଭିଯୋଗ ଦରଖାସ୍ତଗୁଡିକ ତଦାରଖ ପାଇଁ ଗଞ୍ଜାମ ଜିଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଆସିଥାଏ। ସମ୍ପୃକ୍ତ ବିଭାଗଗୁଡିକ ଉକ୍ତ ଅଭିଯୋଗର ଉପଯୁକ୍ତ ତଦନ୍ତ କରି...

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି। ଜନ ସଚେତନତା ଅଭାବ ସାଙ୍ଗକୁ...

ସ୍ତ୍ରୀଙ୍କୁ ଅଫିସ ଛାଡିବାକୁ ଯାଇ ସ୍ବାମୀ ଗଣିଲେ ଜରିମାନା

ଭଞ୍ଜନଗର,୨୦।୪(ଡି.ଏନ.ଏ.)- ଭଞ୍ଜନଗର ଉପଖଣ୍ଡର ଜଣେ ମହିଳା ଯନ୍ତ୍ରୀ ନିଜ ଘରୁ ସୋମବାର ଅଫିସ ଅଭିମୁଖେ ବାହାରିଥିଲେ। ଯନ୍ତ୍ରୀଙ୍କୁ ଗାଡ଼ି ଚଳାଇବା ଆସୁ ନ ଥିବା ଯୋଗୁ...

ସହକାରୀ ନିର୍ବାହୀଯନ୍ତ୍ରୀଙ୍କୁ ପୁଣି ନୋଟିସ

ଯାଜପୁର ଅଫିସ,୨୭।୧୧: ଯାଜପୁର ଜିଲା ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ୍‌-୨ ଅଧୀନରେ କାର୍ଯ୍ୟରତ ନିର୍ବାହୀ ଯନ୍ତ୍ରୀ କେ. ତୁଳସୀ ପାତ୍ରଙ୍କୁ ପୁଣି କାରଣ ଦର୍ଶାଅ ନୋଟିସ...

ମକର ସଂକ୍ରାନ୍ତି: ଗଙ୍ଗାସାଗରରେ ବୁଡ଼ ପକାଇଲେ ଶଙ୍କରାଚାର୍ଯ୍ୟ

ଭୋଗରାଇ,୧୫।୧(ଡି.ଏନ୍‌.ଏ.): ପଶ୍ଚିମବଙ୍ଗ ସାଗରଦ୍ୱୀପର ଗଙ୍ଗା ଓ ସାଗର ସଙ୍ଗମସ୍ଥଳରେ ମକର ସଂକ୍ରାନ୍ତି ଅବସରରେ ବୁଧବାର ସକାଳେ ପୁରୀ ଗୋବର୍ଦ୍ଧନ ପୀଠର ମଠାଧୀଶ ଜଗଦ୍‌ଗୁରୁ ସ୍ବାମୀ ନିଶ୍ଚଳାନନ୍ଦ...

ଗଛରେ ପିଟିହେଲା ବାଇକ: ଦୁର୍ଘଟଣାରେ ଯୁବକ ମୃତ, ଜଣେ ଗୁରୁତର

ଖଣ୍ଡପଡା/ଭାପୁର,୨୧।୮(ସ୍ବ.ପ୍ର/ଡି.ଏନ.ଏ.)-ଖଣ୍ଡପଡା-ଭାପୁର ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାର ବସନ୍ତପୁର ଗ୍ରାମ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ...

ପ୍ଲାଜ୍‌ମା ଦାନ ପାଇଁ ଉତ୍ସାହିତ କର

ଅନୁଗୋଳ ଅଫିସ୍‌, ୨୯।୭ କରୋନାରୁ ସୁସ୍ଥ ହୋଇଥିବା ଅନୁଗୋଳ ଜିଲାର ଲୋକମାନେ କିପରି ପ୍ଲାଜମା ଦାନ ପାଇଁ ଆଗେଇ ଆସିବେ ସେ ସମ୍ପର୍କରେ ସଚେତନତା ସୃଷ୍ଟି...

ହୁମ୍ମର ଗାଁ ରାସ୍ତା ନିର୍ମାଣ ନିମ୍ନମାନର: ପୁନଃ ନିର୍ମାଣ ନିର୍ଦ୍ଦେଶ ଦେଲେ ବିଡିଓ

ଛତ୍ରପୁର,୨୫ା୭(ଡି.ଏନ.ଏ)-ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ଛତ୍ରପୁର ବ୍ଲକ ପୋଡାପଦର ପଞ୍ଚାୟତ ହୁମ୍ମର ଗାଁରେ ଅତି ନିମ୍ନମାନର କଂକ୍ରିଟ୍‌ ରାସ୍ତା ନିର୍ମାଣ ହେଉଥିବା ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ...

Advertisement


Archives

Model This Week

Why Dharitri